Yogic Diet: ଯୋଗ ସାଧକଙ୍କୁ ଆମିଷ ଭକ୍ଷଣ କରିବାକୁ ବାରଣ କରାଯାଏ କାହିଁକି❓


Why yogis do not eat  non veg according to vedas | Yogashree

ମାନବ ଶରୀର ପାଇଁ ଆମିଷ ଭକ୍ଷଣର ଆବଶ୍ୟକତା ରହିଛି କି? ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଖୋଜିବେ, ଦ୍ୱିତ ଉତ୍ତର ବା ମିଶ୍ରିତ ଉତ୍ତର ପାଇବା ସ୍ୱାଭାବିକ । ତଥାକଥିତ ଶିଷିତ ବର୍ଗ ଶରୀର ପାଇଁ ଆମିଷ ଖାଦ୍ୟର ଆବଶ୍ୟକତା ଥିବା ଦାବି କରିବାବେଳେ ଅନ୍ୟ ଏକ ଗୋଷ୍ଠୀ ଆମିଷକୁ ଶରୀର ପାଇଁ ଅନୁପଯୁକ୍ତ ଓ କ୍ଷତିକାରକ ବୋଲି କହିଥାନ୍ତି । ତେବେ କେଉଁଟି ଠିକ୍ ଓ କେଉଁଟି ଭୁଲ୍ ?? ଏହାକୁ ନେଇ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ ।

ଯୋଗୀ ଆମିଷ ଖାଆନ୍ତି ନାହିଁ କାହିଁକି?

ଏକଦା ଭାରତରେ ପ୍ରାୟତ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ଜନତା ନିରାମିଷ ଭୋଜନ ଗ୍ରହଣ କରୁଥିବାବେଳେ ଏବେ ଏହି ସଂଖ୍ୟା ୧୦ ପ୍ରତିଶତରୁ କମ୍ ରହିଛି । ଆଧୁନିକ ଚିକିତ୍ସା ବିଜ୍ଞାନ ଅନୁସାରେ ଆମିଷ ଖାଦ୍ୟରେ ପ୍ରଚୁର ପରିମାଣରେ ପ୍ରୋଟିନ, ଭିଟାମିନ ମହଜୁଦ ଥିବା ଦାବି କରାଯାଉଛି । ଅପର ପକ୍ଷରେ ଆମିଷ ଖାଦ୍ୟ କାରଣରୁ ଶରୀର ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ମଧ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞ ସ୍ୱୀକାର କରନ୍ତି । 

ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଆମିଷ ଖାଦ୍ୟକୁ ନେଇ ଉଚ୍ଚସ୍ତରୀୟ ଗବେଷଣା ହୋଇଛି । ଏକଥା ମଧ୍ୟ ପ୍ରମାଣିତ ହୋଇସାରିଛି ଯେ- ଆମିଷ ଖାଦ୍ୟଠାରୁ ଉଦ୍ଭିଦଜାତ ଖାଦ୍ୟ ବା ସବୁଜ ପନିପରିବାରେ ଅଧିକ ପରିମାଣରେ ପୋଷକ ତତ୍ତ୍ୱ ରହିଛି । ମାନବ ଶରୀର ଗଠନ, ନିରାମିଷ ଖାଦ୍ୟ ଗ୍ରହଣ ପାଇଁ ହିଁ ଉପଯୁକ୍ତ ।  ଶରୀରର କ୍ଷୁଦ୍ଧା ଦୂର କରିବା ପାଇଁ ହୁଏତ ଆମିଷ ଖାଦ୍ୟ ଗ୍ରହଣ କରାଯାଇପାରେ କିନ୍ତୁ ଶରୀରର ଉପଯୁକ୍ତ ବିକାଶରେ ଆମିଷ ଖାଦ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ । 

Also Read: Scientific Benefits of Yoga: ଯୋଗ ଦୂର କରେ ରୋଗ


ଆୟୁର୍ବେଦ ପ୍ରତି ଆସ୍ଥା ବୃଦ୍ଧିର କାରଣ କଣ?

୨୦୧୯ରୁ ୨୦୨୩ ଯାଏ କରୋନା ମହାମାରୀ ସାରା ବିଶ୍ୱବାସୀଙ୍କୁ ବୈଦିକ ଭାରତୀୟ ଜୀବନ ଦର୍ଶନ ପ୍ରତି ପୁନଃଦୃଷ୍ଟି ଦେବା ପାଇଁ ବାଧ୍ୟ କରିଛି । ଆୟୁର୍ବେଦ ପ୍ରତି ଆସ୍ଥା ବୃଦ୍ଧି କରିଛି । କାରଣ ଆୟୁର୍ବେଦ କୌଣସି ରୋଗ ଜୀବାଣୁ ସହ ସଂଘର୍ଷ ନୁହେଁ ବରଂ ଯେକୌଣସି ରୋଗକୁ ପ୍ରତିହତ କରିବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।  କରୋନା ମହାମାରୀ, ସ୍ୱାସ୍ଥ୍ୟକୁ ନେଇ ବିଶ୍ୱବାସୀଙ୍କ ଚେତନାରେ ପରିବର୍ତ୍ତନ ଆଣିବା ସହ, ସୁସ୍ଥ ଜୀବନଯାପନ ପାଇଁ ଆୟୁର୍ବେଦକୁ ମହାଅସ୍ତ୍ର ଭାବେ ଗ୍ରହଣ କରିଛି । 

ବିଶ୍ୱ ଚିକିତ୍ସା ବିଜ୍ଞାନର ସମନ୍ୱୟ ଫଳରେ କରୋନାର ପ୍ରଭାବ ଧୀରେଧୀରେ ହ୍ରାସ ପାଉଥିବାବେଳେ ଏକାଧିକ ନୂଆ ଭୂତାଣୁ ଓ କରୋନା ଚିକିତ୍ସାର ପ୍ରଭାବ ଚିକିତ୍ସା ବିଜ୍ଞାନୀଙ୍କ ଚିନ୍ତା ବଢ଼ାଇଥିଲା । ଏପରିକି ୨୦୨୩ରେ ଚୀନରେ ପେରାସାଇଟ ସୁପରବଗ୍ କୁ ନେଇ ଚେତାବନୀ ଜାରି ହୋଇଛି । ମୁଖ୍ୟତଃ ଆମିଷ ଖାଦ୍ୟ ହିଁ ଏହି ସୁପର ବଗ୍ ସଂକ୍ରମଣ ବୃଦ୍ଧିର କାରଣ ବୋଲି ଚୀନ ସ୍ୱାସ୍ଥ୍ୟ ବିଭାଗ ସନ୍ଦେଶ ଜାରି କରିଛି ।  ଶରୀରରେ ବାରମ୍ବାର ଆଣ୍ଟି-ବାୟୋଟିକ ଔଷଧ ପ୍ରୟୋଗର କୁପ୍ରଭାବ ଏବେ ଦେଖିବାକୁ ମିଳୁଛି ।  ଶରୀରରେ ଅଧିକ ମାତ୍ରାରେ ଆଣ୍ଟି-ବାୟୋଟିକ ପ୍ରୟୋଗ ଫଳରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି । ଯାହାଫଳରେ ଖୁବ ସହଜରେ ଶରୀର ସଂକ୍ରମିତ ହେଉଛି ।

ଖାଦ୍ୟ ଶରୀର ଗଠନର ମୂଳ ଉତ୍ସ

ଆଜି ବିଜ୍ଞାନ ଯେଉଁ ସିଦ୍ଧାନ୍ତରେ ଉପନୀତ ହୋଇଛି, ହଜାର ହଜାର ବର୍ଷ ପୂର୍ବରୁ ଆୟୁର୍ବେଦରେ ଏହାର ପ୍ରାଞ୍ଜଳ ବର୍ଣ୍ଣନା ରହିଛି । ଖାଦ୍ୟ କେବଳ ଶରୀର ପାଇଁ କ୍ଷୁଦ୍ଧା ନିର୍ବାପନ ପ୍ରକ୍ରିୟା ନୁହେଁ ବରଂ ଶରୀର ଗଠନର ମୂଳପିଣ୍ଡ ହୋଇଥିବାରୁ ଉପଯୁକ୍ତ ଖାଦ୍ୟ ଗ୍ରହଣକୁ ଆୟୁର୍ବେଦରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି ।

ପ୍ରତି ଖାଦ୍ୟ, ଶରୀର ପ୍ରତି ଭିନ୍ନ ପ୍ରଭାବ ପକାଇଥାଏ । ମଣିଷର ମାନସିକ ସ୍ଥିତି, ଭାବନା, କର୍ମ ମଧ୍ୟ ଖାଦ୍ୟ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ସେଥିପାଇଁ ଆୟୁର୍ବେଦ ଅନୁସାରେ Right Thought, Right Action, Right Emotion ପାଇଁ Right Food ଚୟନ ଜରୁରୀ ।  ଆଧୁନିକ ଚିକିତ୍ସା ବିଜ୍ଞାନରେ ଖାଦ୍ୟ କିପରି ମଣିଷର ଚିନ୍ତା ଓ ଭାବନାକୁ ପ୍ରଭାବିତ କରିଥାଏ ଏହାର ଅନୁଧ୍ୟାନ ହେଉଛି । ମନର ଭାବନା, ଶରୀରରେ ରୋଗ ସୃଷ୍ଟି କରୁଥିବା ପ୍ରମାଣିତ ହୋଇଛି । ଯାହାକୁ ସାଇକୋସୋମାଟିକ୍ (Psychosomatic) ବୋଲି କୁହାଯାଉଛି ।

ପ୍ରାଚୀନ କାଳରେ ଭାରତୀୟଙ୍କ ଜୀବନ ଶୈଳୀ, ଖାଦ୍ୟ ଚୟନ ହିଁ ବାସ୍ତବରେ ବିଜ୍ଞାନ ସମ୍ମତ ହିଁ ଥିଲା । ଏପରିକି ଆଧୁନିକ ଚିକିତ୍ସା ବିଜ୍ଞାନରେ ଯେଉଁ ବିଷୟବସ୍ତୁକୁ ନେଇ ଗବେଷଣା ଜାରି ରହିଛି, ତାହାର ଫଳାଫଳ ମଧ୍ୟ ବେଦ ପୃଷ୍ଠାରେ ସ୍ଥାନିତ ହୋଇସାରିଛି । ଯାହା ବିଜ୍ଞାନୀଙ୍କୁ ଚକିତ କରିଛି ।  ବୈଦିକ କାଳରେ ଭାରତୀୟ ମୁନୀ, ଋଷି ସମାଜ, ସ୍ୱାସ୍ଥ୍ୟ, ଜୀବନଧାରାକୁ ନେଇ ଅତି ସୂକ୍ଷ୍ମ ସ୍ତରରେ ଅନୁଧ୍ୟାନ କରୁଥିଲେ ଓ ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ମାର୍ଗଦର୍ଶନ କରାଉଥିଲେ ।    

ଭାରତୀୟମାନେ ଆମିଷ ଖାଉନଥିଲେ କାହିଁକି?

ବୈଦିକ କାଳରେ ଭାରତୀୟ ଲୋକେ ଯୋଗ ଓ ଆୟୁର୍ବେଦକୁ ଜୀବନର ମାର୍ଗ ଭାବେ ଗ୍ରହଣ କରିନେଇଥିଲେ । ଶରୀରର ତିନିଦୋଷ (ବାତ୍ତ, ପିତ୍ତ ଓ କଫ)କୁ ନିୟନ୍ତ୍ରଣ କରିବା ପାଇଁ ସଚେତନ ଭାବେ ଖାଦ୍ୟ ଗ୍ରହଣ କରୁଥିଲେ । ଉଭୟ ଶାରୀରିକ ସ୍ୱାସ୍ଥ୍ୟ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ସାତ୍ତ୍ୱିକ ଆହାର ସର୍ବୋତ୍ତମ ପ୍ରମାଣିତ ହୋଇଥିବାରୁ ସ୍ୱାସ୍ଥ୍ୟ ପ୍ରତି ସତେତନ ଲୋକେ ତାମସ ଓ ରାଜସ ଆହାର ତ୍ୟାଗ କରୁଥିଲେ । କାରଣ ତାମସିକ ଓ ରାଜସିକ ଖାଦ୍ୟ ଜହମ ପାଇଁ ସାତ୍ତ୍ୱିକ ଖାଦ୍ୟ ତୁଳନାରେ ଅଧିକ ସମୟ ଲାଗୁଥିଲା । ଦ୍ୱିତୀୟତଃ ଆୟୁର୍ବେଦ ଅନୁସାରେ ଗ୍ରହଣ କରୁଥିବା ଖାଦ୍ୟ ହଜମ ପୂର୍ବରୁ ଦ୍ୱିତୀୟବାର ଖାଦ୍ୟ ଗ୍ରହଣକୁ ବାରଣ କରାଯାଉଥିଲା । 

ଜୀବନରେ ଉଚ୍ଚାଙ୍ଗ ଲକ୍ଷ୍ୟ ହାସଲ ପାଇଁ ଓ ଶରୀରକୁ ଉପଯୁକ୍ତ ମାଧ୍ୟମ ଭାବେ ଗଢ଼ି ତୋଳିବା ପାଇଁ କେବଳ ପ୍ରାଣିକ ଆହାର କରୁଥିଲେ ଶିକ୍ଷାର୍ଥୀ । ଯାହା ଶରୀର ସହ ମନର ସନ୍ତୁଳିତ ବିକାଶ କରୁଥିଲା ।  ଏହାପରେ ବି ବାହ୍ୟ ଉତ୍ସରୁ କ୍ୱଚିତ ଶରୀର ସଂକ୍ରମଣ ସମୟରେ ଆୟୁର୍ବେଦ ଚିକିତ୍ସା ଦ୍ୱାରା ଲୋକେ ଆରୋଗ୍ୟ ହେଉଥିଲେ । 

    Right food-thought-action-emotion | Yogashree

Also Read: Science-Based Benefits of Yoga: ପରିବର୍ତ୍ତନ ନୁହେଁ, ମନ ଓ ଶରୀରର ପୁନଃ ନିର୍ମାଣ କରେ ଯୋଗ 

ଯୋଗସୁତ୍ରରେ ନିୟମିତ ଯୋଗ ସାଧନା ସହ ଖାଦ୍ୟ ପ୍ରତି ସତେତନ ରହିବା ପାଇଁ  କୁହାଯାଇଛି । ଅଷ୍ଟାଙ୍ଗ ଯୋଗର ପ୍ରଥମ ପର୍ଯ୍ୟାୟରେ ବାହ୍ୟ ଅନୁଶାସନ ବା ସଂଯମ ( ଯମ) ରକ୍ଷା ନିମିତ୍ତ ଶରୀର ସାଧନା ଆରମ୍ଭ ହୋଇଥାଏ । ଯୋଗ ସାଧନା ପ୍ରାରମ୍ଭିକ ପର୍ଯ୍ୟାୟରେ ସାଧକଙ୍କୁ ସଂଯମତା ଶିକ୍ଷା ଦିଆଯାଇଥାଏ ।

  • କିପରି ବସିବା ଉଚିତ | How to Sit?
  • କିପରି ଶ୍ୱାସକ୍ରିୟା ସମ୍ପାଦନ କରିବା ଉଚିତ | How to Brith?
  • କିପରି ଖାଦ୍ୟ ଗ୍ରହଣ କରିବା ଉଚିତ | How to Eat?
  • କିପରି ଶୟନ କରିବା ଉଚିତ | How to Sleep?

Also Read: Yoga at Home: କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବାକୁ କରନ୍ତୁ ଏହି ଆସନ

ଯୋଗୀ ପିଆଜ, ରସୁଣ ଖାଆନ୍ତି ନାହିଁ କାହିଁକି?

ଆୟୁର୍ବେଦରେ ଶରୀରର ତ୍ରିଦୋଷ ସନ୍ତୁଳନ ସହିତ ପ୍ରତି ସମୟରେ ଶରୀରରେ ପିଙ୍ଗଳା (ଶରୀରର ଦକ୍ଷିଣ ପାର୍ଶ୍ୱ) ଓ ଇଡା (ଶରୀରର ବାମ ପାର୍ଶ୍ୱ)ର ପ୍ରଭାବକୁ ଅନୁଧ୍ୟାନ କରାଯାଏ ।  ସାତ୍ତ୍ୱିକ ଖାଦ୍ୟ ଗ୍ରହଣ ଦ୍ୱାରା ଶରୀରରେ ପଞ୍ଚକୋଷ (ଅନ୍ନମୟ କୋଷ, ମନମୟ କୋଷ, ପ୍ରାଣମୟ କୋଷ, ବିଜ୍ଞାନମୟ କୋଷ ଓ ଆନନ୍ଦମୟ କୋଷ)ର ଉଚିତ ବିକାଶ ହୋଇଥାଏ । ତେଣୁ ଶୃଙ୍ଖଳିତ ଦିନଚର୍ଯ୍ୟା ପାଇଁ ଦୈନିକ ଖାଦ୍ୟରେ ପିଆଜ (ତାମସିକ) ଓ ରସୁଣ (ରାଜସିକ)ନଖାଇବା ପାଇଁ ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି । ତାମସିକ ଖାଦ୍ୟ ବିରକ୍ତିକର ଅନୁଭବ ସୃଷ୍ଟି କରୁଥିବାବେଳେ ରାଜସିକ ଖାଦ୍ୟ ଅଯଥା ଶକ୍ତିକ୍ଷୟ ଓ ନିଦ୍ରାହୀନତାର କାରଣ ହୋଇଥାଏ ।


©ପ୍ରକାଶ ରଂଜନ ପରିଡ଼ା


 

Yogashree explainer | Yogashree



Post a Comment

0 Comments