Yoga for Beginners at Home: ଯୋଗ ଆରମ୍ଭ କରିବା ପୂର୍ବରୁ ଜରୁରୀ ସତର୍କତା ଓ ସାବଧାନତା 😱

What Is the Importance of Loosening before Practicing Yoga | Yogashree


ନିୟମିତ ଯୋଗ କ୍ରିୟାର ପରିଣାମ କାହାକୁ ଅଛପା ନାହିଁ । କିନ୍ତୁ ନିୟମିତ ଯୋଗାଭ୍ୟାସ ଜାରି ରଖିବା ପ୍ରାଥମିକ ପର୍ଯ୍ୟାୟରେ ଅସମ୍ଭବ ମନେହୋଇଥାଏ । ମାତ୍ର କିଛି ଦିନର ଅଭ୍ୟାସ ପରେ ଶରୀର ଯୋଗାଭ୍ୟାସ ସହିତ ଅଭ୍ୟସ୍ତ ହେବାପରେ ପୂର୍ବ ସମସ୍ୟା ଦୂର ହୋଇଯାଏ । ଧୀରେଧୀରେ ଜୀବନଚର୍ଯ୍ୟା ଶୃଙ୍ଖଳିତ ହେବା ସହ ସମୟର ସଦଉପଯୋଗ ବୃଦ୍ଧି ପାଏ । 


ଯୋଗାଭ୍ୟାସ ଓ ଆୟୁର୍ବେଦର ସଠିକ୍ ଉପଯୋଗ ଦ୍ୱାରା ଯେକୌଣସି ବ୍ୟକ୍ତି, ନିଜକୁ ରୋଗମୁକ୍ତ ରଖିବା ସହ ମାନସିକ ଭାବେ ସର୍ବଦା ପ୍ରସନ୍ନ ରହିଥାନ୍ତି । ବୈଦିକ କାଳରୁ ଏହାର ହଜାର ହଜାର ଉଦାହରଣ ରହିଛି । ଶରୀର ରୋଗାକ୍ରାନ୍ତ ହେବାର ମୁଖ୍ୟ କାରଣ ଶରୀରରେ ଉପସ୍ଥିତ ଥିବା ତ୍ରିଦୋଷ ସ୍ଥିତି ଉପରେ ନିର୍ଭର କରିଥାଏ । ନିୟମିତ ଯୋଗ କ୍ରିୟା ଶରୀରରେ ସନ୍ତୁଳନ ବଜାୟ ରଖିଥାଏ । 


ଘରେ ଯୋଗ ଆରମ୍ଭ କରିବା ପୂର୍ବରୁ ସାବଧାନତା


କୁହାଯାଏ ବିନା ଗୁରୁରେ ସିଦ୍ଧି ଅସମ୍ଭବ । କୌଣସି କାର୍ଯ୍ୟ ପ୍ରଥମେ ଆରମ୍ଭ କରିବା ସମୟରେ ପୂର୍ବରୁ ସେହି କାର୍ଯ୍ୟ କରିସାରିଥିବା ବ୍ୟକ୍ତିଙ୍କ ପରାମର୍ଶ ଗ୍ରହଣ କରିବା ବୁଦ୍ଧିମାନର କାର୍ଯ୍ୟ ନିଶ୍ଚୟ । କାରଣ ନିଜସ୍ୱ ଅନୁଭବରୁ ଓ ଭୂଲରୁ ଶିକ୍ଷାଲାଭ କରି ଜଣେ ହୁଏତ ସଫଳ ହୋଇପାରେ, କିନ୍ତୁ ଏଥିପାଇଁ ଅଧିକ ସମୟର ଆବଶ୍ୟକତା ପଡ଼ିଥାଏ । କିନ୍ତୁ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ଶିକ୍ଷାଗ୍ରହଣ ଦ୍ୱାରା ଖୁବ କମ ସମୟରେ ଏବଂ ବିନା ବାଧାରେ ଜଣେ ସିଦ୍ଧ ହୋଇପାରେ । ତେଣୁ ଯୋଗ କରିବା ପୂର୍ବରୁ ଜଣେ ଅଭିଜ୍ଞ ଗୁରୁଙ୍କ ପରାମର୍ଶ ନେବା ସର୍ବୋତ୍ତମ । କାରଣ ଆଖିକୁ ସହଜ ଦିଶୁଥିବା ଯୋଗକ୍ରିୟା ବାସ୍ତବରେ ସହଜ ନୁହେଁ । ଏହା ଏକ ଦୀର୍ଘ ସାଧନା । ଯୋଗ କରିବା ପୂର୍ବରୁ ଶାରିରୀକ ସ୍ତରରେ ପ୍ରସ୍ତୁତି ସହିତ ମାନସିକ ପ୍ରସ୍ତୁତି ଅତ୍ୟନ୍ତ ଜରୁରୀ । ନଚେତ ଭୂଲ ଅଙ୍ଗଭଙ୍ଗୀ ଅଭ୍ୟାସ କରିବାର ପରିଣାମ ମଧ୍ୟ ସାଙ୍ଘାତିକ ହୋଇପାରେ । 


ଯୋଗ ଆରମ୍ଭ କରିବା ପୂର୍ବରୁ ନିଜ ଶରୀରକୁ ଭଲ ଭାବେ ବୁଝିବା ଆବଶ୍ୟକ । ସ୍ଥାନ, କାଳ ସହିତ ନିଜ ଶରୀରର ସକ୍ଷମତା ଓ ଦୁର୍ବଳତାକୁ ମଧ୍ୟ ପରଖି ନେବା ଜରୁରୀ । ଏହାପରେ ଯୋଗଗୁରୁଙ୍କ ପରାମର୍ଶ ଆଧାରରେ ନିୟମିତ ଅଭ୍ୟାସ ଜାରି ରଖିଲେ ଯୋଗ କ୍ରିୟାର ଲାଭ ଅନୁଭବ କରିପାରିବେ ।


Also Read: Confusion to Conclusion: କିପରି ଓ କେଉଁଠୁ ଆରମ୍ଭ କରିବେ ଯୋଗ? ପ୍ରଥମେ କଣ କରିବେ


ଯୋଗ ଦ୍ୱାରା ତ୍ରିଦୋଷ (ବାତ, ପିତ୍ତ, କଫ) ସନ୍ତୁଳିତ ରହିଥାଏ । ଦିନର ଭିନ୍ନ ଭିନ୍ନ ସମୟ, ଋତୁ ଅନୁସାରେ ତ୍ରିଦୋଷର ପ୍ରକୋପ ଓ ସମନ, ପ୍ରକୃତି ଦ୍ୱାରା ପରିବର୍ତ୍ତିନ ହୋଇଥାଏ । ନିଜ ଶରୀରକୁ ଉତ୍ତମ ଭାବେ ଜାଣିବା ସହିତ ଦିନଚର୍ଯ୍ୟାରେ ଯୋଗ ଓ ଆୟୁର୍ବେଦକୁ ସାମିଲ କରିପାରିଲେ ସୁଫଳ ମିଳିବା ସୁନିଶ୍ଚିତ ।


କେବଳ ଯୋଗର ଉପକାରିତା ଓ ଲାଭ ବିଷୟରେ ଜାଣି କିମ୍ବା ଶୁଣି ଯୋଗ କରୁଥିବା ବ୍ୟକ୍ତି ଲାଭ ବଦଳରେ ବେଶୀ କ୍ଷତି ସହିଥାନ୍ତି । କାରଣ ଯଦି ଯୋଗ ଏକ ଉତ୍ତମ ପର୍ଯ୍ୟାୟର ବୀଜ ବା ମଞ୍ଜି ହୁଏ, ଆମ ଶରୀର ହେଉଛି ମାଟି ବା କ୍ଷେତ । ମାଟିର ଉର୍ବରତା ଉପରେ କୌଣସି ମଞ୍ଜିର ଅଙ୍କୁରୋଦଗମ୍ ନିର୍ଭରଶୀଳ। ତେଣୁ ଯୋଗ ଆରମ୍ଭ କରିବା ପୂର୍ବରୁ ଉଭୟ ଶାରୀରିକ ଓ ମାନସିକ ପ୍ରସ୍ତୁତି ଅତ୍ୟନ୍ତ ଜରୁରୀ । 


ଘରେ ଯୋଗ ପାଇଁ ନିୟମ 


ଯୋଗକୁ ସଠିକ୍ ଭାବେ ନବୁଝି, ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଯୋଗ ଆରମ୍ଭ କଲେ ହୁଏତ ଆପଣ ସୁଫଳ ପାଇପାରିବେ ନାହିଁ। ତେଣୁ ଯୋଗ ଆରମ୍ଭ ପୂର୍ବରୁ କିଛି ଜରୁରୀ ନିୟମ ମଧ୍ୟ ଜାଣିନେବା ଆବଶ୍ୟକ । ନିମ୍ନଲିଖିତ ନିୟମ ଗୁଡ଼ିକର ଅନୁପାଳନ ସହ ଯଦି ଆପଣ ଘରେ ନିୟମିତ ଯୋଗାଭ୍ୟାସ ଜାରି ରଖନ୍ତି, ଯୋଗ ଆପଣଙ୍କ ମନ ଓ ଶରୀର ପାଇଁ ଲାଭଦାୟକ ହେବା ସମ୍ଭାବନା ରହିଛି ।  


Also Read: Scientific Benefits of Yoga: ଯୋଗ ଦୂର କରେ ରୋଗ


ଯୋଗ ଆରମ୍ଭ କରିବା ପୂର୍ବରୁ ଜରୁରୀ ସତର୍କତା ଓ ସାବଧାନତା


  • ଯୋଗ କରିବା ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବା ଆବଶ୍ୟକ । 
  • ଯୋଗ ଆରମ୍ଭ କରିବା ପୂର୍ବରୁ ଡାକ୍ତରୀ ପରାମର୍ଶ ଗ୍ରହଣ କରନ୍ତୁ, ଅସୁସ୍ଥ ଥିଲେ ଯୋଗ କରିବା ଅନୁଚିତ ।
  • ଯୋଗ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟ ଚୟନ କରନ୍ତୁ, ସକାଳ ଓ ସନ୍ଧ୍ୟା ସମୟ ଯୋଗ କରିବା ପାଇଁ ପ୍ରକୃଷ୍ଠ ସମୟ ।
  • ଯୋଗ କରିବା ପୂର୍ବରୁ ନିତ୍ୟକର୍ମ ଶେଷ କରିବା ଉଚିତ ।
  • ଯୋଗ କରିବା ପୂର୍ବରୁ ପେଟ ଖାଲି ରଖିବା ଜରୁରୀ ।
  • ଖାଦ୍ୟ ଗ୍ରହଣର ଅତି କମ୍ ରେ ୫ରୁ ୬ ଘଣ୍ଟା ପରେ ଯୋଗ କରିପାରିବେ ।
  • ଘରେ ଯୋଗ କରୁଥିଲେ କବାଟ, ଝରକା ଖୋଲା ରଖନ୍ତୁ । ପ୍ରଚୁର ଅମ୍ଳଜାନ ଉପଲବ୍ଧ ହେଉଥିବା ସ୍ଥାନ ଯୋଗ କରିବା ପାଉଁ ପ୍ରକୃଷ୍ଟ ସ୍ଥାନ।
  • ଯୋଗ କରୁଥିବା ସ୍ଥାନ ପ୍ରଦୂଷଣମୁକ୍ତ ହୋଇଥିବା ନିହାତି ଜରୁରୀ ଅଟେ ।
  • ଯୋଗ କରିବା ସମୟରେ କୌଣସି ଖାଦ୍ୟ କିମ୍ବା ପାନୀୟ ଗ୍ରହଣ କରନ୍ତୁ ନାହିଁ ।
  • ଆପଣଙ୍କ ସାଧ୍ୟ ଅନୁସାରେ ୧୫ ମିନିଟରୁ ୧ ଘଣ୍ଟା ପର୍ଯ୍ୟନ୍ତ ଯୋଗ କରିପାରିବେ ।
  • ଶରୀର ତାପମାତ୍ରା ସ୍ୱାଭାବିକ ହେବା ପରେ (୨୦ରୁ ୩୦ ମିନିଟ ପରେ)ତମ୍ବା କିମ୍ବା ମାଟି ପାତ୍ରରେ ସଂଗୃହୀତ ଥଣ୍ଡା ପାଣି ପିଅନ୍ତୁ ।
  • ଯୋଗ କରିବାର ଅଧାଘଣ୍ଟା ପରେ ସ୍ନାନ କରିପାରିବେ ।


Also Read: Yogasana: ମାନବ ଶରୀର ପାଇଁ ଯୋଗାସନର ମହତ୍ୱ ଓ ଗୁରୁତ୍ୱ 

ଯୋଗ ଜୀବନର ଏକ ଧାରା । ନିଜକୁ ପୁନଃ ଆବିଷ୍କାର କରିବା ପାଇଁ ଯୋଗ ମଣିଷକୁ ସାହାଯ୍ୟ କରିଥାଏ । ଆବାଳବୃଦ୍ଧବନିତା ସମସ୍ତଙ୍କ ପାଇଁ ଯୋଗ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେଉଛି । ବର୍ତ୍ତମାନ ସମୟରେ ମାନସିକ ଚାପ ବା ଷ୍ଟ୍ରେସ୍ ଏକ ଅପ୍ରତିହତ ଦୁର୍ଦ୍ଧର୍ଷ ଶତ୍ରୁ ଭାବେ ଉଭା ହୋଇଛି । ଶାରୀରିକ ଶ୍ରମ ପ୍ରତି ଲେକଙ୍କ ବିମୁଖତା ବୃଦ୍ଧି ପାଇଚାଲିଛି । ଏହାଫଳରେ ପୃଥୁଳତା, ଉଚ୍ଚରକ୍ତଚାପ, ହୃଦରୋଗ, ହାର୍ଟଷ୍ଟ୍ରୋକ୍, ଡାଇବେଟିସ୍, ଗଣ୍ଠି ଯନ୍ତ୍ରଣା, ଆଜମା, କ୍ୟାନସର ଆଦି ଅଣସଂକ୍ରାମକ ରୋଗ ବଢ଼ିଚାଲିଛି । 

Benefits of yoga | Yogashree


ଏପରି ସମସ୍ୟାର ସହଜ ସମାଧ୍ୟାନ ହେଉଛି ଯୋଗ ସାଧନା । କାରଣ ଯୋଗ ହିଁ ଅସ୍ଵାଭାବିକ ମାନସିକ ଚାପର ଉଚିତ ମୁକାବିଲା କରିବାକୁ ଶରୀରକୁ ଶକ୍ତି ଯୋଗାଇ ପାରିବ । ଶାରୀରିକ, ମନସ୍ତାତ୍ତ୍ୱିକ ଓ ସାମାଜିକ ଅସୁସ୍ଥତାକୁ ଦୂର କରିବାରେ ଯୋଗସାଧନାର ପ୍ରାୟତଃ ବିକଳ୍ପ ନାହିଁ ।


©ପ୍ରକାଶ ରଂଜନ ପରିଡ଼ା

Yogashree explainer | Yogashree


What Precautions Should Be Taken before Yoga


The results of regular yoga are definitely better. But continuing a regular yoga practice must also be a tough decision. By practicing yoga and proper use of Ayurveda, anyone can stay disease free and mentally happy all the time. There are thousands of examples of this from Vedic times. The main reason why the body becomes diseased depends on the tridosha condition present in the body. Tridoshas (Vata, Pitta, Kapha) are balanced by yoga. At different times of the day, according to the seasons, the irritation and severity of tridoshas are changed by nature. Along with getting to know your body better, incorporating yoga and Ayurveda into your daily routine is sure to bring benefits.

What is the importance of loosening before practicing yoga | Yogashree


What Is the Importance of Loosening before Practicing Yoga


A person who practices yoga only after knowing or hearing about the benefits and benefits of yoga suffers more harm than good. For if yoga is the seed of a better stage, our body is the soil or field. Germination of any seed is dependent on soil fertility. So both physical and mental preparation is very important before starting yoga. Without understanding yoga properly, you may not get successful if you start yoga influenced by others. So before starting yoga, it is necessary to know some important rules. If you continue regular yoga practice at home by following the following rules, it is likely to benefit your mind and body.

Rules for Yoga at Home | do's and don't


    • A health check-up is required before Yoga.
    • Take medical advice before starting yoga, do not do yoga if you are sick.
    • Select a specific time to Yoga practice daily, morning and evening are the best times for yoga.
    • It is important to keep the stomach empty before Yoga.
    • Can be done Yoga at least 5 to 6 hours after food intake.
    • Before starting Yoga, keep doors and windows open at home. An ideal place for Yoga is where there is plenty of oxygen available.
    • Do not take any food or drink while doing yoga.
    • You can do Yoga for 15 minutes to 1 hour as per your convenience.
    • After the body temperature becomes normal (after 20 to 30 minutes), drink cold water collected in a copper or earthen vessel.
    • You can take a bath after half an hour of Yoga.

                      Yoga is a way of life. Yoga helps man to rediscover himself. Yoga is a very useful exercise for everyone. Nowadays, stress has emerged as an insurmountable enemy. Lake's aversion to manual labor is increasing. As a result, obesity, high blood pressure, heart disease, heart stroke, diabetes, joint pain, asthma, cancer, and other non-communicable diseases are increasing.

                      An easy solution to such problems is Yoga. Because yoga can give strength to the body to cope with abnormal stress. There is often no substitute for yoga in alleviating physical, psychological, and social ailments.

                      Post a Comment

                      0 Comments