Vedic Education System: ବୈଦିକ କାଳରେ ଗୁରୁକୂଳରେ କଣ ପଢୁଥିଲେ ଭାରତୀୟ ବିଦ୍ୟାର୍ଥୀ ? 🔱

Gurukul system of education in vedic period | Yogashree

ବୈଦିକ କାଳରୁ ଭାରତରେ ଗୁରୁକୂଳ ଶିକ୍ଷା ବ୍ୟବସ୍ଥା ପ୍ରଚଳିତ ଥିଲା । ଏହାସହିତ ଖୁବ କମ୍ ସଂଖ୍ୟାରେ ସାମୁହିକ ବିଦ୍ୟା ଅଧ୍ୟୟନ କେନ୍ଦ୍ର ମଧ୍ୟ ରହିଥିଲା ।  ଛାପା ଯନ୍ତ୍ର ବା ପ୍ରିଣ୍ଟିଂ ଟେକ୍ନୋଲଜିର ବିକାଶ ପୂର୍ବରୁ ପୋଥିରେ ଲିପିବଦ୍ଧ ବେଦ ଶ୍ଳୋକକୁ ଶ୍ରୁତି ମାଧ୍ୟମରେ ବିଦ୍ୟାର୍ଥୀ ମନେ ରଖୁଥିଲେ । ଗୁରୁ-ଶିଷ୍ୟ ପରମ୍ପରା ଯୋଗୁଁ ଶିକ୍ଷା ବ୍ୟବସ୍ଥା ପିଢି ପରେ ପିଢି ପ୍ରଚଳିତ ରହିଆସିଥିଲା । 


କେବଳ ସଂସ୍କୃତ ଭାଷାରେ ବିଦ୍ୟା ଅଧ୍ୟୟନ କରୁଥିଲେ ବିଦ୍ୟାର୍ଥୀ । ତତ୍କାଳୀନ ସମୟରେ ଭାରତର ବିଭିନ୍ନ ପ୍ରନ୍ତରରେ ଭିନ୍ନ ଭାଷାର ବ୍ୟବହାର ରହିଥିଲେ ବି ଶିକ୍ଷାର ମାଧ୍ୟମ ସଂସ୍କୃତ ହିଁ ରହିଥିଲା । କାରଣ ସଂସ୍କୃତ ଭାଷା ଶରୀର ଓ ମନର ସଂଯୋଗ ପାଇଁ ଏକ ପ୍ରାକୃତିକ ମାଧ୍ୟମ ଥିଲା । ସଂସ୍କୃତ ଶ୍ଳୋକ ଉଚ୍ଚାରଣରେ ସୃଷ୍ଟି ହେଉଥିବା ଧ୍ୱନି  ମଣିଷର ମନ ଉପରେ ସୂଷ୍ମ ସ୍ତରରେ ତୀବ୍ର ପ୍ରଭାବ ପକାଉଥିଲା । ସେହି କାରଣରୁ ଏହାକୁ ଦେବଭାଷାର ମର୍ଯ୍ୟାଦା ପ୍ରାପ୍ତ ହୋଇଥିଲା । 


ବିଦ୍ୟାର୍ଥୀଙ୍କୁ କଣ ଶିକ୍ଷା ଦିଆଯାଉଥିଲା | Sources of the Vedic education


  1. ୪ ବେଦ (Four Vedas)
  2. ୬ ବେଦାଙ୍ଗ (Six Vedangas)
  3. ୪ ଉପବେଦ (Four Upvedas)
  4. ୪ ସଂହିତା (Four Brahmanas)
  5. ୧୦୮ ଉପନିଷେଦ (One hundred and eighty Upanishads)
  6. ୪ ସ୍ମୃତି (4 Smriti)
  7. ୧୮ ପୁରାଣ (18 Puranas)
  8. ଭଗବତ୍ ଗୀତା (Bhagwad Gita)
  9. ଅଷ୍ଟାଙ୍ଗ ଯୋଗ (Ashtanga Yoga)
  10. ରାମାୟଣ ଓ ମହାଭାରତ


ଚତୁର୍ବେଦ


ଋକବେଦ (Rig-Veda): 


ଶ୍ରୁତି ସ୍ତୋତ୍ର ଜ୍ଞାନ (Knowledge of the Hymns of Praise): 

ସ୍ୱାସ୍ଥ୍ୟସେବା ଏବଂ ଔଷଧ ଜ୍ଞାନ ଋକ୍ ବେଦରୁ ଆସିଥାଏ ଯାହା ଆୟୁର୍ବେଦକୁ ଜନ୍ମ ଦେଇଥିଲା । (The knowledge of the healthcare system and medicines stems from Rig Veda which gave birth to Ayurveda.)


ସାମବେଦ(Sama-Veda): ସଂଗୀତ ଜ୍ଞାନ (Knowledge of the Melodies): 


ସୌନ୍ଦର୍ଯ୍ୟ, ସଂଗୀତ, ଏବଂ ନୃତ୍ୟ ଜ୍ଞାନ ଯାହା ଭାରତକୁ ମହାନ କରିଥିଲା, ତାହା ସାମ ବେଦରୁ ଆସିଥାଏ, ଏଥିରୁ ଗାନ୍ଧର୍ବ ବେଦର ଜନ୍ମ ହୋଇଥିଲା । (The knowledge of aesthetics, music, and dance which brought great history to Bharat stems from Sama Veda and gave birth to Gandharva Veda.)


ଯଦୁର୍ବେଦ(Yajur-Veda): 


ଯଜ୍ଞ ଜ୍ଞାନ (Knowledge of the Sacrificial formulas): 

ତୀରନ୍ଦାଜ ଏବଂ ଯୁଦ୍ଧ ବିଷୟରେ ଜ୍ଞାନ ଯାହାକି ଭାରତର ଅନେକ ରାଜାଙ୍କୁ ଆକୃଷ୍ଟ କରିଥିଲା । ଯଦୁର୍ବେଦରୁ ଧନୁର୍ବେଦ ଜନ୍ମ ନେଇଥିଲା ।(The knowledge of archery and warfare which shaped the skills of many kings of Bharat stems from Yajur Veda and gave birth to Dhanur Veda.)

ଅଥର୍ବବେଦ(Atharva-Veda):


ଚିକିତ୍ସା ଓ ଯାଦୁ ବିଜ୍ଞାନ (Knowledge of the Magic formulas): ବ୍ୟବସାୟ, ଧନ ଏବଂ ସମୃଦ୍ଧିର ଜ୍ଞାନ ଅଥର୍ବ ବେଦରୁ ଆସିଥାଏ ଯାହା ଅର୍ଥ-ଶାସ୍ତ୍ରକୁ ଜନ୍ମ ଦେଇଥିଲା । (The knowledge of business, wealth, and prosperity stems from Atharva Veda which gave birth to Artha-sastra.)

Vedic education system Rig Veda | Yogashree

୬ ବେଦାଙ୍ଗ


  1. ଶିକ୍ଷା (Siksha)- Phonetics
  2. ଛନ୍ଦ (Chhanda)-Metre
  3. ବ୍ୟାକରଣ (Vyakarana)- Grammar
  4. ନିରୁକ୍ତ (Nirukta)- Etymology
  5. ଜ୍ୟୋତିଷ (Jyotisha) - Astronomy
  6. କଳ୍ପ (Kalpa)- Ritual


୪ ଉପବେଦ


  1. ଧନୁର୍ବେଦ (Dhanurveda)
  2. ଗାନ୍ଧର୍ବବେଦ (Gandharvaveda)
  3. ଆୟୁର୍ବେଦ (Ayurveda)
  4. ଅର୍ଥଶାସ୍ତ୍ର (Arthashastra)

୪ ସଂହିତା


  1. ଋକବେଦର ଗଦ୍ୟ ବ୍ୟାଖ୍ୟା (Brahmanas of Rig-Veda)
  2. ସାମବେଦର ଗଦ୍ୟ ବ୍ୟାଖ୍ୟା(Brahmanas of Samveda)
  3. ଯଦୁର୍ବେଦର ଗଦ୍ୟ ବ୍ୟାଖ୍ୟା (Brahmanas of Yajurveda)
  4. ଅଥର୍ବବେଦର ଗଦ୍ୟ ବ୍ୟାଖ୍ୟା (Brahmanas of Atharvaveda)



୪ ସ୍ମୃତି

  1. ମନୁ ସ୍ମୃତି (Manusmriti)
  2. ନାରଦ ସ୍ମୃତି (Naradasmriti)
  3. ଯଜ୍ଞବକ୍ଳ ସ୍ମୃତି (ajnavalkya)
  4. ପରାଶର ସ୍ମୃତି ( Parasarasmriti)

Vedic knowledge | 1500-1200_bce_rigveda_manuscrip | Yogashree


୧୮ ପୁରାଣ ( ୪୦୦,୦୦୦ ଶ୍ଳୋକ)



  1. ବ୍ରହ୍ମ ପୁରାଣ (Brahma Purana) - ୧୦,୦୦୦ ପଂକ୍ତି
  2. ପଦ୍ମ ପୁରାଣ (Padma Purana) - ୫୫,୦୦୦ ପଂକ୍ତି
  3. ବିଷ୍ଣୁ ପୁରାଣ (Vishnu Purana) - ୨୩,୦୦୦ ପଂକ୍ତି
  4. ଶିବ ପୁରାଣ (Shiva Puran) - ୨୪,୦୦୦ ପଂକ୍ତି
  5. ଭଗବତ ପୁରାଣ ( Bhagavata Purana) - ୧୮,୦୦୦ ପଂକ୍ତି
  6. ନାରଦ ପୁରାଣ ( Narada Purana) - ୨୫,୦୦୦ ପଂକ୍ତି
  7. ମାର୍କେଣ୍ଡେୟ ପୁରାଣ ( Markendya Purana) - ୯,୦୦୦ ପଂକ୍ତି
  8. ଅଗ୍ନି ପୁରାଣ (Agni Purana) - ୧୫,୪୦୦ ପଂକ୍ତି
  9. ଭବିଷ୍ୟ ପୁରାଣ  (Bhavisya Purana) - ୧୪,୫୦୦ ପଂକ୍ତି
  10. ବ୍ରହ୍ମବୈବର୍ତ୍ତ ପୁରାଣ (Brahmavaivarta Purana) - ୧୮,୦୦୦ ପଂକ୍ତି
  11. ଲିଙ୍ଗ ପୁରାଣ (Linga Purana) - ୧୧,୦୦୦ ପଂକ୍ତି
  12. ବରାହ ପୁରାଣ (Varaha Purana) - ୨୪,୦୦୦ ପଂକ୍ତି
  13. ସ୍କନ୍ଧ ପୁରାଣ (Skanda Puarana) - ୮୧,୧୦୦ ପଂକ୍ତି
  14. ବାମନ ପୁରାଣ (Vaman Purana) - ୧୦,୦୦୦ ପଂକ୍ତି
  15. କୂର୍ମ ପୁରାଣ (Kurma Purana) - ୧୭,୦୦୦ ପଂକ୍ତି
  16. ମତ୍ସ୍ୟ ପୁରାଣ (Matsya Purana) - ୧୪,୦୦୦ ପଂକ୍ତି
  17. ଗରୁଡ଼ ପୁରାଣ (Garuda Purana) - ୧୯,୦୦୦ ପଂକ୍ତି
  18. ବ୍ରହ୍ମାଣ୍ଡ ପୁରାଣ (Brahmand Purana) - ୧୨,୦୦୦ ପଂକ୍ତି


Also Read- Vedic Wisdom: ନାଦ ଯୋଗ, ଓଁକାର ଓ ଭାରତ ସଂସ୍କୃତିର ଅବତାରଣା 

୧୦୮ ଉପନିଷେଦ


୧୦  ମୁଖ୍ୟ ଉପନିଷେଦ


  1. ଐତେରିୟ ଉପନିଷେଦ (ଋକବେଦ)
  2. କଥା ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  3. ତୈତିରୀୟ ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  4. ଇସାଭାଷ୍ୟ ଉପନିଷେଦ (ଶୁକ୍ଳ-ଯଦୁର୍ବେଦ)
  5. ବୃହଦାରଣ୍ୟକ ଉପନିଷେଦ (ଶୁକ୍ଳ-ଯଦୁର୍ବେଦ)
  6. କେନ ଉପନିଷେଦ (ସାମବେଦ)
  7. ଚାଣ୍ଡୁକ୍ୟ ଉପନିଷେଦ (ସାମବେଦ)
  8. ପ୍ରଶ୍ନ ଉପନିଷେଦ (ଅଥର୍ବବେଦ)
  9. ମାଣ୍ଡୁକ୍ୟ ଉପନିଷେଦ (ଅଥର୍ବବେଦ)
  10. ମୁଣ୍ଡକା ଉପନିଷେଦ (ଅଥର୍ବବେଦ)

୨୪ ବେଦାନ୍ତ ଉପନିଷେଦ


  1. ଆତ୍ମବୋଧ ଉପନିଷେଦ (ଋକବେଦ)
  2. କୌଶିତାକୀ-ବ୍ରାହ୍ମଣ ଉପନିଷେଦ (ଋକବେଦ)
  3. ମୁଦ୍ଗଳା ଉପନିଷେଦ (ଋକବେଦ)
  4. ଅକ୍ଷୀ ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  5. ଏକାକ୍ଷର ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  6. ଗର୍ଭ ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  7. ପ୍ରାଣଅଗ୍ନିହୋତ୍ର ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  8. ସ୍ୱେତସ୍ୱତର ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  9. ଶରୀରାକ ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  10. ଶୁକ-ରକ୍ଷା ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  11. ସ୍କନ୍ଧ ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  12. ସର୍ବ-ସାର ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  13. ଆଧ୍ୟାତ୍ମ ଉପନିଷେଦ (ଶୁକ୍ଳ-ଯଦୁର୍ବେଦ)
  14. ନିରଲମ୍ବ ଉପନିଷେଦ (ଶୁକ୍ଳ-ଯଦୁର୍ବେଦ)
  15. ପିଙ୍ଗଳା ଉପନିଷେଦ (ଶୁକ୍ଳ-ଯଦୁର୍ବେଦ)
  16. ମନ୍ତ୍ରିକା ଉପନିଷେଦ (ଶୁକ୍ଳ-ଯଦୁର୍ବେଦ)
  17. ମୁକ୍ତିକା ଉପନିଷେଦ (ଶୁକ୍ଳ-ଯଦୁର୍ବେଦ)
  18. ଶୁବଳ ଉପନିଷେଦ (ଶୁକ୍ଳ-ଯଦୁର୍ବେଦ)
  19. ମହା ଉପନିଷେଦ (ସାମବେଦ)
  20. ମୈତ୍ରୟାନୀ ଉପନିଷେଦ (ସାମବେଦ)
  21. ବଜ୍ରସୂଚୀକା ଉପନିଷେଦ (ସାମବେଦ)
  22. ସାବିତ୍ରୀ ଉପନିଷେଦ (ସାମବେଦ)
  23. ଆତ୍ମ ଉପନିଷେଦ (ଅଥର୍ବବେଦ)
  24. ସୂର୍ଯ୍ୟ ଉପନିଷେଦ (ଅଥର୍ବବେଦ)

୧୭ ସନ୍ୟାସ ଉପନିଷେଦ


  1. ନିର୍ବାଣ ଉପନିଷେଦ (ଋକବେଦ)
  2. କଥାରୁଦ୍ର ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  3. ବ୍ରହ୍ମ ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  4. ଅବଧୂତ ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  5. ଯବଳା ଉପନିଷେଦ (ଶୁକ୍ଳ-ଯଦୁର୍ବେଦ)
  6. ତୂରିୟାତୀତ ଉପନିଷେଦ (ଶୁକ୍ଳ-ଯଦୁର୍ବେଦ)
  7. ପରମହଂସ ଉପନିଷେଦ (ଶୁକ୍ଳ-ଯଦୁର୍ବେଦ)
  8. ଭିକ୍ଷୁକ ଉପନିଷେଦ (ଶୁକ୍ଳ-ଯଦୁର୍ବେଦ)
  9. ଯଜ୍ଞବଲୁକ୍ୟ ଉପନିଷେଦ (ଶୁକ୍ଳ-ଯଦୁର୍ବେଦ)
  10. ସତ୍ୟାୟନୀୟ ଉପନିଷେଦ (ଶୁକ୍ଳ-ଯଦୁର୍ବେଦ)
  11. ଅରୁଣି ଉପନିଷେଦ (ସାମବେଦ)
  12. କୁଣ୍ଡିକା ଉପନିଷେଦ (ସାମବେଦ)
  13. ମୈତ୍ରୟାନୀ ଉପନିଷେଦ (ସାମବେଦ)
  14. ସନ୍ୟାସ ଉପନିଷେଦ (ସାମବେଦ)
  15. ନାରଦ-ପରିବ୍ରାଜକ ଉପନିଷେଦ (ଅଥର୍ବବେଦ)
  16. ପର-ବ୍ରହ୍ମ ଉପନିଷେଦ (ଅଥର୍ବବେଦ)
  17. ପରମହଂସ ପରିବ୍ରାଜକ ଉପନିଷେଦ (ଅଥର୍ବବେଦ)

୨୦ ଯୋଗ ଉପନିଷେଦ


  1. ନାଦ-ବିନ୍ଦୁ ଉପନିଷେଦ (ଋକବେଦ)
  2. ଅମୃତନାଦ ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  3. ଅମୃତବିନ୍ଧୁ ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  4. କ୍ଷୁରୁକ ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  5. ତେଜ-ବିନ୍ଦୁ ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  6. ଧ୍ୟାନ-ବିନ୍ଦୁ ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  7. ବ୍ରହ୍ମ-ବିଦ୍ୟା ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  8. ଯୋଗ-କୁଣ୍ଡଳିନୀ ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  9. ଯୋଗ-ତତ୍ତ୍ୱ ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  10. ଯୋଗ-ଶିକ୍ଷା ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  11. ବରାହ ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  12. ମଣ୍ଡଳ ବ୍ରାହ୍ମଣ ଉପନିଷେଦ (ଶୁକ୍ଳ-ଯଦୁର୍ବେଦ)
  13. ତ୍ରିଶିଖି-ବ୍ରାହ୍ମଣ ଉପନିଷେଦ (ଶୁକ୍ଳ-ଯଦୁର୍ବେଦ)
  14. ଆଡ଼ବାୟା ଉପନିଷେଦ (ଶୁକ୍ଳ-ଯଦୁର୍ବେଦ)
  15. ହଂସା ଉପନିଷେଦ (ଶୁକ୍ଳ-ଯଦୁର୍ବେଦ)
  16. ଯବାଳି ଉପନିଷେଦ (ସାମବେଦ)
  17. ଯୋଗ-ଚୂଡ଼ାମଣୀ ଉପନିଷେଦ (ସାମବେଦ)
  18. ପଶୁପତ ବ୍ରାହ୍ମଣ ଉପନିଷେଦ (ଅଥର୍ବବେଦ)
  19. ମହାବାକ୍ୟ ଉପନିଷେଦ (ଅଥର୍ବବେଦ)
  20. ସାଣ୍ଡିତ୍ୟ ଉପନିଷେଦ (ଅଥର୍ବବେଦ)

୧୪ ବୈଷ୍ଣବ ଉପନିଷେଦ


  1. କାଳୀ-ସନ୍ତାରଣ ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  2. ମହାନାରାୟଣ ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  3. ତାରା-ସାରା ଉପନିଷେଦ (ଶୁକ୍ଳ-ଯଦୁର୍ବେଦ)
  4. ଅବ୍ୟକ୍ତ ଉପନିଷେଦ (ସାମବେଦ)
  5. ବସୁଦେବ ଉପନିଷେଦ (ସାମବେଦ)
  6. କୃଷ୍ଣ ଉପନିଷେଦ (ଅଥର୍ବବେଦ)
  7. ଗରୁଡ ଉପନିଷେଦ (ଅଥର୍ବବେଦ)
  8. ଗୋପାଳ-ତାପନୀୟ ଉପନିଷେଦ (ଅଥର୍ବବେଦ)
  9. ତ୍ରିପଦ୍ୱିଭୂତି-ମହାନାରାୟଣ ଉପନିଷେଦ (ଅଥର୍ବବେଦ)
  10. ଦତ୍ତାତ୍ରେୟ ଉପନିଷେଦ (ଅଥର୍ବବେଦ)
  11. ନୃସିଂହ ତପନୀୟ ଉପନିଷେଦ (ଅଥର୍ବବେଦ)
  12. ରାମ-ତପନୀୟ ଉପନିଷେଦ (ଅଥର୍ବବେଦ)
  13. ରାମ-ରହସ୍ୟ ଉପନିଷେଦ (ଅଥର୍ବବେଦ)
  14. ହୟଗ୍ରୀବ ଉପନିଷେଦ (ଅଥର୍ବବେଦ)

୧୪ ଶିବ ଉପନିଷେଦ


  1. ଅକ୍ଷ-ମଲ୍ଲିକା ଉପନିଷେଦ(ଋକବେଦ)
  2. କାଳଗ୍ନି-ରୁଦ୍ର ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  3. କୈବଲ୍ୟ ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  4. ଦକ୍ଷିଣମୂର୍ତ୍ତୀ ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  5. ପଞ୍ଚ-ବ୍ରହ୍ମ ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  6. ରୁଦ୍ର-ହୃଦାୟ ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  7. ଯବାଳି ଉପନିଷେଦ (ସାମବେଦ)
  8. ରୁଦ୍ରାକ୍ଷ ଯବାଳ ଉପନିଷେଦ (ସାମବେଦ)
  9. ଅଥର୍ବଶିକ୍ଷା ଉପନିଷେଦ (ଅଥର୍ବଦେବ)
  10. ଅଥର୍ବଶିରସ ଉପନିଷେଦ (ଅଥର୍ବଦେବ)
  11. ଗଣପତି ଉପନିଷେଦ (ଅଥର୍ବଦେବ)
  12. ଭଷ୍ମ-ଯବାଳ ଉପନିଷେଦ (ଅଥର୍ବଦେବ)
  13. ସରଭା ଉପନିଷେଦ (ଅଥର୍ବଦେବ)
  14. ବୃହଦ-ଯବଳା ଉପନିଷେଦ (ଅଥର୍ବଦେବ)

୯ ଶକ୍ତି ଉପନିଷେଦ


  1. ତ୍ରିପୁରା ଉପନିଷେଦ (ଋକବେଦ)
  2. ବାହବ୍ରିଚ ଉପନିଷେଦ (ଋକବେଦ)
  3. ସୌଭାଗ୍ୟ-ଲକ୍ଷ୍ମୀ ଉପନିଷେଦ (ଋକବେଦ)
  4. ସରସ୍ୱତୀ ରହସ୍ୟ ଉପନିଷେଦ (କୃଷ୍ଣ-ଯଦୁର୍ବେଦ)
  5. ଅର୍ଣ୍ଣପୂର୍ଣ୍ଣା ଉପନିଷେଦ (ଅଥର୍ବବେଦ)
  6. ତ୍ରିପୁରା-ତାପିନୀ ଉପନିଷେଦ (ଅଥର୍ବବେଦ)
  7. ଦେବୀ ଉପନିଷେଦ (ଅଥର୍ବବେଦ)
  8. ଭବାନୀ ଉପନିଷେଦ (ଅଥର୍ବବେଦ)
  9. ସୀତା ଉପନିଷେଦ (ଅଥର୍ବବେଦ)


ଭଗବତ୍ ଗୀତା 


୧୮ ଅଧ୍ୟାୟ  ( ୭୦୦ ଶ୍ଳୋକ)

  1. ବିଷାଦ ଯୋଗ (୪୬ ଶ୍ଳୋକ)
  2. ସାଂଖ୍ୟ ଯୋଗ (୭୨ ଶ୍ଳୋକ)
  3. କର୍ମ ଯୋଗ (୪୩ ଶ୍ଳୋକ)
  4. ଜ୍ଞାନ ଯୋଗ (୪୨ ଶ୍ଳୋକ)
  5. କର୍ମ ବୈରାଗ୍ୟ ଯୋଗ ( ୨୯ ଶ୍ଳୋକ)
  6. ଅଭ୍ୟାସ ଯୋଗ (୪୭ ଶ୍ଳୋକ)
  7. ପରମହଂସ ବିଜ୍ଞାନ ଯୋଗ (୩୦ ଶ୍ଳୋକ)
  8. ଅକ୍ଷର ପରବ୍ରହ୍ମ ଯୋଗ (୨୮ ଶ୍ଳୋକ)
  9. ରାଜବିଦ୍ୟା ଗୁହ୍ୟ ଯୋଗ (୩୪ ଶ୍ଳୋକ)
  10. ବିଭୁତି ବିସ୍ତାର ଯୋଗ (୪୨ ଶ୍ଳୋକ)
  11. ବିଶ୍ୱରୂପ ଦର୍ଶନ ଯୋଗ (୫୫ ଶ୍ଳୋକ)
  12. ଭକ୍ତି ଯୋଗ (୨୦ ଶ୍ଳୋକ)
  13. କ୍ଷେତ୍ର କ୍ଷେତ୍ରାଜ୍ଞ ବିଭାଗ ଯୋଗ (୩୫ ଶ୍ଳୋକ)
  14. ଗୁଣତ୍ରୟ ବିଭାଗ ଯୋଗ (୨୭ ଶ୍ଳୋକ)
  15. ପୁରୁଷୋତ୍ତମ ଯୋଗ (୨୦ ଶ୍ଳୋକ)
  16. ଦୈବସୁର ସମ୍ପଦ ବିଭାଗ ଯୋଗ (୨୪ ଶ୍ଳୋକ)
  17. ଶ୍ରଦ୍ଧାତ୍ରୟ ବିଭାଗ ଯୋଗ (୨୮ ଶ୍ଳୋକ)
  18. ମୋକ୍ଷ ଉପଦେଶ ଯୋଗ (୭୮ ଶ୍ଳୋକ)

ଅଷ୍ଟାଙ୍ଗ ଯୋଗ

  1. ଯମ
  2. ନିୟମ
  3. ଆସନ
  4. ପ୍ରାଣାୟାମ
  5. ପ୍ରତ୍ୟାହାର
  6. ଧାରଣା
  7. ଧ୍ୟାନ
  8. ସମାଧି
Vedic education system | Yogashree


Also Read: Yogasana: ମାନବ ଶରୀର ପାଇଁ ଯୋଗାସନର ମହତ୍ୱ ଓ ଗୁରୁତ୍ୱ 

ପ୍ରାକ୍ ସ୍ୱାଧୀନତା କାଳରେ ବ୍ରିଟିସ ସରକାର ଭାରତରେ କେବଳ ଇଂରାଜୀ ଭାଷାକୁ ଶିକ୍ଷାର ଆଧାର ଭାବେ ଗ୍ରହଣ କରୁଥିଲେ ।  ଇଂରାଜୀ ଜାଣି ନଥିବା ଭାରତୀୟଙ୍କ ପାଇଁ 'ମୁର୍ଖ' ଶବ୍ଦ ପ୍ରୟୋଗ କରୁଥିଲେ ବ୍ରିଟିସ ଶାସକ । ଭାରତୀୟଙ୍କ ଜୀବନ ଧାରା, ଚାଲିଚଳନ, ସଂସ୍କୃତି ସବୁକିଛି ସେମାନଙ୍କ ପାଇଁ ଅପାଂକ୍ତେୟ ଥିଲା । କାରଣ ସେମାନେ ନା ବୁଝୁଥିଲେ ସଂସ୍କୃତ ନା ସଂସ୍କୃତି ।

କିନ୍ତୁ ପ୍ରାଚୀନ ଭାରତୀୟ ସ୍ଥାପତ୍ୟ, ଭାସ୍କର୍ଯ୍ୟରେ ଆଧୁନିକ ବିଜ୍ଞାନର ଚରମ ଉତ୍କର୍ଷ କୁହାଯାଉଥିବା ଉଦ୍ଭାବନ ଓ ଆବିଷ୍କାରର ପ୍ରତିଛବି, ପ୍ରତିଲିପି, ସାଙ୍କେତିକ ସ୍ଥାପତ୍ୟ ଦର୍ଶନ କରି ବ୍ରିଟିସ ବିଦ୍ୱାନ ଆଚମ୍ବିତ ହେଉଥିଲେ । ପାଷାଣର ଛାତି ଉପରେ ବିଜ୍ଞାନ ଚିତ୍ର ଆଙ୍କି ସାରା ବିଶ୍ୱକୁ ବେଦ ସନ୍ଦେଶ ଦେଉଥିବା ଭାରତୀୟ ଶିଳ୍ପୀଙ୍କ ପ୍ରଜ୍ଞାକୁ କଳି ନେଇଥିଲେ ବିଦେଶୀ । ଶାସନ କାଳରେ ଭାରତର ପ୍ରତିଟି ପ୍ରାନ୍ତରରୁ କଳା, ସ୍ଥାପତ୍ୟର ନିଦର୍ଶନ, ପୋଥି, ପୁରାଣକୁ ଚତୁରତାର ସହ ଲୁଣ୍ଠନ କରିଥିଲେ ବ୍ରିଟିସ ସରକାର । ଯାହା ଆଜି ବ୍ରିଟିସ ସଂଗ୍ରହାଳୟର ଶୋଭାବର୍ଦ୍ଧନ କରୁଛି । ଆଉ କିଛି ବିଜ୍ଞାନଗାରରେ ଗୁପ୍ତନିଧି ଭାବରେ ସଂଗୁପ୍ତ ରହିଛି । 

ଭାରତୀୟଙ୍କୁ ମୁର୍ଖ କହୁଥିବା ଇଂରେଜ ସରକାର ଭାରତୀୟଙ୍କ ଉତ୍କର୍ଷତାରେ ଇର୍ଷାନ୍ୱିତ ହୋଇଥିଲେ । ସର୍ବପ୍ରଥମେ ଦେଶର ଏକତା ଭଙ୍ଗ କରିବାକୁ ସଂସ୍କୃତ, ସସ୍କୃତି, ଦେବ ପରମ୍ପରାକୁ ନିଶ୍ଚନ୍ନ କରିଥିଲେ । ସଂସ୍କୃତ ବଦଳରେ ଇଂରାଜୀ ଭାଷା ଶିକ୍ଷା ବ୍ୟବସ୍ଥା କରିଥିଲେ । ଏହାର ଲକ୍ଷ୍ୟ ଭାରତୀୟଙ୍କୁ ଶିକ୍ଷିତ କରିବା ନଥିଲା, ବରଂ ବିଦେଶୀ ଶାସକଙ୍କ ଅନୁଚର, ସେବକ, କିରାଣୀ ତିଆରି କରିବାକୁ ଉଦ୍ଧିଷ୍ଟ ଥିଲା । ସେହି ସମୟରେ ଇଂରାଜରେ ସମ୍ୟକ ଜ୍ଞାନ ଅର୍ଜନ କରିଥିବା ଭାରତୀୟଙ୍କୁ ସରକାରୀ ଚାକିରି ପ୍ରଦାନ କରି ଭାରତୀୟଙ୍କୁ ଲୁଣ୍ଠନ, ଶାସନ ଓ ଉପଦ୍ରବ କରାଯାଉଥିଲା । 


Gurukul system of education in india | Yogashree

ମୋଗଲ ଓ ଇଂରେଜ ଶାସନ ସମୟରେ ବି ଭାରତରେ ଅନେକ ସଂଖ୍ୟାରେ ଗଡ଼ଜାତ ସ୍ୱାଧୀନ ରାଜ୍ୟ ରହିଥିଲା । କିନ୍ତୁ ଭାରତୀୟ ଆଧ୍ୟାତ୍ମିକ ସଂସ୍କୃତି ହିଁ ସମସ୍ତଙ୍କୁ ଗୋଟିଏ ଏକତାର କାରଣ ଥିଲା । ଦ୍ୱାଦଶ ଜ୍ୟୋତିଲିଙ୍ଗ, ଚାରି ଧାମ, ବେଦ, ପୁରାଣ ହିଁ ଭାରତୀୟଙ୍କ ଆତ୍ମାକୁ ଏକ ସୁତ୍ରରେ ବାନ୍ଧି ରଖିଥିଲା । 

ଶୂନ୍ୟ, ଯୋଗ ଓ ଆୟୁର୍ବେଦ ବ୍ୟତୀତ ଗଣିତ, ବିଜ୍ଞାନ, ଜ୍ୟୋତିଷ, ଚିକିତ୍ସା ବିଜ୍ଞାନର ସମସ୍ତ ଉଦ୍ଭାବନ ଓ ଆବିଷ୍କାରକୁ ଚତୁରତାର ସହ ବିଦେଶୀମାନେ ନିଜ ନାମ ଯୋଡ଼ି ଦେଇଛନ୍ତି ।  କିନ୍ତୁ ବିଦେଶୀଙ୍କ ଉଦ୍ଭାବନ ଓ ଆବିଷ୍କାରର ହଜାର ବର୍ଷ ପୂର୍ବରୁ ସେହି ତତ୍ତ୍ୱ, ତଥ୍ୟ ଓ କୌଶଳ ବେଦରେ ଲିପିବନ୍ଧ ରହିଥିଲା । ଯେପରିକି ନବଗ୍ରହ, ବିଦ୍ୟୁତ୍ ପ୍ରବାହ, ଶୂନ୍ୟ ସଂଖ୍ୟାର ପ୍ରୟୋଗ, ଧାତୁ ବିଜ୍ଞାନ, ବିମାନ ନିର୍ମାଣ, ଶରୀର ଗୁଢ଼ ବିଦ୍ୟା ଇତ୍ୟାଦି । ରାମାୟଣ ଓ ମହାଭାରତ କାଳ୍ପନିକ ନୁହେଁ ବରଂ ଭାରତବର୍ଷର ଇତିହାସର ଗାଥା ହିଁ ଥିଲା । ଯାହାକୁ ନେଇ ଆଜି ବି ବିତର୍କ ଜାରି ରହିଛି । ଏହାକୁ କାଳ୍ପନିକ କହି ତାତ୍ସଲ୍ୟ କରୁଥିବା ପଣ୍ଡିତ ସମାଜ, ଏହାକୁ ଭାରତବର୍ଷର ଇତିହାସ ନୁହେଁ ବୋଲି ପ୍ରମାଣ କରିପାରିଛନ୍ତି କି ???


Yogashree explainer | Yogashree


Gurukul System of Education in the Vedic Period


The Vedic education system has been prevalent in India since the Vedic times. Along with this, there were also a minimal number of collective science study centers. Before the development of printing technology, students used to memorize the Vedic verses recorded in Pothi through sruti. Due to the teacher-disciple tradition, the education system has been prevalent from generation to generation.

Ancient gurukul system | Yogashree


Gurukul System of Education in India


The student studied only the Sanskrit language. At that time, different languages were used in other parts of India, but Sanskrit was the medium of education. Because the Sanskrit language was a natural medium for connecting the body and the mind. The sound produced by the pronunciation of Sanskrit verses had a profound effect on the human mind. That's why it got the status of blasphemy.

The Sanskrit language was created keeping in mind the body-mind connection and the changes that occur in our body-mind when speaking the Sanskrit language. A positive change occurs in the body and mind when Sanskrit is spoken. The vibrations of sound emanating are also positive in nature when we talk about this language.

What Did Indian Students Study in Gurukul during the Vedic Period?

Sources of the Vedic education

  1. Four Vedas
  2. Six Vedangas
  3. Four Upvedas
  4. Four Brahmanas
  5. One hundred and eighty Upanishads
  6. Four Smriti
  7. 18 Puranas
  8. Bhagwad Gita
  9. Ashtanga Yoga
  10. Ramayan and Mahabharatrat

Ancient Gurukul System


In the pre-independence era, the British government in India accepted only English as the basis of education. The British rulers used the word 'idiot' for Indians who did not know English. The way of life, behavior, and culture of Indians was alien to them.

But the British scholar was surprised to see the image, copy, and symbolic architecture of ancient Indian architecture, which is said to be the ultimate excellence of modern science and discovery. The foreigner took the advice of Indian sculptors who painted science on stone chests and gave the message of the Vedas to the whole world. During the rule, the British government cleverly looted art, architecture, pothi, and mythology from every side of India. Which is now a part of the British Museum.

Vedic education | Yogashree


The Irish government, calling the Indians stupid, was jealous of the superiority of the Indians. First, he tried to eradicate the culture of Sanskrit, culture, and the Deva tradition to break the country's apathy. Although there were many independent states during the period. But Indian spiritual culture was the reason for unity for all. In a country void, foreigners have cleverly attached their names to all the inventions and discoveries of science except Yoga and Ayurveda.

Post a Comment

0 Comments