Uttanpadasana: କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବାକୁ କରନ୍ତୁ ଏହି ଆସନ 🤨

Benefits of Uttanpadasana Prevent constipation problem at home | Yogashree


ର୍ତ୍ତମାନ ସମୟରେ କୋଷ୍ଠକାଠିନ୍ୟ ଏକ  ସାଧାରଣ ସମସ୍ୟା । ଅଧିକାଂଶ ଲୋକ ଏପରି ସମସ୍ୟାକୁ ସାମ୍ନା କରୁଛନ୍ତି । ଯଦିଓ ଏହା ଏକ ରୋଗ ନୁହେଁ କିନ୍ତୁ ଏହାକୁ ଆପଣ ସାଂଘାତିକ ରୋଗର ଲକ୍ଷ୍ୟଣ ବିଚାର କରିପାରନ୍ତି । କାରଣ ଯଦି ଏପରି ସମସ୍ୟା ଲାଗିରହେ ଆପଣଙ୍କ ଶରୀର ଏକାଧିକ ରୋଗକୁ ଆମନ୍ତ୍ରଣ କରିବ ନିଶ୍ଚୟ ।


କୋଷ୍ଠକାଠିନ୍ୟର ଚିକିତ୍ସା | Constipation Treatment 


କୋଷ୍ଠକାଠିନ୍ୟର ମୁଖ୍ୟ କାରଣ ହେଉଛି ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ଗ୍ରହଣ ଓ ଶରୀରରେ ଜଳାଭାବ । ଖାଦ୍ୟ ଶୃଙ୍ଖଳରେ ଅନିୟମିତତା ଓ ପର୍ଯାପ୍ତ ପରିମାଣରେ ପାଣି ନ ପିଇଲେ ଏପରି ସମସ୍ୟା ଦେଖା ଦେଇଥାଏ । ଏପରି ସ୍ଥିତିରେ ଲୋକମାନେ ବିଭିନ୍ନ ପ୍ରକାର ଔଷଧ ସେବନ କରିଥାନ୍ତି । କିନ୍ତୁ ଆପଣ ସହଜ ଯୋଗାସନ କରି କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିପାରିବେ । କୋଷ୍ଠକାଠିନ୍ୟରୁ ମୁକ୍ତି ପାଇବା ପାଇଁ ସବୁଠାରୁ ସଜହ ଯୋଗାସନ ହେଉଛି ଉତ୍ତାନପାଦ ଆସନ । 

 

କିପରି କରିବେ ଉତ୍ତାନପାଦ ଆସନ? How to do Uttanpadasana (The Raised Leg Pose)


  • ଉପରକୁ ମୁହଁ କରି ସମ୍ପୂର୍ଣ୍ଣ ସିଧା ଶୋଇ ଯାଆନ୍ତୁ । ( ଶରୀରକୁ ମୁକ୍ତ ଭାବେ ଲୋଟାଇ ଦିଅନ୍ତୁ, ଶ୍ୱାସକ୍ରିୟା ଉପରେ ଜୋର ଦିଅନ୍ତୁ ନାହିଁ।
  • ଅତିକମରେ ୩ ଥର ଦୀର୍ଘଶ୍ୱାସ ନିଅନ୍ତୁ ।
  • ଦୁଇ ପାଦକୁ ଯୋଡି ରଖନ୍ତୁ ଓ ଧୀରେଧୀରେ ଉପରକୁ ଉଠାନ୍ତୁ।
  • ଅଣ୍ଟାରୁ ଉପରାର୍ଦ୍ଧ ଶରୀରକୁ ସ୍ଥିର ରଖନ୍ତୁ । ଦୁଇ ହାତକୁ ମଧ୍ୟ ସିଧା ରଖନ୍ତୁ ।
  • ଦୁଇ ଗୋଡ଼କୁ ୪୦ ରୁ ୬୦ ଡିଗ୍ରୀ (୯୦ ଡିଗ୍ରୀ ଯାଏ କରିପାରିବେ) ଯାଏ, ଆପଣଙ୍କ ସାମର୍ଥ୍ୟ ଅନୁସାରେ ଉଠାଇବାକୁ ପ୍ରୟାସ କରନ୍ତୁ ।
  • ମନକୁ ଚିନ୍ତାମୁକ୍ତ ରଖନ୍ତୁ ଓ ଧୀରେଧୀରେ ଶ୍ୱାସ ଗ୍ରହଣ କରନ୍ତୁ ।
  • ଗୋଡ଼ ଉଠାଇବା ସମୟରେ ଆଣ୍ଠୁ ଭାଙ୍ଗନ୍ତୁ ନାହିଁ ।
  • ୪୦ରୁ ୬୦ ଡିଗ୍ରୀ ଗୋଡ ଉଠାଇବା ମୁଦ୍ରାରେ ଅତିକମରେ ୩୦ ସେକେଣ୍ଡ ସ୍ଥିତାବସ୍ଥା ବଜାୟ ରଖନ୍ତୁ ।
  • ଶ୍ୱାସତ୍ୟାଗ ସହ ଗୋଡ଼କୁ ତଳକୁ ଖସାଇ ଆଣନ୍ତୁ।
  • ଏପରି ଆସନକୁ ୩, ୫, ୭ କିମ୍ବା ୯ ଥର କରନ୍ତୁ ।

Benefits of Uttanpadasana Prevent constipation problem at home

ଆସନ କରିବାର କିଛି ସମୟ ପରେ ଉଷୁମ ପାଣି ପିଅନ୍ତୁ ।

Also Read: Yogasana: ମାନବ ଶରୀର ପାଇଁ ଯୋଗାସନର ମହତ୍ୱ ଓ ଗୁରୁତ୍ୱ 🤔

ଉତ୍ତାନପାଦ ଆସନର ଲାଭ | Benefits of Uttanpadasana (The Raised Leg Pose)


ଉତ୍ତାନପାଦ ଆସନ କରିବା ସମୟରେ ପେଟର ତଳ ଅଂଶରେ ଚାପ ପଡ଼ିଥାଏ । ଯାହା ଅନେକ ପେଟ ସମସ୍ୟା ଦୂର କରିଥାଏ । ଏହା ସହିତ ପେଟ କମାଇବା ପାଇଁ ଓ ଓଜନ କମାଇବା ପାଇଁ ମଧ୍ୟ ଉତ୍ତାନପାଦ ଆସନ ଏକ ଭଲ ବିକଳ୍ପ । ଏହି ଆସନ ଦ୍ୱାରା ବଦହଜମୀ, ଗ୍ୟାସ ସମସ୍ୟା, ଅମ୍ଳ, ପେଟ ବ୍ୟଥା ପରି ସମସ୍ୟାରୁ ମୁକ୍ତି ମିଳେ । 


ଶରୀରରେ ଜଳୀୟ ଅଂଶର ଅଭାବରେ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦେଇଥାଏ । ତେଣୁ ଯୋଗାସନ କରିବା ସହ ପାଣି ପିଇବାର ବିଧି ଗୁଡ଼ିକୁ ଜୀବନଧାରାରେ ଅଭ୍ୟାସ କରିନେବା ଭଲ । ଦିନକୁ କେତେ ପାଣି ପିଇବା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ କେତେତେବେଳେ ପାଣି ପିଇବା ଆବଶ୍ୟକ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ । କାରଣ ପାଚନକ୍ରିୟାକୁ ଜଳ ଶୃଙ୍ଖଳିତ କରିଥାଏ । ସାଧାରଣ ଭାବେ ନିଦରୁ ଉଠିବା ପରେ , ଖାଦ୍ୟ ଗ୍ରହଣର ୪୦ ମିନିଟ ପୂର୍ବରୁ ଓ ଖାଦ୍ୟ ଗ୍ରହଣର ୪୦ ମିନିଟ ପରେ, ଗାଧୋଇବା ପୂର୍ବରୁ ଓ  ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଥଣ୍ଡା ପାଣି ବଦଳରେ ସାମାନ୍ୟ ଉଷୁମ ପାଣି ପିଇଲେ ଏହା ହଜମ କ୍ରିୟାକୁ ଅଧିକ ଶୃଙ୍ଖଳିତ କରିଥାଏ । 


କେତେବେଳେ ପାଣି ପିଇବା ଗୁରୁତ୍ୱପୂର୍ଣ୍ଣ?


  • ନିଦରୁ ଉଠିବା ପରେ
  • ଖାଇବା ପୂର୍ବରୁ ଓ ପରେ
  • ଗାଧାଇବା ପୂର୍ବରୁ
  • ଶୋଇବା ପୂର୍ବରୁ ପାଣି ପିଇବା ଆବଶ୍ୟକ

Also Read: Scientific Benefits of Yoga: ଯୋଗ ଦୂର କରେ ରୋଗ

କୋଷ୍ଠକାଠିନ୍ୟ ସମସ୍ୟା କାହିଁକି ହୁଏ ? Constipation Meaning


ଶରୀର ଭେଦରେ ବ୍ୟକ୍ତଙ୍କ ଖାଦ୍ୟ ହଜମ ପାଇଁ ଭିନ୍ନ ଭିନ୍ନ ସମୟ ଲାଗିଥାଏ । ଖାଦ୍ୟ ଅର୍ଦ୍ଧ ପାଚନ ହୋଇ ପାକନଳୀରେ ଜମି ରହିଲେ କୋଷ୍ଠକାଠିନ୍ୟ ଆରମ୍ଭ ହୋଇଥାଏ । ଖାଦ୍ୟ ସମ୍ପୂର୍ଣ୍ଣ ହଜମ ପୂର୍ବରୁ, ଦ୍ୱିତୀୟ ବାର ଖାଦ୍ୟ ଗ୍ରହଣ କଲେ ପାଚନ ତନ୍ତ୍ର ଉପରେ ଅଧିକ ଚାପ ପଡ଼ିଥାଏ । ଆୟୁର୍ବେଦ ଅନୁସାରେ ସାତ୍ତ୍ୱିକ ଖାଦ୍ୟ ଖୁବଶୀଘ୍ର ହଜମ ହେଉଥିବାବେଳେ ତାମସ ଓ ରାଜସ ଖାଦ୍ୟ ହଜମ ପାଇଁ ଅଧିକ ସମୟ ଓ ଅଧିକ ଜଳ ଆବଶ୍ୟକ କରିଥାଏ ।  


କୋଷ୍ଠକାଠିନ୍ୟ କାରଣ | Causes of Constipation


  1. ଅସମୟରେ ଓ ମାତ୍ରାଧିକ ଖାଦ୍ୟ ଗ୍ରହଣ
  2. କାର୍ଯ୍ୟକଳାପରେ ପରିବର୍ତ୍ତନ
  3. ଖାଦ୍ୟରେ ଅତ୍ୟଧିକ ଫାଇବର ଓ ମିନେରାଲ
  4. ଅଧିକ ଦୁଗ୍ଧଜାତ ଖାଦ୍ୟ ଗ୍ରହଣ
  5. ମଦ୍ୟପାନ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ
  6. ପାଚନ ତନ୍ତ୍ରରେ ସମସ୍ୟା


ସାତ୍ତ୍ୱିକ ଆହାର ଯଥା ଫଳ, ପନିପରିବା ମାତ୍ର ୩ରୁ ୪ ଘଣ୍ଟା ମଧ୍ୟରେ ହଜାମ ହୋଇଥାଏ , କିନ୍ତୁ  ରଜସ ଓ ତାମସ ଖାଦ୍ୟ ଯଥା ମାଂସ, ଦୁଗ୍ଧଜାତ ପଦାର୍ଥ, ଜଙ୍କ ଫୁଡ ହଜମ ପାଇଁ ୮ରୁ ୧୨ ଘଣ୍ଟା ସମୟ ଲାଗିଥାଏ । ଖାଦ୍ୟ ହଜମ ପୂର୍ବରୁ ପୁନର୍ବାର ଖାଦ୍ୟ ଗ୍ରହଣ କଲେ ପୂର୍ବ ଖାଦ୍ୟ, ଖାଦ୍ୟନଳୀ ଅତିକ୍ରମ କରିନପାରି ଅର୍ଦ୍ଧପାଚନ ହୋଇ ଜମି ରହେ । ଯାହା କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି କରିଥାଏ ।

©ପ୍ରକାଶ ରଂଜନ ପରିଡ଼ା






Post a Comment

0 Comments