Pranayama: ପ୍ରାଣାୟାମ କଣ? ପ୍ରାଣାୟାମ କେତେ ପ୍ରକାର ଓ କିପରି କରାଯାଏ? 🤔

What Is Pranayama and Its Types, Benefits | Yogashree



ପ୍ରାଣାୟାମ କଣ?

ସଂସ୍କୃତ ଶବ୍ଦ 'ପ୍ରାଣାୟାମ'ର ଅର୍ଥ: ପ୍ରାଣ + ଆୟାମ 

'ପ୍ରାଣ' ଶବ୍ଦର ଅର୍ଥ 'ଜୀବନ' ଓ 'ଆୟାମ' ଶବ୍ଦର ଅର୍ଥ 'ଦୀର୍ଘ' । ସାଧାରଣ ଅର୍ଥରେ ପ୍ରାଣାୟାମ କହିଲେ ନିରାମୟ ଓ ନିରୋଗ ଦୀର୍ଘ ଜୀବନକୁ ବୁଝାଇ ଥାଏ । ଯୋଗାଭ୍ୟାସ ଆରମ୍ଭ କରିବା ପାଇଁ ପ୍ରଥମ ଓ ସର୍ବୋତ୍ତମ ସୋପାନ ହେଉଛି ପ୍ରାଣାୟାମ । ମହର୍ଷି ପତଞ୍ଜଳିଙ୍କ 'ଯୋଗସୁତ୍ର' ଅନୁଯାୟୀ ପ୍ରାଣାୟାମ ଜୀବନକୁ ନିୟନ୍ତ୍ରଣ କରିବାକୁ ସମ୍ପୂର୍ଣ୍ଣ ସମର୍ଥ ଏକ ଅଦୃଷ୍ଟ ମହାଶକ୍ତି ।


ପ୍ରାଣାୟାମର ମହତ୍ତ୍ୱ ଓ ଲାଭ ଗୁଡ଼ିକ କ’ଣ?

ମଣିଷ ଖାଦ୍ୟ ବିନା କିଛି ସପ୍ତାହ ଜୀବନ ଧାରଣ କରିପାରେ, ଜଳ ବିନା କିଛି ଦିନ ବଞ୍ଚିଯାଇପାରେ, କିନ୍ତୁ ଶ୍ୱାସକ୍ରିୟା ବିନା କିଛି ମୁହୂର୍ତ୍ତ ମଧ୍ୟ ବଞ୍ଚିବା ସମ୍ଭବପର ନୁହେଁ । ପ୍ରାଚୀନ ଭାରତବର୍ଷରେ ଯୋଗୀମାନେ ଏହି ରହସ୍ୟକୁ ଉନ୍ମୋଚିତ କରିବାରେ ସଫଳ ହୋଇଥିଲେ । ସମସ୍ତ ବାହ୍ୟିକ କ୍ରିୟା ସତ୍ତ୍ୱେ ସ୍ୱଳ୍ପାହାରରେ ସୁସ୍ଥ ରହିବା, ପ୍ରାଣକୁ ସଜୀବ ରଖିବା, ବୟସ ନିର୍ବିଶେଷରେ ସତେଜ ରହିବା ପାଇଁ ପ୍ରାୟାଣାମ ଅଦୃଷ୍ଟ ମହାଶକ୍ତିକୁ ଉପଯୋଗ କରିଥିଲେ ଯୋଗୀ । 


ଯାହା ସାରା ବିଶ୍ୱକୁ ଚକିତ କରୁଥିଲା ଓ ଏହି ଅନ୍ତଃବିଦ୍ୟାରେ ସିଦ୍ଧ ହେବା ପାଇଁ ଜିଜ୍ଞାସୁଙ୍କୁ ଭାରତ ଭୂଇଁ ପ୍ରତି ଆକର୍ଷିତ କରୁଥିଲା । ହଜାର ହଜାର ବର୍ଷ ଧରି ଯୋଗକୁ ଜୀବନର ଆଧାର ବନାଇଥିବା ଭାରତୀୟ ସଂସ୍କୃତି ସାରା ବିଶ୍ୱ ପାଇଁ ଆଲୋକ ବର୍ତ୍ତିକା ପରି ଦୃଶ୍ୟମାନ ହୋଇଥିଲା।


ବୈଦିକ କାଳରେ ଯୋଗୀମାନେ ସମାଜକୁ ପ୍ରାଣ ବିଜ୍ଞାନର ଚମତ୍କାର ଦର୍ଶନ କରାଇଥିଲେ। ବାହ୍ୟିକ ବ୍ରହ୍ମାଣ୍ଡ ଓ ଅନ୍ତ ବ୍ରହ୍ମାଣ୍ଡର କ୍ରିୟା, ପ୍ରତିକ୍ରିୟାର ସମାନତା ଦର୍ଶାଇଥିଲେ । ସୂଷ୍ମ ସ୍ତରରେ ଚେତନାରେ ହିଁ ବ୍ରହ୍ମାଣ୍ଡ ଉପସ୍ଥିତ, ପୁଣି ଶରୀର ବା ପିଣ୍ଡରେ ମଧ୍ୟ ବ୍ରହ୍ମାଣ୍ଡର ପରିପ୍ରକାଶ ବିଦ୍ୟମାନ ।


Also Read: Scientific Benefits of Yoga: ଯୋଗ ଦୂର କରେ ରୋଗ


ପ୍ରାଣାୟାମର ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟଗତ ଉପକାରିତା ଗୁଡିକ କଣ ?


  • ପ୍ରାଣାୟାମ ବାୟୁପଥକୁ ସ୍ୱଚ୍ଛ କରିଥାଏ
  • ପ୍ରାଣାୟାମ ରକ୍ତକୁ ଶୁଦ୍ଧ କରିଥାଏ 
  • ବାତ, ପିତ୍ତ ଓ କଫ ଜନିତ ରୋଗ ନାଶ କରେ 
  • ରକ୍ତଚାପକୁ ସ୍ୱାଭାବିକ କରେ 
  • ଶରୀରରେ ପ୍ରତ୍ୟକ ଅଂଶରେ ଅମ୍ଳଜାନ ପହଞ୍ଚାଏ 


ପ୍ରାଣାୟାମର ବୈଶିଷ୍ଟ୍ୟ କଣ?


ପ୍ରାଣାୟାମ ଏକ ପ୍ରକାର ବ୍ୟାୟାମ ଯାହା ଆମ ଶରୀରରେ 👉ମୃତ କୋଷଗୁଡ଼ିକୁ ଜୀବନ୍ତ କରିଥାଏ, 👉ସ୍ମରଣ ଶକ୍ତିକୁ ତୀକ୍ଷ୍ଣ କରିଥାଏ, 👉ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ଏବଂ ଆମକୁ 👉ଖରାପ ଅଭ୍ୟାସରୁ ସ୍ୱତଃ ଦୂରେଇ ନିଏ । ଏହା ଅତିରିକ୍ତ ଭାବରେ 👉ଶରୀରକୁ ଶକ୍ତି ଯୋଗାଏ, 👉ହାଡକୁ ଦୃଢ଼ ଏବଂ ଦୀର୍ଘାୟୁ କରେ ।


ପ୍ରାଣାୟାମ ଏବଂ ଶ୍ୱାସକ୍ରିୟା ମଧ୍ୟରେ ପାର୍ଥକ୍ୟ କଣ?


ଜୀବନ ଧାରଣ ପାଇଁ ଶ୍ୱାସକ୍ରିୟା ବା ନିଶ୍ୱାସ-ପ୍ରଶ୍ୱାସ ଆମେ ସ୍ୱାଭାବିକ ଭାବେ ତ୍ୟାଗ ଓ ଗ୍ରହଣ କରନ୍ତି କିନ୍ତୁ  ସତେତନ ଭାବରେ ଏହି କ୍ରିୟା ସମ୍ପାଦନକୁ ପ୍ରାଣାୟାମ କୁହାଯାଏ । ପ୍ରାଣାୟାମ ଆମ ମନ ଏବଂ ଶରୀରକୁ ଶାନ୍ତ କରେ; ଶେଷରେ ଆମକୁ ଜୀବନ ଉତ୍ସ ସହିତ ସଂଯୋଗ କରିଥାଏ ।


ମନ ଉପରେ ନିୟନ୍ତ୍ରଣ ବୃଦ୍ଧି ଫଳରେ ଆମେ ଅଧିକ କାର୍ଯ୍ୟ କରିବାରେ ସଫଳ ହୋଇପାରନ୍ତି । ଯେତେବେଳେ ଆମେ ଆମର ମନକୁ ଆମର ଶ୍ୱାସ ଉପରେ ଧ୍ୟାନ ଦେଇଥାଆନ୍ତି ଏବଂ କୌଣସି ଯୋଗ କ୍ରିୟା କିମ୍ବା ଏକ ସ୍ଥିତି ପ୍ରଦର୍ଶନ କରିଥାନ୍ତି, ଆମ ଶରୀର ମଧ୍ୟ ଏହି କ୍ରିୟାକୁ ଅନୁସରଣ କରେ ଯାହା ଧୀରେଧୀରେ ଶରୀରକୁ ମୂଳ ଉତ୍ସ ସହିତ ସଂଯୋଗ କରିଥାଏ ।


ସାଧାରଣ ଶ୍ୱାସକ୍ରିୟାରେ ଆମେ ଫୁସଫୁସର ଅଳିନ୍ଦ ଓ ନିଳୟରେ ଯେଉଁ ବାୟୁ ଭରଣ କରନ୍ତି ତାହା ବାୟୁର ପ୍ରାଥମିକ ସ୍ରୋତର କିଛି ଅଂଶ ମାତ୍ର । ଆମ ଶରୀରର ପ୍ରତ୍ୟକ ଅଂଶ ପାଇଁ ବାୟୁର ଆବଶ୍ୟକତା ରହିଥାଏ । ଯାହା ଶରୀରରେ ଜୀବନ ଶକ୍ତି ପ୍ରବାହ କରେ ଓ ଶରୀରକୁ ସତେଜତା ପ୍ରଦାନ କରେ । ବାୟୁ ବିନା ଶରୀର ନିସ୍ତେଜ ଓ ଶୁଷ୍କ ହୋଇଯାଇଥାଏ । 

Also Read: Ashtanga Yoga: ମହର୍ଷି ପତଞ୍ଜଳିଙ୍କ ଅଷ୍ଟାଙ୍ଗ ଯୋଗ ଦର୍ଶନ


ପ୍ରାଣାୟାମ  ଜୀବନଶୈଳୀରେ ପରିବର୍ତ୍ତନ କରିଥାଏ କି?


ଥରେ ଆପଣ ପ୍ରାଣାୟାମ ଆରମ୍ଭ କରିବା ପରେ, ପ୍ରାଣାୟାମର ସ୍ୱାସ୍ଥ୍ୟଗତ ଉପକାରିତା ଅନୁଭବ କରିପାରିବେ । ଆପଣ ପୂର୍ବାପେକ୍ଷା ଅଧିକ ସୁସ୍ଥ, ଆନନ୍ଦଦାୟକ ଅନୁଭବ କରିବେ । ତୁମ ଭିତରେ ଏକ ଶାନ୍କୁତ ଚେତନାକୁ ଅନୁଭବ କରିବେ ।


ପ୍ରାଣାୟାମ କିପରି କରାଯାଏ?


ପଞ୍ଚଭୂତ (ମାଟି, ପାଣି, ପବନ, ଆକାଶ, ନିଆଁ)ର ଶରୀର, ପଞ୍ଚ ଇନ୍ଦ୍ରିୟ ( ଆଖି, କାନ, ନାକ, ଜିଭ, ଚର୍ମ) ସହାୟତାରେ ଶରୀରରେ ପ୍ରାଣକୁ ସୁରକ୍ଷା ଯୋଗାଇଥାଏ । ପ୍ରାଣ, ମନ ଏବଂ ପଞ୍ଚ ଇନ୍ଦ୍ରୀୟକୁ ନିୟନ୍ତ୍ରଣ କରଥାଏ । ଆୟୁର୍ବେଦ ଅନୁଯାୟୀ ପ୍ରାଣ, ବାୟୁଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଯାହାକୁ ବୈଦିକ ଶାସ୍ତ୍ରରେ ପଞ୍ଚପ୍ରାଣ ବୋଲି କୁହାଯାଇଛି ।


ପଞ୍ଚପ୍ରାଣ କଣ?

ଆମ ଶରୀର ମଧ୍ୟରେ ୫ ପ୍ରକାର ବାୟୁ ପ୍ରତି ମୁହୂର୍ତ୍ତରେ କ୍ରିୟାଶୀଳ ରହିଛି ।  ପ୍ରତି ବାୟୁ ଶରୀରରେ ନିର୍ଦ୍ଦିଷ୍ଟ ଦିଗରେ ଗତିଶୀଳ ରହିଥାଏ । 


➡️ପ୍ରାଣ: ହୃଦୟ କ୍ରିୟା ପାଇଁ ଆବଶ୍ୟକ ବାୟୁ ପାଟି ଓ ନାକ ମାଧ୍ୟମରେ ଶରୀର ଗ୍ରହଣ କରିଥାଏ ।

➡️ସମାନ: ସମାନ ବାୟୁକୁ ଅନ୍ତନଳୀରୁ ନାଭି ଆଡକୁ ନେଇଥାଏ ଏବଂ ବିଶୋଧିତ କାର୍ଯ୍ୟ କରିଥାଏ ।

➡️ଅପାନ: ଆପାନ ନାଭିରୁ ପାଦକୁ ବାୟୁ ନେଇଥାଏ ଏବଂ ପରିସ୍ରା ଏବଂ ନିର୍ଗମନ କାର୍ଯ୍ୟ କରିଥାଏ ।

➡️ଉଦାନ: ଏହା ବାୟୁକୁ ଗଳାରୁ ମୁଣ୍ଡକୁ ନେଇଥାଏ ଏବଂ ବାୟୁକୁ ଏକ ସରଳ ଅବସ୍ଥାରେ ରଖେ ।

➡️ଭ୍ୟାନ: ଯାହା ସମ୍ପୂର୍ଣ୍ଣ ଶରୀରରେ ଉପସ୍ଥିତ ଥାଏ ।


ମାନବ ଶରୀରରେ  ପଞ୍ଚପ୍ରାଣ ସହିତ ୫ଟି ଉପପ୍ରାଣ ମଧ୍ୟ ରହିଛି । ଯାହା ପ୍ରାଣମୟ କୋଷକୁ ଶୁଦ୍ଧ, ସୁସ୍ଥ ଓ ନିରୋଗ ରଖିବା ପାଇଁ କାର୍ଯ୍ୟ କରିଥାଏ । 

ପଞ୍ଚ ଉପପ୍ରାଣ କଣ? 

ଶରୀରରେ ସ୍ଥିତ ପଞ୍ଚ ଉପପ୍ରାଣର ନାମ ଯଥାକ୍ରମେ:

  1. ନାଗ
  2. କୃଙ୍କଳ
  3. କୂର୍ମ
  4. ଦେବଦତ୍ତ
  5. ଧନଞ୍ଜୟ 


ପଞ୍ଚଉପପ୍ରାଣର କାର୍ଯ୍ୟ କଣ?


ପଞ୍ଚଉପପ୍ରାଣ ଦ୍ୱାରା ହାକୁଟି ମାରିବା, ଛିଙ୍କିବା, ପଲକ ପକାଇବା, ହାଇ ମାରିବା, ଓ କୁଣ୍ଡାଇବା ପରି କ୍ରିୟା ଗୁଡ଼ିକ ସଂଚାଳିତ ହୋଇଥାଏ । 


ପଞ୍ଚଉପପ୍ରାଣ ଓ ଏହାର କାର୍ଯ୍ୟ:
  1. ନାଗ- ହେକୁଟି ମାରିବା
  2. କୃଙ୍କଳ-ଛିଙ୍କିବା 
  3. କୂର୍ମ- ପଲକ ପକାଇବା 
  4. ଦେବଦତ୍ତ- ହାଇ ମାରିବା 
  5. ଧନଞ୍ଜୟ- କୁଣ୍ଡାଇବା 


ପଞ୍ଚଉପପ୍ରାଣର ଅବସ୍ଥିତି କେଉଁଠି?


  • ପ୍ରାଣବାୟୁର ଉପପ୍ରାଣ ନାଗ ନାଭିର ଉପରି ଭାଗରେ ଥାଏ । 
  • ସମାନ ପ୍ରାଣର ଉପପ୍ରାଣ କୃଙ୍କଳ, ଶ୍ୱାସନଳୀର ପାର୍ଶ୍ୱବର୍ତ୍ତୀ ସ୍ଥାନରେ ଥାଏ । 
  • ଅପାନ ପ୍ରାଣର ଉପପ୍ରାଣ କୂର୍ମ, ଚକ୍ଷୁରେ ରହିଥାଏ ।  
  • ଉଦାନ ପ୍ରାଣର ଉପପ୍ରାଣ ଦେବଦତ୍ତ, ଶ୍ୱାସନଳୀର ଉପରିଭାଗ ଗଳାରେ ରହିଥାଏ । 
  • ସାରା ଶରୀରରେ ବ୍ୟାପ୍ତ ବ୍ୟାନ ପ୍ରାଣର ଉପପ୍ରାଣ ଧନଞ୍ଜୟ ଅସ୍ଥି, ତ୍ୱଚା, ରକ୍ତ ଓ କେଶରେ ମଧ୍ୟ ଥାଏ । 


ପଞ୍ଚଉପପ୍ରାଣ ଶରୀରରେ ପଞ୍ଚଭୂତ ସହିତ ମଧ୍ୟ ସମ୍ବନ୍ଧିତ । ପ୍ରାଣ ଓ ଉପପ୍ରାଣ ଏକ ନିର୍ଦ୍ଦିଷ୍ଟ ମୂଳଭୂତ ସହିତ ସଂଯୁକ୍ତ ରହିବା ସହ ସପ୍ତଚକ୍ର(ମୂଳାଧାର, ସ୍ୱାଧୀଷ୍ଠାନ, ମଣିପୁର, ଅନାହତ, ବିଶୁଦ୍ଧ, ଆଜ୍ଞ, ସହସ୍ରାର)କୁ କ୍ରିୟାଶୀଳ କରିବାରେ ସାହାଯ୍ୟ କରିଥାନ୍ତି ।


  • ପ୍ରାଣବାୟୁ ଅନାହତ ଚକ୍ରକୁ କ୍ରିୟାଶୀଳ କରିଥାଏ । 
  • ସମାନ ପ୍ରାଣ ମଣିପୁର ଚକ୍ରକୁ କ୍ରିୟାଶୀଳ କରିଥାଏ।
  • ଅପାନ ପ୍ରାଣ ମୂଳାଧାରକୁ କ୍ରିୟାଶୀଳ କରିଥାଏ।
  • ଉଦାନ ପ୍ରାଣ ବିଶୁଦ୍ଧି ଚକ୍ରକୁ କ୍ରିୟାଶୀଳ କରିଥାଏ।
  • ବ୍ୟାନ ପ୍ରାଣ ସ୍ୱାଧୀଷ୍ଠାନ ଚକ୍ରକୁ କ୍ରିୟାଶୀଳ କରିଥାଏ। 


ପଞ୍ଚପ୍ରାଣ କାହାକୁ ଆଶ୍ରା କରିଥାଏ?


  • ପ୍ରାଣବାୟୁ - ବାୟୁକୁ ଆଶ୍ରା କରେ
  • ସମାନ ପ୍ରାଣ- ଅଗ୍ନିକୁ ଆଶ୍ରା କରେ
  • ଅପାନ ପ୍ରାଣ - ମାଟିକୁ ଆଶ୍ରା କରେ
  • ଉଦାନ ପ୍ରାଣ - ଆକାଶକୁ ଆଶ୍ରା କରେ
  • ବ୍ୟାନ ପ୍ରାଣ - ଜଳକୁ ଆଶ୍ରା କରିଥାଏ 


Also Read: Sun Salutation: ସୂର୍ଯ୍ୟ ନମସ୍କାରର ସଠିକ୍ ବିଧି, ଯୋଗାସନ ଓ ମନ୍ତ୍ର


ପ୍ରାଣାୟାମ କେତେ ପ୍ରକାର ଓ କଣ କଣ?


ପ୍ରାଣାୟାମ କେତେ ପ୍ରକାର, ଏହି ପ୍ରଶ୍ନର କୌଣସି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ । ପୃଥିବୀ ପୃଷ୍ଠରେ ଯେତେ ପ୍ରକାରର ଜୀବ ଓ ଉଦ୍ଭିଦ ଅଛନ୍ତି, ସେତେ ପ୍ରକାରର ଯୋଗାସନ ରହିଛି । କାରଣ ଜୀବନ ଧାରଣ କରୁଥିବା ପ୍ରତି ଜୀବଙ୍କର ଶାରୀରିକ ଅବୟବ ରହିଛି । ପ୍ରତି ଜୀବର ଏକ ଭୌଗଳିକ ସ୍ଥିତି ମଧ୍ୟ ରହିଛି । ପୃଥିବୀ ପୃଷ୍ଠରେ ଜୀବନର ଉଦଘୋଷଣା କରୁଥିବା ପ୍ରତି ଜୀବଙ୍କ ସ୍ଥିତିକୁ ହିଁ ଯୋଗାସନ କୁହାଯାଏ । ଅନିର୍ଦ୍ଦିଷ୍ଟ ସଂଖ୍ୟାରେ ଯୋଗାସନ ରହିଥିଲେ ବି, ବର୍ତ୍ତମାନ ସମୟରେ ତାହା ମଧ୍ୟରୁ ମାତ୍ର ୮୪ଟି ଆସନକୁ ଯୋଗ ଅଭ୍ୟାସକାରୀମାନେ ଅଭ୍ୟାସ କରୁଛନ୍ତି । ଠିକ୍ ସେହିପରି ଶ୍ୱାସକ୍ରିୟା ସମ୍ପାଦନ କରୁଥିବା ଅନିର୍ଦ୍ଦିଷ୍ଟ ସଂଖ୍ୟାରେ ଜୀବ ରହିଥିବାରୁ ପ୍ରାଣାୟାମର ସଂଖ୍ୟା ମଧ୍ୟ ଅନିର୍ଦ୍ଦିଷ୍ଟ । ବର୍ତ୍ତମାନ ସମୟରେ ଯୋଗଗୁରୁମାନେ ମୁଖ୍ୟତଃ ୭ରୁ ୧୦ ପ୍ରକାର ପ୍ରାଣାୟାମ କରିବାକୁ ପରାମର୍ଶ ଦିଅନ୍ତି । 


ଶରୀର ପାଇଁ ସର୍ବାଧିକ ଲାଭ ପ୍ରଦାନକାରୀ ପ୍ରାଣାୟାମ ଗୁଡ଼ିକ ହେଉଛି -

  1. ନାଡ଼ି ଶୋଧନ
  2. ଶୀତଳି
  3. ସିତ୍କାରୀ
  4. ଭ୍ରାମରୀ
  5. ଉଜ୍ଜୟୀ
  6. କପାଳଭାତି
  7. ଅନୁଲୋମ-ବିଲୋମ
  8. ଭସ୍ତ୍ରୀକା
  9. ମୂର୍ଚ୍ଛା
  10. ପଲ୍ଲବନୀ 


ଶ୍ୱାସକ୍ରିୟା କେତେ ପ୍ରକାର?

  • ପୂରକ: ପ୍ରଶ୍ୱାସ ଗ୍ରହଣ କରିବା କ୍ରିୟା 
  • କୁମ୍ଭକ: ପ୍ରଶ୍ୱାସକୁ ହୃଦୟରେ ଧରି ରଖିବା କ୍ରିୟା
  • ରେଚକ: ନିଶ୍ୱାସ ତ୍ୟାଗ କ୍ରିୟା 
  • ବାହ୍ୟ କୁମ୍ଭକ: ସମ୍ପୂର୍ଣ୍ଣ ନିଶ୍ୱାସ ତ୍ୟାଗ କରିବା ସହ ସେହି ଅବସ୍ଥାରେ କିଛି କ୍ଷଣ ସ୍ଥିର ରହିବା କ୍ରିୟା

୧. ନାଡ଼ି ଶୋଧନ ପ୍ରାଣାୟାମ


କିପରି କରିବେ ନାଡ଼ି ଶୋଧନ ପ୍ରାଣାୟାମ? Nadi Shodhan Pranayama


ଶରୀରର ପ୍ରତିଟି କ୍ରିୟା, ପ୍ରତିକ୍ରିୟା ନାଡି ଦ୍ୱାରା ନିୟନ୍ତ୍ରିତ । ମଣିଷ ଶରୀରରେ ଥିବା ୭୨ ହଜାର ନାଡ଼ିକୁ ଶୋଧନ କରିବା ପାଇଁ ନାଡି ଶୋଧନ ପ୍ରାଣାୟାମ କରାଯାଏ । 


  • ମେରୁଦଣ୍ଡକୁ ସିଧା ରଖି ପଦ୍ମାସନ, ସିଦ୍ଧାସନ, ସୁଖାସନ କିମ୍ବା ବଜ୍ରାସନରେ ବସିଯାଆନ୍ତୁ । 
  • ଆଖି ବନ୍ଦ ରଖନ୍ତୁ, ଶ୍ୱାସ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । 
  • ବୃଦ୍ଧାଙ୍ଗୁଠିରେ ଡାହାଣ ନାକପୁଡ଼ା ବନ୍ଦ ରଖି ବାମ ପୁଡ଼ାରେ ଧୀରେଧୀରେ ପୁରକ କ୍ରିୟା ବା ଶ୍ୱାସ ଗ୍ରହଣ କରନ୍ତୁ । 
  • ବାୟୁକୁ ଛାତିରେ କିଛି ସମୟ ଅଟକାଇ ରଖନ୍ତୁ । 
  • ବିଶି ଓ କାଣି ଆଙ୍ଗୁଳିରେ ବାମ ନାକପୁଡ଼ା ବନ୍ଦ କରି ଦକ୍ଷିଣ ପୁଡ଼ାରେ ନିଶବ୍ଦରେ ଶ୍ୱାସ ତ୍ୟାଗ କରନ୍ତୁ । 
  • ଏହିପରି ୩ ଥର କରିବା ପରେ ଦକ୍ଷିଣରୁ ବାମକୁ ପରିବର୍ତ୍ତନ କରନ୍ତୁ । 
ନାଡ଼ି ଶୋଧନ ପ୍ରାଣାୟାମ କରିବାର ଲାଭ:-

ଖୁବ ସରଳ ଏହି କ୍ରିୟା ପ୍ରାଣ ଶକ୍ତିକୁ ଜାଗ୍ରତ କରିବା ସହ ଇଡ଼ା (ଚନ୍ଦ୍ର ପାର୍ଶ୍ୱ ବା ଛାତିର ବାମ ପାର୍ଶ୍ୱ) ଓ ପିଙ୍ଗଳା (ସୂର୍ଯ୍ୟ ପାର୍ଶ୍ୱ ବା ଛାତିର ଦକ୍ଷିଣ ପାର୍ଶ୍ୱ) ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ । 

୨. ଶୀତଳି ପ୍ରାଣାୟାମ


କିପରି କରିବେ ଶୀତଳି ପ୍ରାଣାୟାମ? Sheetli Pranayama 

ଖରାଦିନେ, ପ୍ରବଳ ଗରମ ସମୟରେ ନିଜ ଶରୀରର ତାପମାତ୍ରା ଆପଣ ଚାହିଁଲେ କମ୍ କରି ପାରିବେ । ମନେ ରଖନ୍ତୁ ଶୀତ ଦିନେ ଓ କଫ ରୋଗୀମାନେ ଏହି ପ୍ରାଣାୟମ କରିବା ଠିକ ନୁହେଁ । 

  • ଶୁଦ୍ଧ ପରିବେଶରେ ଧ୍ୟାନ ମୁଦ୍ରାରେ ବସି ଯାଆନ୍ତୁ । 
  • ଜିହ୍ୱାକୁ ବାହାରକୁ ବାହାର କରି ଉପର ପଟକୁ ଓଲଟାଇ ଗୋଲାକାର କରନ୍ତୁ । 
  • ଜିଭ ମଧ୍ୟସ୍ଥ ଛୋଟ ରନ୍ଧ୍ର ସାହାଯ୍ୟରେ ପୂରକ ବା ଶ୍ୱାସ ଗ୍ରହଣ କରନ୍ତୁ । 
  • ବାୟୁକୁ କିଛି କ୍ଷଣ ଫୁସଫୁସରେ ଅଟକାଇ ପାଟିକୁ ବନ୍ଦ କରି ଉଭୟ ନାସିକା ଦ୍ୱାରା ରେଚକ ବା ଶ୍ୱାସ ତ୍ୟାଗ କରନ୍ତୁ । 
  • ଅତି କମରେ ୮ରୁ ୧୦ ଥର ଏହି କ୍ରିୟା କରନ୍ତୁ ।    
ଶୀତଳି ପ୍ରାଣାୟାମ କରିବାର ଲାଭ:-

ନିୟମିତ୍ତ ଶୀତଳି ପ୍ରାଣାୟାମ କରିବା ଦ୍ୱାରା କ୍ଷୁଦ୍ଧା ଓ ତୃଷା ଉପରେ ବିଜୟ ହେବା ସହ ପିତ୍ତ ରୋଗ, ଉଚ୍ଚ ରକ୍ତ ଚାପ, ଜିହ୍ୱା ଏବଂ ଗଳା ରୋଗ ସମ୍ପୂର୍ଣ୍ଣ ଦୂରୀଭୂତ ହୋଇଯାଇଥାଏ ।

୩. ସିତ୍କାରୀ ପ୍ରାଣାୟାମ


କିପରି କରିବେ ସିତ୍କାରୀ ପ୍ରାଣାୟାମ? Sheetkari Pranayama

ଖରାଦିନେ, ପ୍ରଚଣ୍ଡ ଗରମରୁ ବର୍ତ୍ତିବା ପାଇଁ କରନ୍ତୁ ଏହି ପ୍ରାଣାୟାମ । ଚାହିଁଲେ କମାଇ ପାରିବେ ଶରୀରର ତାପମାତ୍ରା । ମନେ ରଖନ୍ତୁ ଶୀତ ଦିନେ ଓ କଫ ରୋଗୀମାନେ ଏହି ପ୍ରାଣାୟମ କରିବା ଠିକ ନୁହେଁ । 

  • ଶୁଦ୍ଧ ପରିବେଶରେ ଧ୍ୟାନ ମୁଦ୍ରାରେ ବସି ଯାଆନ୍ତୁ । 
  • ପ୍ରଥମେ ଜିଭକୁ ଉପର ତାଳୁରେ ଲଗାନ୍ତୁ । 
  • ଉପର ଓ ତଳ ଦାନ୍ତ ପଂକ୍ତିକୁ ଚାପି ରଖି ଓଠ ଖୋଲି ଦିଅନ୍ତୁ । 
  • ଧୀରେଧୀରେ ସି-ସି ଶବ୍ଦ କରି ପାଟିର ଉଭୟ ପାର୍ଶ୍ବରେ ଶ୍ବାସ ଗ୍ରହଣ କରନ୍ତୁ । 
  • ବାୟୁକୁ କିଛି କ୍ଷଣ ଫୁସଫୁସରେ ଅଟକାଇ ପାଟିକୁ ବନ୍ଦ କରି ଉଭୟ ନାସିକା ଦ୍ୱାରା ରେଚକ ବା ଶ୍ୱାସ ତ୍ୟାଗ କରନ୍ତୁ । ଅତି କମରେ ୮ରୁ ୧୦ ଥର ଏହି କ୍ରିୟା କରନ୍ତୁ ।    
ସିତ୍କାରୀ ପ୍ରାଣାୟାମ କରିବାର ଲାଭ:-

ନିୟମିତ୍ତ ସିତ୍କାରୀ ପ୍ରାଣାୟାମ କରିବା ଦ୍ୱାରା ଦାନ୍ତ, ଗଳା, ପାଟି, ନାକ ଓ ଜିହ୍ୱା ରୋଗ ସମ୍ପୂର୍ଣ୍ଣ ଦୂରୀଭୂତ ହୋଇଯାଇଥାଏ । 

୪. ଭ୍ରାମରୀ ପ୍ରାଣାୟାମ


କିପରି କରିବେ ଭ୍ରାମରୀ ପ୍ରାଣାୟାମ?  Bhramari Pranayama

ଶାନ୍ତି ନିଦ୍ରା ସହ ନିୟମିତ ଭ୍ରାମରୀ ପ୍ରାଣାୟାମ କରିବା ଦ୍ୱାରା ଏକାଗ୍ରତା ବୃଦ୍ଧି, ମନର ଚଞ୍ଚଳତା ହ୍ରାସ ପାଇଥାଏ । ଗର୍ଭବତୀ ଓ ରଜସ୍ୱଳା ନାରୀ ଏହି କ୍ରିୟା କରିବା ଅନୁଚିତ । 

  • ଶୁଦ୍ଧ ପରିବେଶରେ ଧ୍ୟାନ ମୁଦ୍ରାରେ ବସି ଯାଆନ୍ତୁ । 
  • ଦୁଇ ଆଖିର ମଧ୍ୟଭାଗ ବା ଭୃକୁଟି (ଆଜ୍ଞ ଚକ୍ର) ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । 
  • ପୁରକ କ୍ରିୟା ବା ପ୍ରଶ୍ୱାସ ଗ୍ରହଣ ପରେ ଦୁଇ ମଧ୍ୟମା ଆଙ୍ଗୁଳିରେ ନାସିକାର ମୂଳ ଅଂଶକୁ ସାମାନ୍ୟ ଚାପ ପ୍ରୟୋଗ କରି ଦବାଇ ରଖନ୍ତୁ । 
  • ଦୁଇ ବୃଦ୍ଧାଙ୍ଗୁଷ୍ଠିରେ ଦୁଇ କାନକୁ ସମ୍ପୂର୍ଣ୍ଣ ବନ୍ଦ ରଖନ୍ତୁ । 
  • ଏବେ ଭ୍ରମର ଗୁଞ୍ଜନ ପରି ଓଁକାର ଉଚାରଣ କରି ରେଚକ କ୍ରିୟା ବା ଶ୍ୱାସ ତ୍ୟାଗ କରନ୍ତୁ । 
  • ଅତି କମରେ ୮ରୁ ୧୦ ଥର ଏହି କ୍ରିୟା କରନ୍ତୁ ।    
ଭ୍ରାମରୀ ପ୍ରାଣାୟାମ କରିବାର ଲାଭ:-

ଦୁଶ୍ଚିନ୍ତା, ଉତ୍ତେଜନା, ଉଚ୍ଚ ରକ୍ତଚାପ, ହୃଦରୋଗ ପାଇଁ ମଧ୍ୟ ଭ୍ରାମରୀ ପ୍ରାଣାୟାମ ଫଳପ୍ରଦ ହୋଇଥାଏ । 

୫. ଉଜ୍ଜୟୀ ପ୍ରାଣାୟାମ


କିପରି କରିବେ ଉଜ୍ଜୟୀ ପ୍ରାଣାୟାମ? Ujjayi Pranayama 


ଉଜ୍ଜୟୀ ପ୍ରାଣାୟାମ କରିବା ଦ୍ୱାରା ଶରୀରର ତାପ ବୃଦ୍ଧି ପାଇଥାଏ । ଏହି ସହଜ, ସରଳ କ୍ରିୟା କରିବା ଦ୍ୱାରା ଓଜନ ହ୍ରାସ ହେବା ସହ କଣ୍ଠସ୍ବର ମଧୁର ହୋଇଥାଏ । 

  • ଶୁଦ୍ଧ ପରିବେଶରେ ଧ୍ୟାନ ମୁଦ୍ରାରେ ବସି ଯାଆନ୍ତୁ । 
  • ଗଳା (ବିଶୁଦ୍ଧ ଚକ୍ର) ଉପରେ ଧ୍ୟାନ କେନ୍ଦ୍ରିତ କରି ସମୁଦ୍ରର ସୁସୁ ଗର୍ଜନ ପରି ପୁରକ କ୍ରିୟା ବା ପ୍ରଶ୍ୱାସ ଗ୍ରହଣ କରନ୍ତୁ ।
  • କଣ୍ଠକୁ ସଙ୍କୁଚିତ କରିବା ପାଇଁ ପ୍ରୟାସ କରନ୍ତୁ । 
  • ଯଦି ସମ୍ଭବ ତେବେ କିଛି ସମୟ କୁମ୍ଭକ ପରେ ରେଚକ କ୍ରିୟା ବା ଶ୍ୱାସ ତ୍ୟାଗ କରନ୍ତୁ । 
  • ଅତି କମରେ ୮ରୁ ୧୦ ଥର ଏହି କ୍ରିୟା କରନ୍ତୁ ।

ଉଜ୍ଜୟୀ ପ୍ରାଣାୟାମ କରିବାର ଲାଭ:-

ପ୍ରାକୃତିକ ଉପାୟରେ ଥାଇରଏଡ ସମେତ ଆସଥମା, ଟନସିଲ, ଦୃଦରୋଗ ପରି ରୋଗ ମଧ୍ୟ ଆପଣଙ୍କ ଶରୀରରୁ ଦୂର ହୋଇଯିବ। 

୬. କପାଳଭାତି ପ୍ରାଣାୟାମ


କିପରି କରିବେ କପାଳଭାତି ପ୍ରାଣାୟାମ ? Kapalbhati Pranayama 

ରୋଗ ନାଶକ କପାଳଭାତି ପ୍ରାଣାୟମ କରିବା ଦ୍ୱାରା ଲିଭର ଓ କିଡନୀ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ସହ ଦୂର ହୋଇଥାଏ ସମସ୍ତ ପେଟ ରୋଗ । ମନେ ରଖନ୍ତୁ କେବଳ ଖାଲି ପେଟରେ ଥିବା ସମୟରେ ଏହି ପ୍ରାଣାୟାମ କରନ୍ତୁ । ଗର୍ଭବତୀ ଓ ଋତୁମତୀ କରନ୍ତୁ ନାହିଁ କପାଳଭାତି ପ୍ରାଣାୟାମ । 

  • ଖାଲି ପେଟରେ ଶୁଦ୍ଧ ପରିବେଶରେ ବଜ୍ରାସନ କିମ୍ବା ପଦ୍ମାସନରେ ବସିଯାଆନ୍ତୁ । 
  • ପୁରକ କ୍ରିୟା ବା ପ୍ରଶ୍ୱାସ ଗ୍ରହଣ ଉପରେ ଧ୍ୟାନ କେନ୍ଦ୍ରିତ ନକରି କେବଳ କୁମ୍ଭକ କ୍ରିୟା ବା ଶ୍ୱାସ ତ୍ୟାଗ ଉପରେ ଜୋର ଦିଅନ୍ତୁ ।  
  • ସମ୍ପୂର୍ଣ୍ଣ ଏକାଗ୍ରତା ସହ ପୂର୍ଣ୍ଣ କ୍ଷମତା ସହ ଶ୍ୱାସତ୍ୟାଗ କରନ୍ତୁ । 
  • ଅତି କମରେ ୨୧ ଥର ଏହି କ୍ରିୟା କରନ୍ତୁ । 
  • କପାଳଭାତି କରିବା ସମୟରେ ସ୍ୱାଭାବିକଭାବେ ପେଟର ସଙ୍କୋଚନ ଓ ପ୍ରସାରଣ କ୍ରିୟା ହୋଇଥାଏ । 

କପାଳଭାତି ପ୍ରାଣାୟାମ କରିବାର ଲାଭ:-

ନିୟମିତ କପାଳଭାତି ପ୍ରାଣାୟାମ କଲେ ରକ୍ତ ଶୁଦ୍ଧ ହୁଏ । ହୃଦୟ ଓ ମସ୍କିଷ୍କକୁ ଅମ୍ଳଜାନ ମିଳିବା ସହ ଥଣ୍ଡା, ସର୍ଦି, କଫ ରୋଗ, ଥାଇରଏଡ, ଟନସିଲ, ସାଇନସ ପରି ରୋଗରୁ ଆରୋଗ୍ୟ ପ୍ରାପ୍ତ ହୁଏ । 

୭. ଅନୁଲୋମ ବିଲୋମ ପ୍ରାଣାୟାମ


କିପରି କରିବେ ଅନୁଲୋମ ବିଲୋମ ପ୍ରାଣାୟାମ? Anuloma Viloma Pranayama


ପ୍ରଭାତ ଓ ସଂଧ୍ୟା କାଳ ପ୍ରାଣାୟାମ ପାଇଁ ସର୍ବୋକ୍ତୃଷ୍ଟ ସମୟ । କିନ୍ତୁ ଆପଣ ଚାହିଁଲେ ଦିନର ଯେକୌଣସି ସମୟରେ ଅନୁଲୋମ ବିଲୋମ ପ୍ରାଣାୟାମ କରିପାରିବେ । ମନେରଖନ୍ତୁ ଧୀରେଧୀରେ ଶ୍ୱାସଗ୍ରହଣ ଓ ଶ୍ୱାସତ୍ୟାଗ କରୁଥିଲେ ମଧ୍ୟ ନିଜ ଶ୍ୱାସ ଶବ୍ଦ ଶୁଣିବାକୁ ଚେଷ୍ଟା କରନ୍ତୁ । ଏହାଦ୍ୱାରା ମନ ଏକାଗ୍ର ହେବ । 

  • ଖାଲି ପେଟରେ ଶୁଦ୍ଧ ପରିବେଶରେ ସୁଖାସନ, ସିଦ୍ଧାସନ, ବଜ୍ରାସନ କିମ୍ବା ପଦ୍ମାସନରେ ବସିଯାଆନ୍ତୁ । 
  • ଶ୍ୱାସକ୍ରିୟା ଉପରେ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରିତ କରନ୍ତୁ । 
  • ବୃଦ୍ଧାଙ୍ଗୁଠିରେ ଦକ୍ଷିଣ ନାକ ପୁଡ଼ା ବନ୍ଦ ରଖି ଧୀରେଧୀରେ ବାମ ପୁଡ଼ାରେ ପୁରକ କ୍ରିୟା ବା ପ୍ରଶ୍ୱାସ ଗ୍ରହଣ କରନ୍ତୁ।
  • ଯଥାସମ୍ଭବ କୁମ୍ଭକ କ୍ରିୟା ବା ଛାତିରେ ବାୟୁ ଅଟକାଇବାକୁ ପ୍ରୟାସ କରନ୍ତୁ । 
  • ତର୍ଜନୀ ଓ ମଧ୍ୟମା ଆଙ୍ଗୁଳିରେ ବାମ ନାକପୁଡ଼ା ବନ୍ଦ କରି ଧୀରେଧୀରେ ରେଟକ କ୍ରିୟା ବା ଶ୍ୱାସତ୍ୟାଗ କରନ୍ତୁ । 
  • କ୍ଷମତା ଅନୁସାରେ ୩, ୪, ୫ କିମ୍ବା ୯ ଥର ଏପରି କରିବା ପରେ ପଟ୍ଟ ପରିବର୍ତ୍ତନ କରନ୍ତୁ । 

ଅନୁଲୋମ ବିଲୋମ ପ୍ରାଣାୟାମ କରିବାର ଲାଭ:-

ନିୟମିତ ଅନୁଲୋମ ବିଲୋମ ପ୍ରାଣାୟାମ କରିବା ଦ୍ୱାରା ଶ୍ୱାସ ସମ୍ବନ୍ଧୀୟ ସମସ୍ତ ଜଟିଳତା ଦୂର ହୋଇଯାଇଥାଏ । ଉଭୟ ଶରୀର ଓ ମନ ପାଇଁ ସର୍ବରୋଗନାଶକ ଅନୁଲୋମ ବିଲୋମ ପ୍ରାଣାୟାମ ବହୁତ ସରଳ ଅଟେ । ଏହାଦ୍ୱାରା ଆଖି ଯନ୍ତ୍ରଣା, ବାଳ ଉପୁଡିବା, କୋଲେଷ୍ଟ୍ରଲ ନିୟନ୍ତ୍ରଣ ସହିତ ଚର୍ମ ରୋଗ ମଧ୍ୟ ଦୂର ହୋଇଯାଏ । 

୮. ଭସ୍ତ୍ରୀକା ପ୍ରାଣାୟାମ


କିପରି କରିବେ ଭସ୍ତ୍ରୀକା ପ୍ରାଣାୟାମ? Bhastrika Pranayama

ଭସ୍ତ୍ରୀକା ପ୍ରାଣାୟାମକୁ ଅଗ୍ମିବର୍ଷି ପ୍ରାଣାୟାମ କୁହାଯାଏ । କାରଣ ଏହି ପ୍ରାଣାୟାମ ଶରୀରରେ ତାପମାତ୍ରା ବୃଦ୍ଧି କରିଥାଏ । 

  • ଖାଲି ପେଟରେ ଶୁଦ୍ଧ ପରିବେଶରେ ବଜ୍ରାସନ କିମ୍ବା ପଦ୍ମାସନରେ ବସିଯାଆନ୍ତୁ । 
  • ଆଖି ବନ୍ଦ ରଖି ଶ୍ୱାସ କ୍ରିୟା ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ ।
  • ଧୀରେଧୀରେ ଶ୍ୱାସ ଗ୍ରହଣ କରନ୍ତୁ, ବାୟୁକୁ କିଛି ସମୟ ଛାତିରେ ଅଟକାଇବାକୁ ପ୍ରୟାସ କରନ୍ତୁ ।  
  • ଧୀରେଧୀରେ ଶ୍ୱାସତ୍ୟାଗ କରନ୍ତୁ । 
  • ପ୍ରଥମେ ମନ୍ଥର ଓ ପରେ ଶ୍ୱାସକ୍ରିୟାକୁ ଦ୍ରୁତ କରନ୍ତୁ ।
  • ଅତି କମରେ ୨୧ ଥର ଏହି କ୍ରିୟା କରନ୍ତୁ । 

ଭସ୍ତ୍ରୀକା ପ୍ରାଣାୟାମ କରିବାର ଲାଭ:-

ଶରୀରରେ ୩ ଦୋଷ (ବାତ, ପିତ୍ତ, କଫ) ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ ଭସ୍ତ୍ରୀକା ପ୍ରାଣାୟାମ ସାହାଯ୍ୟ କରିଥାଏ ।


୯. ମୂର୍ଚ୍ଛା ପ୍ରାଣାୟାମ


କିପରି କରିବେ ମୂର୍ଚ୍ଛା ପ୍ରାଣାୟାମ ? Murchha Pranayama

ମୂର୍ଚ୍ଛା ପ୍ରାଣାୟମ ଜଟିଳ ପର୍ଯ୍ୟାୟର ପ୍ରାଣାୟାମ ଅଟେ । ଦୀର୍ଘ ଅଭ୍ୟାସକାରୀମାନେ ଏହି ପ୍ରାଣାୟାମ କରିଥାନ୍ତି । 

  • ଖାଲି ପେଟରେ ଶୁଦ୍ଧ ପରିବେଶରେ ଶବାସନ କରନ୍ତୁ । 
  • ଆଖି ବନ୍ଦ ରଖି କେବଳ ରେଚକ କ୍ରିୟା ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ ।
  • ଧୀରେଧୀରେ ଶ୍ୱାସ ତ୍ୟାଗ କରନ୍ତୁ ।
  • ବାୟୁକୁ କିଛି ସମୟ ଛାତିରେ ଅଟକାଇବାକୁ ପ୍ରୟାସ କରନ୍ତୁ ।  
ଏହି ପ୍ରାଣାୟାମରେ କେବଳ ରେଚକ କ୍ରିୟା କରାଯାଏ । ଶରୀରରୁ ସମ୍ପୂର୍ଣ୍ଣ ବାୟୁ ନିର୍ଗମନ ଉପରେ ଧ୍ୟାମ କେନ୍ଦ୍ରିତ କରାଯାଏ । ଏହାପରେ ଏକ ଅଚେତନ ଅବସ୍ଥା ଆସିଥାଏ । ତନ୍ଦ୍ରା ଅବସ୍ଥାରେ ଶରୀର ସ୍ୱତଃ ଶ୍ୱାସ ଗ୍ରହଣ କରିଥାଏ ।

ମୂର୍ଚ୍ଛା ପ୍ରାଣାୟାମ କରିବାର ଲାଭ:-

ସଠିକ ଭାବେ ମୂର୍ଚ୍ଛା ପ୍ରାଣାୟାମ କରିପାରିଲେ ଶରୀରରେ ରୋଗ ଜୀବାଣୁ ନାଶ ହୋଇଥାଏ ।


୧୦.  ପଲ୍ଲବନୀ ପ୍ରାଣାୟାମ


କିପରି କରିବେ ପଲ୍ଲବନୀ ପ୍ରାଣାୟାମ? Pallvini Pranayama

ଜଳ ମଧ୍ୟରେ ହିଁ ବଲ୍ଲବନୀ ପ୍ରାଣାୟାମ କରାଯାଏ । ଦୀର୍ଘ ଅଭ୍ୟାସ ପରେ ଏପରି ପ୍ରାଣାୟାମରେ ଅଭ୍ୟାସକାରୀ ସିଦ୍ଧ ପ୍ରାପ୍ତ ହୋଇଥାନ୍ତି ।

  • ଖାଲି ପେଟରେ ଶୁଦ୍ଧ ଜଳାଶୟରେ ଶବାସନ ପ୍ରୟାସ କରନ୍ତୁ । 
  • ଶ୍ୱାସକ୍ରିୟାକୁ ନିୟନ୍ତ୍ରଣ କରନ୍ତୁ ।
  • ଧୀରେଧୀରେ ଶ୍ୱାସ ତ୍ୟାଗ କରନ୍ତୁ ।
  • ଶରୀର ଉପରେ ସଂମ୍ପୂର୍ଣ୍ଣ ନିୟନ୍ତ୍ରଣ କରନ୍ତୁ।
  • ନିଜ ଇଚ୍ଛା ଅନୁସାରେ ଜଳରେ ନିଜ ସ୍ଥିତି ନିର୍ଦ୍ଧାରଣ କରନ୍ତୁ ।
ପଲ୍ଲବନୀ ପ୍ରାଣାୟାମ ଜଟିଳ ପର୍ଯ୍ୟାୟର ପ୍ରାଣାୟାମ ହୋଇଥିବାରୁ ସାଧାରଣ ଅଭ୍ୟାସକାରୀ ଏଥିରେ ସିଦ୍ଧ ହୋଇ ପାରି ନଥାନ୍ତି । ଏଥିପାଇଁ ନିଜ ଶରୀର ଓ ଶ୍ୱାସ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆବଶ୍ୟକ ହୋଇଥାଏ ।

ପଲ୍ଲବନୀ ପ୍ରାଣାୟାମ କରିବାର ଲାଭ:-

ପଲ୍ଲବନୀ ପ୍ରାଣାୟାମ କରିପାରିଲେ ପଞ୍ଚ ଇନ୍ଦ୍ରୀୟ ପ୍ରାୟାଣାମକାରୀଙ୍କ ଅଧୀନ ହୋଇଥାନ୍ତି । କୌଣସି ବାହ୍ୟଶକ୍ତି ତାଙ୍କର ଚେତନା ସ୍ତରକୁ ଆଲୋଡ଼ିତ ବା ଅସ୍ଥିର କରପାରିନଥାଏ ।

ପ୍ରାଣାୟାମ ଅଭ୍ୟାସକାରୀଙ୍କ ପାଇଁ ସାଧାରଣ ଟିପ୍ପଣୀ 


ଯଦି ଆପଣ ପ୍ରାଣାୟାମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ... କୌଣସି ମାଧ୍ୟମରୁ ପ୍ରେରିତ ହୋଇ ପ୍ରାଣାୟାମ କରୁଛନ୍ତି, ତେବେ ଦକ୍ଷ ଓ ଅଭିଜ୍ଞ ଯୋଗୀଙ୍କ ମାର୍ଗଦର୍ଶନରେ ପ୍ରାଣାୟାମ କରନ୍ତୁ । ପ୍ରାଣାୟମ ଆପଣଙ୍କ ଚେତନାର ସ୍ତରକୁ ଉତ୍ତରିତ ସୋପାନକୁ ନେବା ସହ ଜୀବନଶୈଳୀ ସହ ଜଡ଼ିତ ପ୍ରତିଟି ଅନୁଭବକୁ ତୀକ୍ଷ୍ମ କରିବ ନିଶ୍ଚୟ ।


ପ୍ରାଣାୟାମ ଆରମ୍ଭ କରିବା ପୂର୍ବରୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ 


  • ପ୍ରଭାତ ଓ ସଂଧ୍ୟା ସମୟ ପ୍ରାଣାୟାମ ଅଭ୍ୟାସ କରିବା ପାଇଁ ସର୍ବୋତ୍ତମ ସମୟ । 
  • ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରାଣାୟାମ କରିବା ଉଚିତ୍ । 
  • କେବଳ ଖାଲି ପେଟରେ ହିଁ ପ୍ରାଣାୟମ କରିବା ଉଚିତ । 
  • ଖାଇବା ପୂର୍ବରୁ କିମ୍ବା ଖାଦ୍ୟ ଖାଇବାର ଅତି କମରେ ୫ ଘଣ୍ଟା ପରେ ପ୍ରାଣାୟାମ କରିବା ଉଚିତ । 
  • ଆବଦ୍ଧ କୋଠରୀ କିମ୍ବା ଶୀତତାପ ନିୟନ୍ତ୍ରିତ କୋଠରୀରେ ପ୍ରାଣାୟାମ କରନ୍ତୁ ନାହିଁ
  • ମୁକ୍ତାକାଶ ତଳେ ଶାନ୍ତ, ପରିଷ୍କାର ଏବଂ ମନୋରମ ପରିବେଶକୁ ବାଚ୍ଛନ୍ତୁ । 
  • ଶରୀରରେ ଚାପ ପକାଉଥିବା ପୋଷାକ ବଦଳରେ ପ୍ରାକୃତିକ ତନ୍ତୁରେ ନିର୍ମିତ ଆରାମଦାୟକ ପୋଷାକ ପରିଧାନ କରନ୍ତୁ
  • ପଦ୍ମାସନ, ସୁଖାସନ କିମ୍ବା ବଜ୍ରାସନରେ ମେରୁଦଣ୍ଡକୁ ସିଧା କରି ବସନ୍ତୁ । 
  • ଦୈନିକ ପ୍ରାଣାୟାମ କରିବା ପୂର୍ବରୁ ହାତ, ଗୋଡ଼, ମୁହଁ ଧୋଇ ଶୁଦ୍ଧ ହେବା ଆବଶ୍ୟକ । 
  • ପ୍ରାଣାୟାମର 20 ମିନିଟ ପରେ ମାଟି କିମ୍ବା ତମ୍ବା ପାତ୍ରରେ 4 ଘଣ୍ଟା ପୂର୍ବରୁ ସଂଗୃହୀତ ପାଣି ପିଅନ୍ତୁ।
  • ଶରୀର ତାପମାତ୍ରା ସ୍ୱାଭାବିକ ହେବା ପରେ ସ୍ନାନ କରିବା ଉଚିତ ।  


ଶେଷକଥା

ଶ୍ୱାସକ୍ରିୟା ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଅଟେ । ଏହା ଶରୀରର ପ୍ରତ୍ୟେକ କୋଷର କାର୍ଯ୍ୟକଳାପକୁ ପ୍ରଭାବିତ କରେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶ୍ୱାସ ମସ୍ତିଷ୍କର କାର୍ଯ୍ୟଦକ୍ଷତା ସହିତ ନିବିଡ଼ ଭାବରେ ଜଡ଼ିତ । ମଣିଷମାନେ ପ୍ରତି ମିନିଟରେ ପ୍ରାୟ ୧୫ ଥର ଏବଂ ଦିନକୁ ପ୍ରାୟ ୨୧,୬୦୦ ଥର ଶ୍ୱାସକ୍ରିୟା ସମ୍ପାଦନ କରିଥାନ୍ତି।


ଶ୍ୱାସକ୍ରିୟା  ଶରୀରକୁ ଅମ୍ଳଜାନ ଯୋଗାଇବା ସହ ଶରୀରରେ ଶକ୍ତି ସୃଷ୍ଟି କରେ ।  ନିଶ୍ୱାସ-ପ୍ରଶ୍ୱାସ ମାନବ ଅନୁଭୂତିର ସମସ୍ତ ଦିଗ ସହିତ ସଂଯୁକ୍ତ । ଅଧିକାଂଶ ଲୋକ ଶ୍ୱାସକ୍ରିୟା ପ୍ରତି ସଚେତନ ନଥିବାରୁ  ନିଜ ଶରୀରର ଫୁସଫୁସ୍ କ୍ଷମତାର ଖୁବ ଛୋଟ ଅଂଶକୁ କାର୍ଯ୍ୟକ୍ଷମ କରିଥାନ୍ତି । ପ୍ରାଣାୟାମ ଅଭ୍ୟାସ ପରେ ଶ୍ୱାସକ୍ରିୟା ସୁଗମ ହେବା ସହ ଶରୀରର ପ୍ରତିଟି ଅଂଶରେ ଏହାର ସୁପ୍ରଭାବ ପଡ଼ିଥାଏ । 

©ପ୍ରକାଶ ରଂଜନ ପରିଡ଼ା


Also Read: Important Physical and Emotional Health Benefits of Pranayama

Yogashree explainer | Yogashree


What is Pranayama?


The Sanskrit word 'Pranayam' means: breath + Ayam


The word 'prana' means 'life' and the word 'Ayam' means 'long'. Pranayama in general means healing and long life. Pranayama is the first and best step to starting a yoga practice. According to Maharshi Patanjali's 'Yogasutra', Pranayama is an inexhaustible superpower that is fully capable of controlling life.


What are the importance and benefits of Pranayama?

Humans can live for weeks without food, and days without water, but not even a moment without breathing. Yogis in ancient India succeeded in uncovering this secret. Despite all external actions, the Yogi used the immense power of Prashanam to stay healthy in food, to keep the soul alive, and to stay fresh regardless of age.


Which was shocking the whole world and attracted seekers to India to perfect this knowledge. For thousands of years, Indian culture, which has made yoga the basis of life, has been seen as a beacon to the world.


During the Vedic period, yogis gave society a wonderful vision of soul science. He pointed out the similarity of action and reaction between the external universe and the internal universe. At the lowest level, the universe is present in the consciousness, and the manifestation of the universe exists in the body or body.


What are the important health benefits of Pranayama?


Pranayama clears the airways
Pranayama purifies the blood
It destroys rheumatism, pitta, and Kapha diseases
Normalizes blood pressure
Delivers oxygen to all parts of the body


What are the features of Pranayama?



Pranayama is a form of exercise that 👉revitalizes dead cells in our body, 👉sharpens memory, 👉improves health, and frees us from 👉bad habits. It additionally 👉provides energy to the body, 👉strengthens bones, and gives longevity.


What is the difference between Pranayama and Breathing?



Breathing or breath-breathing is what we naturally give up and take in for sustaining life, but performing this action in a refreshing manner is called pranayama. Pranayama calms our mind and body; It ultimately connects us to the source of life.


By increasing control over the mind, we can accomplish more. When we focus our mind on our breath and perform a yoga action or a posture, our body also follows this action which gradually connects the body to the original source.


During normal breathing, the air we take into the alveoli and bronchi of the lungs is only part of the primary stream of air. Every part of our body needs air. Which infuses life force in the body and refreshes the body. Without air, the body becomes dull and dry.


Does Pranayama Change Lifestyle?


Once you start pranayama, you can experience the health benefits of pranayama. You will feel healthier, and happier than ever. You will feel a sense of dread within you.



How is Pranayama performed?



The body of Panchabhuta (earth, water, air, sky, fire) provides protection to the soul in the body with the help of the five senses (eyes, ears, nose, tongue, skin). Controls the soul, mind, and five senses. According to Ayurveda, the soul is completely different from the air. Which is called Panchaprana in Vedic scriptures.



What is Panchaprana?


5 types of air are active in our body every moment. Every air moves in a certain direction in the body.



➡️Prana: The air required for heart function is received by the body through the mouth and nose.

➡️Saman: The same carries air from the intestines to the navel and performs the purifying function.

➡️Apan: The apan carries air from the navel to the feet and performs the functions of urination and excretion.

➡️Udan: It moves the air from the throat to the head and keeps the air in a straight position.

➡️Vyan: That which is present in the whole body.



The human body has five sub-souls along with five souls. Which works to keep the soul cells clean, healthy, and healthy.

What is the Panch Prana?


The Panch Prana located in the body are respectively:

Nag
Kruskal
Kurma
Devadatta
Dhananjay


What is the function of Panch-Upapranas?



Panchauprana governs actions such as gagging, sneezing, flapping, yawning, and itching.



Panchaupran and its functions:

Naga is the air that regulates burping.
sneezing, coughing, hunger & thirst (Kurma)

Krinkala is the up prana that governs sneezing.
blinking and allows for vision (Kurma)
Kurma is the up prana that controls contracting movements e.g. blinking.
yawning (Devadatta)
Devadatta controls yawning.
Sleeping, producing phlegm, circulation of blood particularly in the heart, and decomposition after death (Dhananjaya)
Dhananjaya controls the functioning of heart valves.


Where is the location of Panchapran?



Soul - from the throat to the heart
Equal - from the bottom of the heart to the navel
From the bottom of the navel to the foot the foot
Flight - from the top of the neck to the head
Ban- All over the body


Panchuprapana is also related to Panchabhata in the body. Prana and Upaprana are connected to a particular elemental body and help activate the Saptachakra (Muladhara, Swadhisthan, Manipur, Anahat, Visuddha, Ajna, Sahasrara).



Prana activates the Anahata Chakra.
Samana activates the Manipur Chakra.
Apana activates the root of the soul.
Udan activates the throat purification cycle.
Vyan Prana activates the Swadhisthana Chakra.

Who does Panchaprana support?



Prana Vayu - supports the air
Samana supports the fire
Apan supports the soil
Udan supports the sky
Vyan supports the water


What are the types of pranayama and what are they?


There is no definite answer to the question of how many types of pranayama there are. There are as many types of plants and animals as there are on the surface of the earth. Because every living being has a physical structure. Every living thing has a geographical location. Yogasana is the position of every living thing that manifests life on the surface of the earth. Although there are an indefinite number of yogasanas, only 84 of them are currently being practiced by yoga practitioners. In the same way, since there are an indefinite number of living beings performing breathing, the number of pranayamas is also indefinite. Currently, yoga gurus mainly recommend 7 to 10 types of pranayama.



The most beneficial pranayama for the body are –

Nadi Sodhana
Shitali Pranayama
Sheetkari Pranayama
Bhramari Pranayama
Ujjayi Pranayama
Bhastrika Pranayama
Kapalabhati Pranayama
Anuloma & Viloma Pranayama
Vasrika Pranayama
Murchha Prayama
Pallavani Pranayama


What are the types of respiration?



Puraka:  to hold the breath in the heart
Rechak: Exhalation action
Kumvaka: Exhale
Kumvaka: Exhale completely and hold the position for a few moments

1. Nadi Shodhana Pranayama


How to do Nadi Shudhan Pranayama? Nadi Shodhan Pranayama



Every action and reaction of the body is controlled by the pulse. Nadi Shudhan Pranayama is performed to purify the 72 thousand nadis in the human body.



Sit in Padmasana, Siddhasana, Sukhasana, or Jainasana with the spine straight.
Close your eyes and focus on your breath.
Keeping the right nostril closed with the thumb, inhale slowly through the left nostril.
Hold the air in the chest for a while.
Close the left nostril with the index and little finger and exhale silently through the right nostril.
After doing this 3 times, change from right to left.
Benefits of Nadi Shudhan Pranayama:-
This very simple action awakens the soul energy and maintains the balance between Ida (lunar side or left side of the chest) and Pingala (solar side or right side of the chest).

2. Sitali Pranayama

How to do Stali Pranayama? Sheetli Pranayama

During the hot summer days, you can lower your body temperature if you want. Remember that it is not good to do this pranayama on a cold day and people suffering from phlegm.

Sit in meditation mudra in a pure environment.
Roll the tongue out and turn the top upside down.
Inhale through the small hole in the middle of the tongue.
Hold the air in the lungs for a few moments, close the mouth and exhale through both nostrils.
Do this at least 8 to 10 times.
Benefits of doing cold pranayama:-

Regular practice of sitali pranayama overcomes hunger and thirst and cures pitta, high blood pressure, and tongue and throat diseases.

3. Sitkari Pranayama

How to do Sitkari Pranayama? Sheetkari Pranayama

Do this pranayama to get relief from the scorching heat on sunny days. If you want, you can lower the body temperature. Remember that it is not good to do this pranayama on a cold day and people suffering from phlegm.

Sit in meditation mudra in a pure environment.
First, place the tongue on the upper palate.
Press the upper and lower teeth and open the lips.
Breathe slowly through both sides of the mouth making a c-c sound.
Hold the air in the lungs for a few moments, close the mouth and exhale through both nostrils. Do this at least 8 to 10 times.
Benefits of doing Sitkari Pranayama:-

By doing regular Sitkari Pranayama, diseases of teeth, throat, mouth, nose, and tongue are completely removed.

4. Vramari Pranayama

How to do Vramari Pranayama? Bhramari Pranayama

Regular practice of Vramari Pranayama with peaceful sleep improves concentration and reduces mental alertness. Pregnant and menstruating women should not perform this action.

Sit in meditation mudra in a pure environment.
Concentrate on the center of the two eyes or the eyeballs (Ajna Chakra).
After exhalation or inhalation, apply light pressure to the base of the nostrils with two middle fingers.
Keep both ears completely closed with two thumbs.
Now do the rechak kriya or exhalation by pronouncing the oka like the hum of the illusion.
Do this at least 8 to 10 times.
Benefits of doing Vramari Pranayama:-

Vramari Pranayama is also effective for anxiety, agitation, high blood pressure, and heart disease.

5. Ujjayi Pranayama

How to do Ujjayi Pranayama? Ujjayi Pranayama


By doing Ujjayi Pranayama, body temperature increases. Doing this easy, simple exercise can help you lose weight and tone your voice.

Sit in meditation mudra in a pure environment.
Concentrate on the throat (Vishuddha Chakra) and take a puraka action or breath like the gentle roar of the ocean.
Try to contract the throat.
If possible, do laxatives or exhalation after a while.
Do this at least 8 to 10 times.

Benefits of doing Ujjayi Pranayama:-

Diseases like asthma, tonsillitis, rheumatism, and thyroid disease will also be eliminated from your body in a natural way.

6. Forehead Pranayama

How to do Kapalavati Pranayama? Kapalbhati Pranayama

By performing anti-inflammatory Kapalavati Pranayama, the liver and kidneys become fully functional and all stomach diseases are eliminated. Remember to do this pranayama only on an empty stomach. Do not perform Kapalavathi Pranayama during pregnancy or menstruation.

Sit in Jayasana or Padmasana on an empty stomach in a pure environment.
Emphasize only the khakka action or exhalation without focusing on the puraka action or inhalation.
Exhale with full concentration and full force.
Do this at least 21 times.
Abdominal contractions and expansions occur naturally while doing Kapalbhati.

Benefits of doing Kapalavathi Pranayama:-

Regular forehead pranayama purifies the blood. It provides oxygen to the heart and muscles and cures diseases like colds, flu, phlegm, thyroid, tonsils, and sinuses.

7. Anulom vilom Pranayama

How to do Anulom vilom Pranayama? Anuloma Viloma Pranayama


Morning and evening are the best times for pranayama. But you can do Anulom Bilom Pranayama at any time of the day if you want. Remember to try to listen to your breath while inhaling and exhaling slowly. This will concentrate the mind.

Sit in Sukhasana, Siddhasana, Jainasana, or Padmasana on an empty stomach in a pure environment.
Concentrate fully on the breath.
Close the right nostril with the big toe and slowly inhale through the left nostril.
Try to hold the air in the chest as much as possible.
Close the left nostril with the index and middle finger and exhale slowly.
After doing this 3, 4, 5, or 9 times according to capacity, change the belt.

Benefits of doing Anulom vilom Pranayama:-

By doing Anulom Biloma Pranayama regularly, all complications related to breathing are eliminated. Anulom Biloma Pranayama is very simple for both body and mind. Due to this, eye pain, hair growth, cholesterol control along with skin diseases are also eliminated.

8. Bhastrika Pranayama

How to do Bhastrika Pranayama? Bhastrika Pranayama

Bhastrika Pranayama is called Agmivarsi Pranayama. Because this pranayama increases the temperature in the body.

Sit in Jayasana or Padmasana on an empty stomach in a pure environment.
Close your eyes and focus on your breathing.
Inhale slowly, trying to hold the air in chest for a while.
Exhale slowly.
First, slow down and then speed up the breathing.
Do this at least 21 times.

Benefits of doing Bhastrika Pranayama:-

Bhastrika Pranayama helps in maintaining the balance between the 3 doshas (Vata, Pitta, Kapha) in the body.


9. Fainting Pranayama

How to do fainting pranayama? Murchha Pranayama

Murchha pranayama is a complex stage pranayama. Long time practitioners do this pranayama.

Bathe in a pure environment on an empty stomach.
Keep your eyes closed and concentrate only on the reflex action.
Exhale slowly.
Try to hold the air in the chest for a while.
In this pranayama, only rechaka is performed. Dhamma is focused on complete exhalation from the body. Then comes an unconscious state. During sleep, the body breathes on its own.

Benefits of doing Murchra Pranayama:-

By doing Murchra Pranayama properly, the diseased germs are destroyed in the body.


10. Pallavani Pranayama

How to do Pallavani Pranayama? Pallavini Pranayama

Ballavani Pranayama is performed in water. After long practice in such pranayama, the practitioner attains Siddha.

Try bathing in a pure swamp on an empty stomach.
Control your breathing.
Exhale slowly.
Have complete control over the body.
Adjust your position in the water to your liking.
As Pallavani Pranayama is complex stage pranayama, ordinary practitioners cannot master it. This requires complete control over one's body and breath.

Benefits of doing Pallavani Pranayama:-

Pallavani Pranayama is able to subdue the five senses. No external force can disturb or destabilize his level of consciousness.

General Notes for Pranayama Practitioners


If you have decided to do pranayama... motivated by any means, do pranayama under the guidance of a skilled and experienced yogi. Pranayama must take your level of consciousness to the appropriate level and sharpen every feeling associated with life.



Before starting Pranayama, there are several points to consider


Morning and evening are the best times to practice pranayama.
Pranayama should be done at a specific time every day.
Pranayama should be done only on an empty stomach.
Pranayama should be done before eating or at least 5 hours after eating food.
Do not do pranayama in closed rooms or air-conditioned rooms
Choose a quiet, clean and pleasant environment during leisure time.
Wear comfortable clothes made of natural fibers instead of tight clothes
Sit with the spine straight in Padmasana, Sukhasana, or Jainasana.
Before doing daily pranayama, hands, feet, and face must be washed and purified.
After 20 minutes of Pranayama, drink the water collected 4 hours earlier in an earthen or copper vessel.
The bath should be taken after the body temperature is normal.


Conclusion 

Breathing is the most important process of the body. It affects the functioning of every cell in the body. Most importantly, breathing is closely related to the functioning of the brain. Humans breathe about 15 times per minute and about 21,600 times per day.



Breathing provides oxygen to the body and creates energy in the body. Breathing is connected to all aspects of the human experience. Because most people are not aware of their breathing, they use only a small portion of their body's lung capacity. After practicing Pranayama, breathing becomes smooth and it has a beneficial effect on every part of the body.

Post a Comment

0 Comments