Sun Salutation: ସୂର୍ଯ୍ୟ ନମସ୍କାରର ସଠିକ୍ ବିଧି, ଯୋଗାସନ ଓ ମନ୍ତ୍ର 🌄

What Is Surya Namaskar | Yogashree


ସୂର୍ଯ୍ୟ ନମସ୍କାର ଏକ ସମ୍ପୂର୍ଣ୍ଣ ଯୋଗ କ୍ରିୟା 

ଅଭିଜ୍ଞ ହୁଅନ୍ତୁ କି ନବୀନ ପ୍ରାୟ ସମସ୍ତ ଯୋଗୀ, ଯୋଗ ସାଧକ ଓ ଯୋଗାଭ୍ୟାସକାରୀ ସୂର୍ଯ୍ୟ ନମସ୍କାର ଦିନଚର୍ଯ୍ୟା ଆରମ୍ଭରୁ କରିଥାନ୍ତି । କାରଣ  ସୂର୍ଯ୍ୟ ନମସ୍କାର ୧୨ଟି ସୋପାନରେ ୧୨ଟି ଶକ୍ତିଶାଳୀ ଯୋଗକ୍ରିୟାର ସମାହାର । ସମୟ ଓ ଇଚ୍ଛା ଅନୁସାରେ ଯେତେଥର ଚାହିଁଲେ ବି ସୂର୍ଯ୍ୟ ନମସ୍କାର କରାଯାଇପାରେ ।  


ସୂର୍ଯ୍ୟ ନମସ୍କାର କ୍ରିୟା କରିବା ଦ୍ୱାରା ଶରୀର ସାରା ଦିନ ସକ୍ରିୟ ରହିଥାଏ । ସୂର୍ଯ୍ୟ ଉଦୟ କିମ୍ବା ସୂର୍ଯ୍ୟ ଅସ୍ତ ସମୟରେ ମାତ୍ର ୧୫ ମିନିଟ ପାଇଁ ସୂର୍ଯ୍ୟ ନମସ୍କାର କ୍ରିୟା ଆପଣଙ୍କୁ ଚାପମୁକ୍ତ କରିପାରିବ । କିନ୍ତୁ ଏହି ଅଭ୍ୟାସ କରିବା ପାଇଁ ସର୍ବନିମ୍ନ ଦୁଇଟି ସର୍ତ୍ତ ପାଳନ କରିବା ଆବଶ୍ୟକ । ସୂର୍ଯ୍ୟ କିରଣ ଓ ଖାଲି ପେଟ ଥିବା ଆବଶ୍ୟକ । 


ଉଦୟମୁଖି କିମ୍ବା ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରଣିପାତ କରି ୮ଟି ଯୋଗାସନ ସହ ୪ଟି ଯୋଗାସନର ପୁନରାବୃତ୍ତି ଅଭ୍ୟାସକୁ ଯୋଗାସନ କରିବା ପୂର୍ବରୁ ଅଭ୍ୟାସ କରାଯାଇଥାଏ ।  ସକାଳେ ଖାଲି ପେଟରେ କିମ୍ବା ସଂଧ୍ୟା ସମୟରେ, ଖାଦ୍ୟ ଖାଇବାର ଅତି କମରେ ୫ ଘଣ୍ଟା ପରେ ଆପଣ ସୂର୍ଯ୍ୟ ନମସ୍କାର କରିପାରିବେ ।  ସୂର୍ଯ୍ୟ ନମସ୍କାରର ୧୨ଟି ସୋପାନକୁ କ୍ରମାନ୍ୱୟରେ ଅଭ୍ୟାସ କରିବା ଜରୁରୀ ।


ସକାଳ ସମୟ ସୂର୍ଯ୍ୟ ନମସ୍କାର ପାଇଁ ସର୍ବୋତ୍ତମ ସମୟ



ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ଜୀବନ ଦାନ ପାଇଁ କୃତଜ୍ଞତା ଜ୍ଞାପନର ନାମ ସୂର୍ଯ୍ୟ ନମସ୍କାର । ସକାଳ ସମୟରେ ସୂର୍ଯ୍ୟ କିରଣରେ ସକରାତ୍ମକ ଶକ୍ତି ଯୋଗୁ ଶରୀର ପ୍ରତି ସୁପ୍ରଭାବ ପଡ଼ିଥାଏ । ଏହି ସମୟରେ ସମ୍ପୂର୍ଣ୍ଣ ବାତାବରଣ ଶାନ୍ତ ରହିଥାଏ, ତେଣୁ ଏକାଗ୍ରତା ବଜାୟ ରଖିବା ସହ ସୂର୍ଯ୍ୟ ନମସ୍କାର ସହଜ ହୋଇଥାଏ ।  


ସୂର୍ଯ୍ୟ ନମସ୍କାର- ୧୨ଟି ଯୋଗ କ୍ରିୟାର ସମାହାର 


  1. ନମସ୍କାର ଆସନ/ Pranamasana- Prayer Pose (Inhale and exhale)
  2. ହସ୍ତଉତ୍ଥାନାସନ/ Hasta Uttanasana- Raised arms Pose (Inhale)
  3. ପଦହସ୍ତାସନ/ Padahastasan- Standing Forward Bend (Exhale)
  4. ଅଶ୍ୱ ସଂଚାଳନ ଆସନ/ Ashwa Sanchalanasana- Equestrian Pose (Inhale)
  5. ଦଣ୍ଡାସନ Dandasana/ Plank Pose (Exhale)
  6. ଅଷ୍ଟାଙ୍ଗ ନମସ୍କାର ଆସନ/ Ashtanga Namaskar- Eight Limbed pose (Hold the Breath)
  7. ଭୁଜଙ୍ଗାସନ Bhujangasana/ Cobra Pose (Inhale)
  8. ପର୍ବତାସନ Parvat Aasa/  Mountain Pose (Exhale)
  9. ଅଶ୍ୱ ସଂଚାଳନ ଆସନ/ Ashwa Sanchalan Asana- Equestrian Pose (Inhale)
  10. ପଦହସ୍ତାସନ/ Hastapadasana- Standing Forward Bend (Exhale)
  11. ହସ୍ତଉତ୍ଥାନାସନ/ Hasta Uttanasana- Raised arms Pose (Inhale)
  12. ନମସ୍କାର ଆସନ/ Pranamasana- Prayer Pose (Exhale)



ସୂର୍ଯ୍ୟ ନମସ୍କାର କ୍ରିୟାରେ ମୋଟ 8ଟି ଯୋଗାସନ ରହିଛି ।  ଅଷ୍ଟମ ଆସନ ପରେ ପ୍ରଥମ ଚାରିଟି ଯୋଗାସନ ପୁନର୍ବାର କରାଯାଇଥାଏ ।  କିଛି ଯୋଗ ଗୁରୁଙ୍କ ଅନୁସାରେ ସୂର୍ଯ୍ୟ ନମସ୍କାରରେ ୭ଟି ଆସନ ଓ ୫ଟି ଆସନକୁ ପୁନର୍ବାର ଅଭ୍ୟାସ କରାଯାଏ । ପଞ୍ଚମ ସୋପାନରେ କରାଯାଉଥିବା ଦଣ୍ଡାସନ ପରିବର୍ତ୍ତେ କିଛି ଗୁରୁ ପର୍ବତାସନ କରିଥାନ୍ତି ।  ଦୁଇଟି ଯାକ ସୂର୍ଯ୍ୟ ନମସ୍କାର କ୍ରିୟା ଠିକ୍ । ଆପଣ ଚାହିଁଲେ ପଞ୍ଚମ ସୋପାନରେ ଦଣ୍ଡାସନ କିମ୍ବା ପର୍ବତାସନ କରିପାରନ୍ତି । 

ସନ୍ଧ୍ୟା ସମୟରେ ବି କରିପାରିବେ 'ସୂର୍ଯ୍ୟ ନମସ୍କାର' 



ଆପଣ ସନ୍ଧ୍ୟାରେ ମଧ୍ୟ ଏହି ଅଭ୍ୟାସ କରିପାରିବେ । ନିଶ୍ଚିତ କରନ୍ତୁ ଯେ ଆପଣ ଏହାକୁ ଖାଲି ପେଟରେ କରୁଛନ୍ତି । ସକାଳ ପରି ସନ୍ଧ୍ୟାରେ ଯୋଗ କରିବା ଉଭୟ ଶାରୀରିକ ଏବଂ ମାନସିକ ଶାନ୍ତି ଆଣିଥାଏ ।

ଓଡ଼ିଆ ଓ ସଂସ୍କୃତରେ ସୂର୍ଯ୍ୟ ନମସ୍କାର ମନ୍ତ୍ର



ସୂର୍ଯ୍ୟ ମନସ୍କାରର ୧୨ଟି ଯୋଗକ୍ରିୟା ସମ୍ପାଦନ ସମୟରେ ଅଭ୍ୟାସକାରୀ ୧୨ଟି ମନ୍ତ ଉଚ୍ଚାରଣ କରିଥାନ୍ତି । ପ୍ରତି ମନ୍ତ୍ର ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ପ୍ରଣିପାତ ।

                        ସୂର୍ଯ୍ୟ ବନ୍ଦନା
  • ଓଁ ମିତ୍ରାୟ ନମଃ - ॐ मित्राय नमः
  • ଓଁ ରବୟୋ ନମଃ - ॐ रवये नमः
  • ଓଁ ସୂର୍ଯ୍ୟାୟ ନମଃ - ॐ सूर्याय नमः
  • ଓଁ  ଭାନବେ ନମଃ - ॐ भानवे नमः
  • ଓଁ ଖଗୟେ ନମଃ - ॐ खगाय नमः
  • ଓଁ ପୁଷ୍ପଣେ ନମଃ - ॐ पूष्णे नमः
  • ଓଁ ହିରଣ୍ୟଗର୍ଭାୟ ନମଃ - ॐ हिरण्यगर्भाय नमः
  • ଓଁ ମରିଚାୟ ନମଃ - ॐ मरीचये नमः
  • ଓଁ ଆଦିତ୍ୟାୟ ନମଃ - ॐ आदित्याय नमः
  • ଓଁ ସବିତ୍ରେ ନମଃ - ॐ सवित्रे नमः
  • ଓଁ ଅର୍କାୟ ନମଃ - ॐ अर्काय नमः
  • ଓଁ ଭାଷ୍କରାୟ ନମଃ - ॐ भास्कराय नमः

ॐ सवितृ सूर्यनारायणाय नमः ॐ ऐहि सूर्य सहस्त्रांशों तेजो राशे जगत्पते, अनुकंपयेमां भक्त्या, गृहाणार्घय दिवाकर


                                                                                                                                                         ©ପ୍ରକାଶ ରଂଜନ ପରିଡ଼ା



Also Read: Surya Namaskar🌅 Will Keep You Healthy and Fit | 12 Steps (8 Yogasana) Of Sun Salutation





Post a Comment

0 Comments