Vedic Wisdom: 'ବେଦ'କୁ ବିଦେଶୀ ପଢ଼ନ୍ତି କାହିଁକି? 🫥

Profound reasons why foreigners studying the vedas | Yogashree

ଜୀବନ ଯୁଦ୍ଧରେ ପରାଜିତ ଜଣେ ଅସହାୟ ବ୍ୟକ୍ତି ଜୀବନ ହାରିବାକୁ ନେଇଥିଲେ ଚୁଡ଼ାନ୍ତ ନିଷ୍ପତ୍ତି ।  ଅଭାବ, ଅନଟନ ବ୍ୟକ୍ତିଙ୍କର ଆତ୍ମବିଶ୍ୱାସ ଭାଙ୍ଗି ଚୁରମାର କରିସାରିଥିଲା। ଘର ଛାଡ଼ିଥିଲେ, ମୋହ ତୁଟାଇଥିଲେ, ବାସ୍ ଗୋଟେ ଖିଆଲରେ ଚାଲିଥିଲେ ଆଉ ଚାଲିଥିଲେ । ଜଣାନଥିଲା ଦିଗ, ଜଣାନଥିଲା ରାସ୍ତା, ଜଣାନଥିଲା ଠିକଣା । ଦିନ ଯାଇ ସଂଧ୍ୟା ନଇଁ ଆସିଥିଲା । ପାଦ ଅବଶ ହୋଇପଡ଼ିଥିଲା । ଦେହ ଖୋଜୁଥିଲା ବିଶ୍ରାମ । ବାସ୍ ନଦୀ କୂଳରେ ଲଟକି ଯାଇଥିଲା ପାଦ ।


ବେଦ ଜ୍ଞାନ କଣ?


ସ୍ଥାନ ଥିଲା ଗୋଟିଏ ନିର୍ଜନ ନଦୀକୂଳ । ନଦୀଜଳର କୁଳୁକୁଳୁ ନାଦ ବ୍ୟକ୍ତିଙ୍କର ମନକୁ ଛୁଇଁପାରିନଥିଲା । ଆଉ ମାତ୍ର କେଇ କ୍ଷଣ ପରେ... । ଜୀବନ ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ନେଇଥିବା ଶେଷ ନିଷ୍ପତ୍ତି ସାକାର କରିବାକୁ ବ୍ୟକ୍ତି ଜଣଙ୍କ ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଥିଲେ । ନିହାତି ଅନ୍ୟମନସ୍କ ଭାବେ ହାତରେ ଛୋଟଛୋଟ ପଥର ଗୋଟାଇ ନଦୀ ଜଳକୁ ନିକ୍ଷେପ କରୁଥିଲେ ବ୍ୟକ୍ତି । ପ୍ରିୟଜନଂକୁ ଭୁଲିଯିବା ପାଇଁ ସେ ଶେଷଥର ପାଇଁ ସମସ୍ତଙ୍କୁ ମନେ ପକାଇବାକୁ ପ୍ରୟାସ କରୁଥିଲେ । 


ସମୟ ଗଡ଼ି ଚାଲିଥିଲା। ରାତି ପାହି ପାହି ଆସୁଥିଲା । ହଠାତ୍ ପାଣିକୁ ନିକ୍ଷେପ କରିବାକୁ ଯାଉଥିବା ପଥରଟି ଉପରେ ବ୍ୟକ୍ତିଙ୍କ ଦୃଷ୍ଟି ପଡ଼ିଲା । ଆଶ୍ଚର୍ଯ୍ୟ...ତାହା ପଥର ନଥିଲା...ଥିଲା ସୁନା ମୁଣ୍ଡାଟିଏ...


ମୂଲ୍ୟହୀନ ପଥର ଭାବି ସାରା ରାତି ନଦୀ ଜଳ ମଧ୍ୟକୁ ଫିଙ୍ଗିଥିବା ପଥର ସବୁ ସାମାନ୍ୟ ନଥିଲା ବରଂ ଥିଲା ସୁନା ଖଣ୍ଡ । ଅଭାବର ଶରବ୍ୟ ହୋଇ ଜୀବନ ହାରିବାକୁ ଯାଇଥିବା ମଣିଷଟି ପାଇଁ ଏହାଠାରୁ ବଳି ଅଲୌକିକତା ବା କଣ ହୋଇପାରେ । ଉଜାଗର ରାତିରେ ନଦୀକୁ ଫିଙ୍ଗିଥିବା ପଥର ଖଣ୍ଡର ସନ୍ଧାନ କରି ବିଫଳ ହୋଇଥିଲେ ବ୍ୟକ୍ତି ଜଣକ । କେବଳ ହାତରେ ଥିବା ଗୋଟିଏ ମାତ୍ର ସୁବର୍ଣ୍ଣ ଖଣ୍ଡ ବି ତାଙ୍କର ଶେଷ ନିଷ୍ପତ୍ତିକୁ ବଦଳାଇଦେଇଥିଲା । 


Also Read: Vedic Wisdom: ନାଦ ଯୋଗ, ଓଁକାର ଓ ଭାରତ ସଂସ୍କୃତିର ଅବତାରଣା 


'ବେଦ'ର ମୂଲ୍ୟ ସୁବର୍ଣ୍ଣ ଖଣ୍ଡ ପରି


ବିଦେଶୀଙ୍କ ପାଇଁ 'ବେଦ'ର ମୂଲ୍ୟ ଠିକ୍ ଏହି ସୁବର୍ଣ୍ଣ ଖଣ୍ଡ ପରି । ମୂଲ୍ୟ ଜାଣିବାରେ ବହୁ ବିଳମ୍ବ କରିଥିଲେ ସତ୍ୟ, କିନ୍ତୁ ଜାଣିଯିବା ପରେ ବେଦର ପ୍ରତି ପୃଷ୍ଠାରୁ ଅମାପ ଜ୍ଞାନ ହରଣ କରିବାକୁ ପାଶ୍ଚାତ୍ୟର ଶକ୍ତି ବିନିଯୋଗ କରିବାକୁ ଲାଗିଗଲେ । ଆଧୁନିକ ସମୟରେ ବିଜ୍ଞାନର ସଫଳ ଓ ପ୍ରକୃଷ୍ଠ ଉଦ୍ଭାବନ ଓ ଆବିଷ୍କାରର ମୂଳ ତତ୍ତ୍ୱ ହଜାର ହଜାର ବର୍ଷ ପୂର୍ବରୁ ବେଦରେ ସ୍ଥାନିତ ହୋଇଛି । ଏହାହିଁ ପାଶ୍ଚାତ୍ୟ ପଣ୍ଡିତଙ୍କ ଅହଂକାର ଉପରେ ଶକ୍ତ ପ୍ରହାର ସଦୃଶ ।


ଧାର୍ମିକ ପୁସ୍ତକ ମନେକରି ବେଦକୁ ହେୟଜ୍ଞାନ କରୁଥିବା ବିଦେଶୀ ବହୁ ବିଳମ୍ବରେ ଏହାର ଅର୍ଥ ଜାଣିପାରିଥିଲେ । ମାନବ ଜୀବନର ମାର୍ଗଦର୍ଶନ ସହ ଭାରତୀୟ ସଂସ୍କୃତିରେ ଆଧ୍ୟାତ୍ମିକ ବିଜ୍ଞାନ, ଅସ୍ତିତ୍ୱ ଭିତରେ ନିରାକାରଙ୍କ ସନ୍ଧାନ ପରି ଜଟିଳ ବିଷୟକୁ ମଧ୍ୟ ବିଦେଶୀ ଧୀରେଧୀରେ ବୁଝିପାରିଥିଲେ ।  ଦୈତ ମତବାଦର ଅର୍ଥ ବୁଝିନପାରି ଶାସନ କାଳରେ ଯେଉଁ ବିଦେଶୀ ଭାରତୀୟଙ୍କୁ ଅନ୍ଧବିଶ୍ୱାସୀ, କୁସଂସ୍କାରୀ କହି କଟାକ୍ଷ କରୁଥିଲେ, ସେହି ବିଦେଶୀଙ୍କ ଉତ୍ତର ପିଢ଼ି ଭାରତୀୟ ଦର୍ଶନର ଜୟଗାନ କରିବାକୁ ବାଧ୍ୟ ହେଉଛନ୍ତି ।


Also Read: Confusion to Conclusion: କିପରି ଓ କେଉଁଠୁ ଆରମ୍ଭ କରିବେ ଯୋଗ? ପ୍ରଥମେ କଣ କରିବେ


ଭାରତୀୟ ବିଶ୍ୱାସ ଉପରେ ପ୍ରହାର


ହୁଣ୍, ତୁର୍କୀ, ପର୍ତ୍ତୁଗୀଜ, ମୋଗଲ, ଆଫଗାନୀ, ଇଂରେଜ ଭାରତରେ ପହଞ୍ଚିବା ପରେ ସର୍ବପ୍ରଥମେ ଭାରତୀୟ ବିଶ୍ୱାସ ଉପରେ ପ୍ରହାର କରିଥିଲେ । କଳେ-ବଳେ-କୌଶଳେ ଭାରତୀୟଙ୍କ ବିଶ୍ୱାସ ଭାଙ୍ଗିବାକୁ ଯୋଜନା କରିଥିଲେ । ଭାଙ୍ଗିଲେ ମନ୍ଦିର, ଭାଙ୍ଗିଲେ ମଠ, ଭାଙ୍ଗିଲେ ମଣ୍ଡପ, ଭାଙ୍ଗିଲେ ପାଠଶାଳା ...। 


ଅସ୍ତିତ୍ୱର ଧ୍ୱଂସ ପରେ ବି ଅକ୍ଷତ ରହିଲା ବିଶ୍ୱାସ, ଭାରତୀୟ ବିଶ୍ୱାସର ବିଲୟ କରିବାରେ ଅସଫଳ ହେଲେ ବିଦେଶୀ । ଶହଶହ ବର୍ଷ ଧରି ଭାରତୀୟ ବିଶ୍ୱାସର ମୂଳପିଣ୍ଡ ସନ୍ଧାନ କରି ଧ୍ୱଂସ ଲୀଳା ରଚିବା ପରେ ବି ଭାରତୀୟଙ୍କ ମନରେ ଥିବା ବଦ୍ଧମୂଳ ଧାରଣାକୁ ପରିବର୍ତ୍ତନ କରିପାରିନଥିଲେ ପାଶ୍ଚାତ୍ୟ ଲୁଣ୍ଠନକାରୀ । 


ଭାରତ ଦର୍ଶନରେ ତ୍ରିଦେବଙ୍କ ପୂଜନ ପୀଠକୁ ଚକ୍ରାନ୍ତ କରି ଧ୍ୱଂସ କରିବାକୁ ମନସ୍ଥ କରିଥିଲେ ବିଦେଶୀ । ଭାରତବର୍ଷରେ ଥିବା 

  • ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ
  • ଚତୁଃଧାମ
  • ମହାଦେବଙ୍କ ଆବାସସ୍ଥଳ କାଶୀ ପୀଠ
  • ଶ୍ରୀରାମଚନ୍ଦ୍ରଙ୍କ ଜନ୍ମପୀଠ ଅଯୋଧ୍ୟା 
  • ଶ୍ରୀକୃଷ୍ଣଙ୍କ ଜନ୍ମପୀଠ ମଥୁରା 


ଉପରେ ବାରମ୍ବାର ଆକ୍ରମଣ ହୋଇଥିଲା । 

  

ନିରାକାରଙ୍କୁ ଦର୍ଶନ ପାଇଁ ଆକାରର ସନ୍ଧାନ


ନିରାକାରଙ୍କ ଦର୍ଶନ ପାଇଁ ଆକାରର ସନ୍ଧାନ କରୁଥିବା ଭାରତୀୟଙ୍କ ପାଇଁ ଅସ୍ତିତ୍ୱ (ମନ୍ଦିର, ମଠ, ପୀଠ, ମଣ୍ଡପ) କେବଳ ମାଧ୍ୟମ ହିଁ ଥିଲା । ନିଜ ଭିତରେ ଦେବ ଦର୍ଶନ ପାଇଁ  ମଠ, ମନ୍ଦିରକୁ ଶକ୍ତି ପ୍ରବାହ ଉତ୍ସ ଭାବେ ଗ୍ରହଣ କରୁଥିଲେ ଭାରତୀୟ। ଅନ୍ତର୍ମୂଖୀ ହେବା ପାଇଁ ଭାରତୀୟଙ୍କୁ ମନ୍ଦିର, ମଠ ଓ ଦେବପୀଠରୁ ମିଳୁଥିଲା ଶକ୍ତି ।  କୌଣସି ମନ୍ଦିର ଭାଙ୍ଗିବା ପରେ ବି ସେହି ଭଗ୍ନ ସ୍ତୁପରେ ମୁଣ୍ଡ ନୁଆଁଉଥିଲେ ଭାରତୀୟ । ଯାହା ବିଦେଶୀଙ୍କୁ ଚକିତ କରୁଥିଲା ।


What foreigners think about Vedas | Yogashree


'ତେତ୍ରିଶ କୋଟି ଦେବତା'ର ଅର୍ଥ କଣ?


ବିଶ୍ୱାସ ଭାଙ୍ଗିବାକୁ ଶତ ଚେଷ୍ଟା ପରେ ବି ଭାରତୀୟଙ୍କ ମନରେ ଦେବ ଧ୍ୱନି ମୁଖରିତ ହେଉଥିଲା । ବିଦେଶୀଙ୍କ ପାଇଁ ଭାରତୀୟ ସଂସ୍କୃତିରେ ଅନ୍ୟ ଏକ ଦିଗ ମଧ୍ୟ ଆଶ୍ଚର୍ଯ୍ୟକର ଥିଲା । 'ତେତ୍ରିଶ କୋଟି ଦେବତା' (୧୨ ଆଦିତ୍ୟ, ୧୧ ରୁଦ୍ର, ୮ ବସୁ, ୨ ଅଶ୍ୱିନୀକୁମାର) ର ଅର୍ଥ ଭାରତ ମାଟିରୁ ବିଦା ହେବା ଯାଏ ବିଦେଶୀ ବୁଝିପାରିନଥିଲେ ।   


ଯଦିଓ ୧୭୫୭ ମସିହାରେ ଗୋକୁଳ ଆକ୍ରମଣ ସମୟରେ ଆଫଗାନୀ ମହାଶିକ୍ଷା ପାଇଥିଲେ । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ଲୀଳାକ୍ଷେତ୍ର ମଥୁରା, ବୃନ୍ଦାବନ ପ୍ରତି ଭାରତୀୟଙ୍କ ଶ୍ରଦ୍ଧା ଓ ଭକ୍ତି ଆଫଗାନୀଙ୍କୁ ଉତ୍ତେଜିତ କରୁଥିଲା । ଦିଲ୍ଲୀରେ ମୋଗଲ ଶାସନ ଦୁର୍ବଳ ହୋଇଆସୁଥିବାବେଳେ ଆଫଗାନୀ ବାରମ୍ବାର ଭାରତ ଲୁଣ୍ଠନ ଜାରି ରଖିଥିଲେ । 

 

୧୭୫୭ରେ ଚତୁର୍ଥ ଥର ପାଇଁ ଆଫଗାନୀ ରାଜା ଅହମ୍ମଦ ଶାହ ଅବଦଲୀ ଉତ୍ତର ଭାରତ ଆକ୍ରମଣ କରିଥିଲା । ପ୍ରାୟ ୨୦ ହଜାର ଆଫଗାନୀ ସେନା ବଲ୍ଲଭଗଡ଼, ମଥୁରା, ବୃନ୍ଦାବନ, ଆଗ୍ରା, ମହାବନରେ ସଂହାର ଲୀଳା ରଚିଥିଲେ । ହଜାର ହଜାର ସଂଖ୍ୟାରେ ହିନ୍ଦୁଙ୍କୁ ହତ୍ୟା କରିବା ସହ ୬ ହଜାରରୁ ଅଧିକ ହିନ୍ଦୁ ମହିଳାଙ୍କୁ ଆଫଗାନୀସ୍ଥାନ ଚାଲାଣ କରାଯାଇଥିଲା । ଅନେକ ମହିଳା ଯମୁନା ନଦୀରେ ପ୍ରାଣ ବିସର୍ଜନ କରିଥିଲେ । ଏପରିକି ଆଫଗାନୀ ଆକ୍ରମଣରୁ ବର୍ତ୍ତିବା ପାଇଁ ମଥୁରା ଓ ବୃନ୍ଦାବନର ଶହଶହ ଲୋକ ବୃନ୍ଦାବନ ସ୍ଥିତ ଶିତଳା ମାତା ମନ୍ଦିର ଗୁମ୍ଫାରେ ୩ ଦିନ ଲୁଚି ରହିଥିଲେ । କିନ୍ତୁ ଆଫଗାନୀ ଗୁମ୍ଫାର ସନ୍ଧାନ ପାଇବା ସହ ସେହିଠାରେ ହିଁ ସମସ୍ତଙ୍କୁ ହତ୍ୟା କରିଥିଲେ । ମାତ୍ର ୩ ଦିନ ମଧ୍ୟରେ ଧର୍ମନଗରୀ ମଥୁରା, ବୃନ୍ଦାବନ ଆକାଶରେ କେବଳ ହିନ୍ଦୁତ୍ୱର ଆର୍ତ୍ତ ଚିତ୍କାର ହିଁ ଶୁଣିବାକୁ ମିଳିଥିଲା । 


ମହାବନ ଓ ଆଗ୍ରା ଲୁଣ୍ଠନ ପରେ  ୧୦ ହଜାର ଆଫଗାନୀ ସେନା ଗୋକୁଳ ଆକ୍ରମଣ କରିଥିଲେ । ସେହିଠାରେ ହିଁ ୪ ହଜାର ନାଗା ସାଧୁ ଆଫଗାନୀଙ୍କୁ କଡ଼ା ଜବାବ ଦେଇଥିଲେ । ୫ ହଜାରରୁ ଅଧିକ ଆଫଗାନୀ ସେନା ମୃତାହତ ହୋଇଥିଲେ । ୨ ହଜାର ନାଗାସାଧୁଙ୍କ ବଳିଦାନ ଆଫଗାନୀଙ୍କୁ ପଛଘୁଞ୍ଚା ଦେବା ପାଇଁ ବାଧ୍ୟ କରିଥିଲା ।  ଯାହାପରେ ଗୋକୁଳ ଉପରେ ବିଦେଶୀ ଆକ୍ରମଣ ହୋଇନଥିଲା । 


Vrindavan city | Yogashree


ବିଦେଶୀଙ୍କ ତଥ୍ୟ ସଂଗ୍ରହ ଜ୍ଞାନ ଅନୁସାରେ ନାଗା ସାଧୁ ଥିଲେ ଶିବ ଭକ୍ତ । କିନ୍ତୁ ଗୋକୁଳ ଥିଲା ଶ୍ରୀକୃଷ୍ଣଙ୍କ ଲୀଳାକ୍ଷେତ୍ର । ମଥୁରା, ବୃନ୍ଦାବନ ଲୁଣ୍ଠନ ପରେ ଗୋକୁଳରେ ନାଗାସାଧୁ ଆଫଗାନୀଙ୍କ ପଥରୋଧ କରିବେ, ଏହା ଶତ୍ରୁଙ୍କ ପାଇଁ କଳ୍ପନାତୀତ ଥିଲା । ବାସ୍ତବରେ ମଥୁରା ଆକ୍ରମଣ ଖବର ପାଇବା ପରେ ଋଷିକେଶ ଓ ହରିଦ୍ୱାରରୁ ନାଗା ସାଧୁମାନେ ଭାରତୀୟ ସଂସ୍କୃତି ରକ୍ଷା ଉଦ୍ଦେଶ୍ୟରେ ମଥୁରା ଯାତ୍ରା ଆରମ୍ଭ କରିଥିଲେ । 


  • ଭିନ୍ନ ଭିନ୍ନ ଦେବତାଙ୍କୁ ପୂଜା କରୁଥିବା ଭାରତୀୟ ଏକାଠି ରହନ୍ତି କିପରି? 
  • ଗୋଟିଏ ସମୟରେ ସମସ୍ତ ଦେବତା ସମାନ ହୋଇଯାଆନ୍ତି କିପରି? 
  • ଭାରତୀୟ କାହାକୁ ବିଶ୍ୱାସ କରନ୍ତି? 
  • କାହାକୁ ପୂଜା କରନ୍ତି? 
  • କେଉଁ ଦେବତାଙ୍କୁ ଭକ୍ତି କରନ୍ତି? 


Also Read: Vedic Education System: ବୈଦିକ କାଳରେ ଗୁରୁକୂଳରେ କଣ ପଢୁଥିଲେ ଭାରତୀୟ ବିଦ୍ୟାର୍ଥୀ ? 


ଯୁଗଯୁଗ ଧରି ଏହିସବୁ ପ୍ରଶ୍ନର ଉତ୍ତର ଖୋଜୁଥିଲେ ବିଦେଶୀ । ବନ୍ଧୁକ ମୂନରେ ଭାରତୀୟଙ୍କୁ ଡରାଇ ଲୁଣ୍ଠନ କରିବାରେ ସଫଳ ହେଲେ ମଧ୍ୟ ଧର୍ମାନ୍ତରୀକରଣରେ ବିଫଳ ହୋଇଥିଲେ ବିଦେଶୀ । କାରଣ ଭାରତୀୟଙ୍କ ବିଶ୍ୱାସର ଉତ୍ସ ଶେଷ ଯାଏ ବିଦେଶୀ ସନ୍ଧାନ କରିପାରିନଥିଲେ ।   

Vedic wisdom | Yogashree


ବେଦ ଭାରତୀୟ ବିଶ୍ୱାସର ଗୁପ୍ତ ରହସ୍ୟ


ବେଦରେ ହିଁ ରହିଛି ଭାରତୀୟ ବିଶ୍ୱାସର ଗୁପ୍ତ ରହସ୍ୟ । ବିଭେଦ, ବିଭାଜନ ପରେ ବି ଯେଉଁ ଜ୍ଞାନ ଭାରତବର୍ଷକୁ ଗୋଟିଏ ସୁତ୍ରରେ ବାନ୍ଧି ରଖିଛି । ଯେଉଁ ରହସ୍ୟର ଉନ୍ମୋଚନ ପାଇଁ ବିଦେଶୀ ପଣ୍ଡିତ ଶେଷରେ ଆଦିଭାଷା, ଦେବଭାଷା ଶିକ୍ଷା କରିବା ସହ ବେଦ ଅଧ୍ୟୟନରେ ବ୍ରତୀ ହୋଇଛନ୍ତି । ବେଦ ପୃଷ୍ଠାରୁ ମାତ୍ର କାଣିଚାଏ ଜ୍ଞାନ ପ୍ରାପ୍ତ ପରେ ବିଜ୍ଞାନର ଜୟଗାନ କରୁଛି ପାଶ୍ଚାତ୍ୟ ସମାଜ । କିନ୍ତୁ ବାସ୍ତବରେ 'ବେଦ' ହିଁ ଜୀବନ ଧର୍ମ, ଜୀବନ ଦର୍ଶନ, ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ପାଣ୍ଡୁଲିପି ସଦୃଶ । 


©ପ୍ରକାଶ ରଂଜନ ପରିଡ଼ା

Yogashree explainer | Yogashree


Profound Reasons Why Foreigners studying the Vedas


A helpless man defeated in the battle of life decided to lose his life. Lack, Anton had already shattered the man's confidence. He left the house, broke his heart, walked, and walked into the house. Unknown direction, unknown road, unknown address. The day passed and the evening came. His feet were paralyzed. The body was looking for rest. Bass was hanging on the river bank.

Profound Reasons Why Foreigners studying the Vedas | Yogashree




Why Read Vedas


The place was a deserted river bank. The gurgling sound of the river water could not touch the mind of the person. And just a few moments later... The person was fully prepared to fulfill his last decision to get rid of the pain of life. The man used to pick up small stones in his hands and throw them into the river water. He was trying to remind everyone for the last time to forget his loved ones.

Time was ticking. The night was coming. Suddenly, the man's eyes fell on the stone that was going to be thrown into the water. Surprise...it wasn't a rock...it was a gold nugget...

All the stones that were thrown into the river water all night thinking they were worthless were not small but were pieces of gold. What can be more supernatural than this sacrifice for a human being who has lost his life due to lack? The man unsuccessfully searched for the piece of stone that had been thrown into the river at night. A single piece of gold in his hand changed his mind.

What Foreigners Think about Hinduism


The value of the 'Vedas' to a foreigner is just like this piece of gold. True, Satya was slow to realize the value, but after realizing it, he began to invest the power of the West in extracting immeasurable knowledge from every page of the Vedas. The basic principles of the successful and powerful inventions and discoveries of science in modern times have been placed in the Vedas thousands of years ago. This is a blow to the pride of Western scholars.

A foreigner who studied the Vedas as a religious book could understand its meaning much later. The foreigner gradually understood the complexities of spiritual science in Indian culture with the guidance of human life and the search for the infinite in existence. During the rule, foreigners who did not understand the meaning of bigotry and criticized Indians as superstitious and bigoted, the northern generation of those foreigners were forced to champion Indian philosophy.

Why Foreigners Converting to Hinduism


Huns, Portuguese, Mughals, Afghanis, and Irishmen, after reaching India, first of all, attacked the Indian faith. He planned to break the faith of the Indians cleverly. They destroyed the temple, destroyed the monastery, destroyed the mandap, destroyed the classroom... Even after the destruction of existence, the faith remained intact, and the foreigner failed to destroy the Indian faith. Even after searching for the roots of Indian beliefs for hundreds of years, foreigners could not change the basic beliefs of Indians.

A foreigner conspired to destroy the temple of Trideva in Indian philosophy. The 12th Jyotirlinga in India, including Chaturdhama, Kashi-the abode of Mahadeva, Ayodhya-the birthplace of Sri Ramachandra, and Mathura-the birthplace of Sri Krishna, were repeatedly attacked.

What Foreigners Think about Vedas


The existence (temples, monasteries, piths, mandaps) was only a medium for the Indians seeking form to see the Absolute. Indian monasteries and temples were regarded as sources of energy for the vision of God within themselves. Even after the destruction of a temple, Indians used to bow their heads on that broken stupa. which shocked foreigners.

Even after 100 attempts to break the faith, the voice of God was echoing in the minds of Indians. Another aspect of Indian culture was surprising to foreigners. The meaning of 'thirty crores of gods' was not understood by foreigners until left the land of Bharat.

However, during the Gokul invasion in 1757, Afghani received a great education. In the age of Dwapara, Srikrishna's music venue Mathura, India's reverence and devotion to Vandavan was stirring up the Afghans. As Mughal rule weakened in Delhi, the Afghani continued to plunder India repeatedly.

In 1757, the Afghan king Ahmed Shah Abdali invaded North India for the fourth time. About 20,000 Afghan soldiers were engaged in massacres in Ballabgarh, Mathura, Bandawan, Agra, and Mahajan. Thousands of Hindus were killed and more than 6000 Hindu women were deported to Afghanistan. Many women lost their lives in the river Yamuna. Even hundreds of people from Mathura and Bandavan were hiding in the Shitla Mata temple cave in Bandavan for 3 days to avoid the Afghan attack. But Afghani found the cave and killed everyone there. Within 3 days, only the screams of Hinduism could be heard in the sky of Mathura, Vrindavan.

After looting Mahaban and Agra, 10 thousand Afghan armies attacked Gokul. It was there that the 4,000 Naga saints gave a stern reply to the Afghans. More than 5 thousand Afghan soldiers were killed. The sacrifice of 2,000 Nagasadhu forced the Afghans to retreat. After that, there was no foreign attack on Gokul.

According to the information collected by the foreigner, the Naga saint was a devotee of Shiva. But Gokul was Srikrishna's playground. After the looting of Mathura, and Bandarban, Nagasadhu would attack the Afghans at Gokul, which was unimaginable to the enemy. In fact, after getting the news of the Mathura attack, Naga Saints from Rishikesh and Haridwar started traveling to Mathura to protect Indian culture.


Vedas are the secret secrets of Indian faith | Yogashree


  • How do Indians who worship different gods live together?
  • How do all the gods become equal at the same time?
  • Who do Indians trust?
  • Who does Indian worship?
  • Which god do Indian worship?

Foreigners have been searching for answers to these questions for ages. Although the foreigners managed to intimidate the Indians with guns and plunder, they failed to convert. Because the source of the Indian faith could not be found by foreigners.

Vedas are the secret secrets of the Indian faith



The Vedas contain the secret of the Indian faith. Even after the division, the knowledge that binds India in one formula. To unravel the mystery, the foreign scholar has finally taken up the study of the Vedas, learning the language of the language, the language of gods. Western society is glorifying science after getting only a little knowledge from the pages of the Vedas. But in reality 'Vedas' is like a religion of life, a philosophy of life, a manuscript of the past, present, and future.

Post a Comment

0 Comments