Water Life: ଜଳକୁ ଜାଣିଲେ ଜୀବନ ସ୍ୱଚ୍ଛଳ, ଜଳ ନିର୍ମାଣ କରେ ଜୀବନ💧




Yoga Basics: ଯୋଗ ଏକ ସଚେତନ କ୍ରିୟା, ଯାହା ଶରୀରକୁ ମନ ସହିତ, ଜୀବନକୁ ପ୍ରକୃତି ସହିତ ଉତ୍ତମ ସଂଯୋଗ କରାଇଥାଏ । ଯୋଗ ବିଷୟରେ ଏପରି କଥା ଶୁଣି ଯେକୌଣସି ବ୍ୟକ୍ତି ଯୋଗ କରିବାକୁ ଇଚ୍ଛା କରିବା ସ୍ୱାଭାବିକ । କାରଣ କେବଳ ଶରୀର ଓ ସମୟ ବିନିଯୋଗ ଦ୍ୱାରା ଏତେ ସବୁ ଲାଭ ପ୍ରାପ୍ତିର ଆଶା, ଲୋକଙ୍କୁ ଆକର୍ଷିତ କରିଥାଏ । କିନ୍ତୁ କୌଣସି ମାଧ୍ୟମରେ ଯୋଗ ନାମରେ କିଛି ଅଙ୍ଗଭଙ୍ଗୀର ଅଭ୍ୟାସ କରିବା ପରେ ମଧ୍ୟ କୌଣସି ଲାଭ ମିଳିନଥାଏ । ବରଂ ସମୟର ଅପଚୟ ହେବା ସହ ଶାରୀରିକ ପୀଡ଼ା ହିଁ ପ୍ରାପ୍ତ ହୋଇଥାଏ । ଯୋଗ ବିଦ୍ୟାର ସୃଷ୍ଟି  ହୋଇଥିବା ଭାରତ ମାଟିରେ ଆଜି ଯୋଗକୁ ନେଇ ଲୋକଙ୍କ ମନରେ ନାନା ଦ୍ୱନ୍ଦ୍ୱ ଲାଗି ରହିଛି । ପାଶ୍ଚାତ୍ୟର ପ୍ରଭାବରେ ଆକର୍ଷକ ଢଙ୍ଗରେ ପ୍ରଦର୍ଶିତ ଅଙ୍ଗଭଙ୍ଗୀକୁ ଯୋଗ ମନେ କରୁଛନ୍ତି ସାଧାରଣ ଲୋକେ । ଯାହା ଭାରତୀୟ ଯୋଗ ସଂସ୍କୃତି ପ୍ରତି ତୀବ୍ର ଅପମାନ ନିଶ୍ଚୟ । 


Also Read: Confusion to Conclusion: କିପରି ଓ କେଉଁଠୁ ଆରମ୍ଭ କରିବେ ଯୋଗ? ପ୍ରଥମେ କଣ କରିବେ


ଆପଣଙ୍କ ଶରୀର ଆପଣଙ୍କର ହିଁ ନିର୍ମାଣ 


ଶରୀରକୁ ଆପଣ ପବିତ୍ର ମନ୍ଦିରଟିଏ ନିର୍ମାଣ କରିବେ କିମ୍ବା ବାଲୁକା ସ୍ତୁପ କରିବେ ତାହା ସମ୍ପୂର୍ଣ୍ଣ ଆପଣଙ୍କ ଉପରେ ନିର୍ଭର କରେ । ପ୍ରତିଟି ସମସ୍ୟା, ଯନ୍ତ୍ରଣା, ବ୍ୟାଧିର କାରଣ ଆପଣ ନିଜେ, କାରଣ ଆପଣ କେତେବେଳେ, କେତେ ପରିମାଣରେ କେଉଁ ଖାଦ୍ୟ ଓ ପାନୀୟ ଗ୍ରହଣ କରିବେ ଏହି ନିଷ୍ପତ୍ତି ମଧ୍ୟ ଗ୍ରହଣ କରନ୍ତି । 


ସମୟ ଓ ସ୍ୱାସ୍ଥ୍ୟ ଏପରି ସମ୍ପଦ, ସମାପ୍ତି ପୂର୍ବରୁ ମଣିଷ ଏହାର ମୂଲ୍ୟ କଳି ପାରେନି । ଯେଉଁ ବ୍ୟକ୍ତି ଉଭୟ ଶରୀର ଓ ସମୟର ମୂଲ୍ୟକୁ ସଠିକ ଭାବେ କଳି ନେଇପାରେ, ସେ ପୂର୍ଣ୍ଣାଙ୍ଗ ଜୀବନକୁ ଉପଭୋଗ କରିବ ନିଶ୍ଚୟ । ଏକଥା ସତ୍ୟ ଯେ ଆମେ ଆଜି ବୟସର ଯେଉଁ ସୋପାନରେ ପହଞ୍ଚିଛନ୍ତି ବା ଆମର ବର୍ତ୍ତମାନର ସ୍ୱାସ୍ଥ୍ୟ ସ୍ଥିତି ଯେପରି ରହିଛି, ଆମେ ଏପରି ଜନ୍ମ ହୋଇନଥିଲେ । ଖୁବ ଛୋଟ ଶରୀରଟିଏ ନେଇ ଆମେ ମା' କୋଳ ମଣ୍ଡନ କରିଥିଲେ । 


ତେବେ ଆମ ଶରୀର ବିକଶିତ ହୋଇଥିଲା କିପରି? ଖାଦ୍ୟ, ପାନୀୟ ହିଁ ଧୀରେଧୀରେ ଆମ ଶରୀରକୁ ବିକାଶ କରାଇଥିଲା ।  ପୂର୍ବ ପିଢିରୁ ମିଳିଥିବା ଜେନେଟିକ ମେମୋରୀ ଦ୍ୱାରା ଆମ ଶରୀର ଆମେ ଗ୍ରହଣ କରୁଥିବା ଖାଦ୍ୟ ଓ ପାନୀୟକୁ ରକ୍ତ, ହାଡ଼, ମାଂସକୁ ରୁପାନ୍ତରିତ କରୁଥିଲା । ଏହାସହିତ ବାହ୍ୟ ପରିବେଶ, ପ୍ରକୃତି ହିଁ ଆମର ମାନସିକ ବିକାଶ ଘଟାଇଥିଲା । ଅର୍ଥାତ ଖାଦ୍ୟ ଓ ପାନୀୟ ହିଁ ଆମ ଶରୀର ଗଠନର ମୂଳ ଉତ୍ସ । 


ଏଥିପାଇଁ ଭାରତୀୟ ସଂସ୍କୃତିରେ ଖାଦ୍ୟ ଓ ପାନୀୟକୁ ଜୀବନ ନିର୍ମାଣକାରୀ ଉପାଦାନ ଭାବେ ଗ୍ରହଣ କରାଯିବା ସହ ଏହାର ସତେତନ ବ୍ୟବହାର କରିବାକୁ କୁହାଯାଉଥିଲା । ମାନବ ଶରୀରର ଉତ୍ତମ ବିକାଶ ପାଇଁ ସାତ୍ତ୍ୱିତ ଆହାର ଓ ସୁଦ୍ଧ ଜଳ ଅପରିହାର୍ଯ୍ୟ ।  ଶରୀରର ୭୨ ପ୍ରତିଶତ ଜଳ ହୋଇଥିବାରୁ ଜଳ ପ୍ରତି ସର୍ବାଧିକ ସତେତନତା ମଧ୍ୟ ଆବଶ୍ୟକ । 



Yoga basics: Water Life | Yogashree


Also Read: Yogasana: ମାନବ ଶରୀର ପାଇଁ ଯୋଗାସନର ମହତ୍ୱ ଓ ଗୁରୁତ୍ୱ 

ଜଳ ହିଁ ଜୀବନ, ଜଳକୁ ଜାଣିଲେ ଜୀବନ ସ୍ୱଚ୍ଛଳ


ପାଣିର ଉପଯୁକ୍ତ ବ୍ୟବହାର ଶରୀରକୁ ନିରୋଗ ରଖିବା ସହ ଶରୀରର ତ୍ରିଦୋଷ (ବାତ୍ତ,ପିତ୍ତ ଓ କଫ)କୁ ସନ୍ତୁଳିତ ରଖିଥାଏ । ଅର୍ଥାତ ଠିକ୍ ସମୟରେ, ଠିକ୍ ପରିମାଣରେ ପାଣି ପିଇଲେ ଶରୀର ପ୍ରତି ସୁପ୍ରଭାବ ପଡ଼ିଥାଏ । ଶରୀର ଆବଶ୍ୟକ କରୁଥିବା ସମୟରେ ପାଣି ପିଇବା ଆବଶ୍ୟକ । ଅଧିକ ନୁହଁ କିମ୍ବା କମ ବି ନୁହେଁ । କେତେ ପାଣି ପିଇବା ଆବଶ୍ୟକ, ଏହାର କୌଣସି ସଠିକ ଉତ୍ତର ନାହିଁ । କାରଣ ଆପଣଙ୍କୁ ହିଁ ଆପଣଙ୍କ ଶରୀରର ଆବଶ୍ୟକତା ଅନୁଭୂତ ହୋଇଥାଏ । 

ସଚେତନ ଜଳ ବ୍ୟବହାର ପ୍ରଥମ ଉପାୟ: 


ସକାଳେ ଖାଲିପେଟରେ  ୮୦୦ରୁ ୧୦୦୦ ମିଲିଲିଟର ପାଣି ପିଅନ୍ତୁ । ନିଦରୁ ଉଠିବା ପରେ ସର୍ବପ୍ରଥମେ ପାଣି ପିଇବା ଆବଶ୍ୟକ । ଏହି ଅଭ୍ୟାସ ଆପଣଙ୍କ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ କରିବା ସହ ଓଜନ ସନ୍ତୁଳିତ ରଖିଥାଏ । ଶରୀରର ଓଜନ ବୃଦ୍ଧି ଘଟିଥିଲେ ଉଷୁମ ପାଣି ପିଇଲେ ସୁଫଳ ମିଳିଥାଏ । ବାସି ମୁହଁରେ ପାଣି ପିଇବା ଦ୍ୱାରା ଆଣ୍ଟି-ମାଇକ୍ରୋବିୟଲ ଗୁଣଯୁକ୍ତ ପଜିଟିଭ ବ୍ୟାକ୍ଟେରିଆ ପେଟକୁ ଯାଇଥାଏ । ଯାହା କ୍ଷତିକାରକ ମାଇକ୍ରୋବ୍ସକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ । 


ସଚେତନ ଜଳ ବ୍ୟବହାର  ଦ୍ୱିତୀୟ ଉପାୟ-


ଖାଦ୍ୟ ଖାଇବାର ୪୮ ମିନିଟ ପୂର୍ବରୁ ଓ ଖାଇବା ପରେ ୪୮ ମିନିଟ ପରେ ପାଣି ପିଅନ୍ତୁ । ଏହାଦ୍ୱାରା ଖାଦ୍ୟ ହଜମ କ୍ରିୟା ସହଜ ହୋଇଥାଏ ।  ଶରୀର ଓଜନ ବୃଦ୍ଧି ହୋଇଥିଲେ ହ୍ରାସ କରିବାରେ ସାହାଯ୍ୟ କରିଥାଏ । 


 ସଚେତନ ଜଳ ବ୍ୟବହାର  ତୃତୀୟ ଉପାୟ-


କେବଳ ଆଖିକୁ ସୁଦ୍ଧ ଦୃଶ୍ୟମାନ ହେଉଥିବା ଜଳକୁ ସୁଦ୍ଧ ବୋଲି ବିଚାର କରନ୍ତୁ ନାହିଁ । ଖଣିଜ ଲବଣ ଯୁକ୍ତ ଜଳ ହିଁ ସ୍ୱାସ୍ଥ୍ୟପ୍ରତି ସର୍ବୋତ୍ତମ ।  ଯାହାକୁ ଆଲକାଇନ ୱାଟର କୁହାଯାଏ । ଆପଣ ଘରେ ମଧ୍ୟ ଆଲକାଇନ ୱାଟର ପ୍ରସ୍ତୁତ କରିପାରିବେ । ତମ୍ବା ପାତ୍ର ଓ ମାଟିପାତ୍ରରେ ୬ ଘଣ୍ଟାରୁ ଅଧିକ ସମୟ ରହିବା ପରେ ଜଳର ଗୁଣବତ୍ତା ବିକଶିତ ହୋଇଥାଏ ।  ତେଣୁ ବିଶୋଧିତ ହୋଇଥିବା ଜଳକୁ ମଧ୍ୟ ତମ୍ବା କିମ୍ବା ମାଟି ପାତ୍ରରେ ପୁନଃ ସଂଗୃହୀତ କରିବା ପରେ ଏହାକୁ ପାନୀୟ ଭାବେ ଗ୍ରହଣ କରିବା  ଶରୀର ପାଇଁ ଉତ୍ତମ । ଏହାବ୍ୟତୀତ ଆପଣ ଜଳରେ ଆଲକାଇନ ଷ୍ଟୋନ କିଛି ସମୟ ବୁଡ଼ାଇ ରଖିବା ପରେ ଜଳ ଆଲକାଇନ ୱାଟରକୁ ପରିବର୍ତ୍ତିତ ହୋଇଯାଇଥାଏ ।


Water is Lifemaking Material | Yogashree


Also Read : Sun Salutation: ସୂର୍ଯ୍ୟ ନମସ୍କାରର ସଠିକ୍ ବିଧି, ଯୋଗାସନ ଓ ମନ୍ତ୍ର

ଜଳ ହିଁ ଜୀବନ


ଯେଉଁପରି ଗୋଟିଏ ପେଟ୍ରୋଲ ଚାଳିତ କାରରେ ଡିଜେଲ ପକାଯାଏ ନାହିଁ, ଠିକ ସେହିପରି ମଣିଷ ଶରୀର ପାଇଁ ଆବଶ୍ୟକ ଖାଦ୍ୟ ଗ୍ରହଣ କଲେ ଶରୀର ଅସୁସ୍ଥ ହେବ ନାହିଁ । ଆମେ ଯେଉଁ ଶରୀର ଧାରଣ କରନ୍ତି ତାହା କେବଳ ଖାଦ୍ୟ ଯୋଗୁଁ ହିଁ ସମ୍ଭବ ହୋଇଥାଏ । ଯେଉଁ ଖାଦ୍ୟ ଆମ ଶରୀର ଗଠନ କରେ, ବିନା ଶୋଚନାରେ ଯେକୌଣସି ପଦାର୍ଥକୁ ଖାଦ୍ୟ ଭାବେ ଗ୍ରହଣ କଲେ ଏପରିକି ପାଟିକୁ ସ୍ୱାଦିଷ୍ଟ ଲାଗୁଥିବା ବିଷାକ୍ତ ପଦାର୍ଥ ସେବନ କଲେ ଶରୀର ଅସୁସ୍ଥ ହେବା ସ୍ୱଭାବିକ । ପାରମ୍ପରିକ ଭାରତୀୟ ଆୟୁର୍ବେଦ ଶାସ୍ତ୍ର ଅନୁଯାୟା ଉତ୍ତମ ଆହାର ଓ ଶାରିରୀକ ପରିଶ୍ରମ ଶରୀରକୁ, ମନକୁ ଓ ଜୀବନକୁ ଆନନ୍ଦ ପ୍ରଦାନ କରେ । 


ସର୍ବପ୍ରଥମେ ଖାଦ୍ୟ ଓ ପାନୀୟ ପ୍ରତି ସଚେତନ ହେବା ପରେ ଯୋଗକୁ ଜୀବନ ସହ ସଂଯୋଗ କରିବା ଆବଶ୍ୟକ । ଅଷ୍ଟାଙ୍ଗ ଯୋଗସୁତ୍ରର ପ୍ରଥମ ସୁତ୍ର (ଯମ) ଅନୁସାରେ ଯୋଗ ସାଧକଙ୍କୁ ସର୍ବପ୍ରଥମେ ବାହ୍ୟ ଅନୁଶାସନକୁ ଗୁରୁତ୍ୱ ଦେବାକୁ ପଡ଼ିଥାଏ । ଯୋଗ କେବଳ ଏକ କ୍ରିୟା ନୁହେଁ ବରଂ ଏକ ଜୀବନ ଧାରା । 


ଖାଦ୍ୟ ଓ ପାନୀୟ ପ୍ରତି ସଚେତନତା ପରେ ଯୋଗାସନ, ଆପଣଙ୍କୁ ଜୀବନର ଉତ୍ତରିତ ସୋପାନରେ ପହଞ୍ଚାଇବ ନିଶ୍ଚୟ ।


©ପ୍ରକାଶ ରଂଜନ ପରିଡ଼ା


Yogashree explainer | Yogashree


Yoga Basics: Before Yoga Know before yoga know the life making material water | Yogashree

Yoga Basics: Before Start Yoga Know The Life-making Material Water


Yoga Basics: Yoga is a conscious practice that better connects the body with the mind and life with nature. Hearing such things about yoga, it is natural for anyone to want to do yoga. Because the prospect of getting so much profit just by investing in body and time attracts people. But even after practicing some gestures in the name of yoga through any means, no benefit is obtained. Rather, time is wasted and physical pain is obtained. In the land of India, where the science of yoga was born, there is much confusion in people's minds about yoga today. Common people feel the gestures shown in an attractive manner under the influence of the West. Which must be a severe insult to the Indian yoga culture.

Your Body Is Your Creation


Whether you build the body a holy temple or a sand stupa is entirely up to you. The cause of every problem, pain, and disorder are you because you decide what food and drink you take, when, and in what quantity.


Time and health are such resources that humans cannot value before they expire. A person who can properly appreciate the value of both body and time is bound to enjoy life to the indeed, rue that we were not born with the stage of age we have reached today or our current state of health. 

So how did our bodies evolve? It is food and drink that slowly develop our bodies. Our body transforms the food and drinks we consume into blood, bones, and flesh through genetic memory inherited from previous generations. Along with this, the external environment and nature cause our mental development. It means that food and drink are the primary sources of our body structure.

What does water consciousness mean?

For this reason, in Indian culture, food and drink were accepted as life-creating elements and it was said to use them fresh. Sufficient food and clean water are essential for the proper development of the human body. As 72 percent of the body is water, water needs maximum freshness.

Water Is Life- The Importance of Water and Conscious use of Water


Proper use of water keeps the body healthy and balances the tridoshas (Vata, Pitta, and Kapha) of the body. It means that drinking water at the right time and in the right amount has a positive effect on the body. It is necessary to drink water when the body needs it. Neither more nor less. There is no right answer to how much water to drink. Because you are the one who feels the needs of your body.

Conscious use of water- first way:


Drink 800 to 1000 ml of warm water in the morning. After waking up, the first thing to drink is water. This practice solves many of your health problems and keeps your weight balanced. Drinking water through the mouth carries positive bacteria with anti-microbial properties to the stomach. which helps in destroying harmful microbes.



Conscious use of water- second way-


Drink water 48 minutes before eating food and 48 minutes after eating. This makes digestion easier. Helps to lose body weight.



Conscious use of water- 3rd way


Don't consider the water that just looks clear to the eye to be pure. Water with mineral salts is best for health. Which is called alkaline water. You can also prepare alkaline water at home. After more than 6 hours in copper vessels and earthen vessels, the quality of water develops. Therefore, it is good for the body to drink purified water after collecting it again in a copper or earthen vessel.

Just as diesel is not added to a petrol-powered car, the body will not get sick if it takes the necessary food for the human body. The body we possess is only possible because of food. The food that makes up our body, if we take any substance as food without purification, even if we consume toxic substances that taste good to our mouth, it is normal for the body to get sick. According to traditional Indian Arvedic scriptures, good food and physical exercise bring joy to the body, mind, and life.



First of all, after becoming aware of food and drink, it is necessary to connect yoga with life. According to the first sutra (Yama) of the Ashtanga Yoga Sutra, the yoga practitioner has to emphasize external discipline first. Yoga is not just a practice but a way of life.



Yoga, after awareness of food and drink, must take you to the right stage of life.


Post a Comment

0 Comments