Ashtanga Yoga: ମହର୍ଷି ପତଞ୍ଜଳିଙ୍କ ଅଷ୍ଟାଙ୍ଗ ଯୋଗ ଦର୍ଶନ 🔥

Ashtanga yoga or Eight limbs of yoga - Classification of Classical Yoga | Yogashree


ଯୋଗ ଦର୍ଶନର ମୂଳ ଗ୍ରନ୍ଥ ମହର୍ଷି ପାତଞ୍ଜଳିଙ୍କ ଦ୍ଵାରା ରଚିତ ଯୋଗସୂତ୍ର ।  ଯୋଗସୁତ୍ର ଅନୁସାରେ ଯୋଗ ସିଦ୍ଧି ପ୍ରାପ୍ତି ପାଇଁ ୪ଟି ମାର୍ଗ ରହିଛି । 

  1. କର୍ମଯୋଗ
  2. ଭକ୍ତିଯୋଗ
  3. ଜ୍ଞାନଯୋଗ
  4. ରାଜ ଯୋଗ


ଅଷ୍ଟାଙ୍ଗ ଯୋଗ ଦର୍ଶନ


ଯେଉଁ ମାର୍ଗରେ ମନୁଷ୍ୟର ଶରୀର, ମନ ଓ ଆତ୍ମାର ମହାମିଳନ ହୋଇପାରିବ । ଯୋଗର ପ୍ରକୃତ ଉଦ୍ଦେଶ୍ୟ ହେଉଛି ପରମାତ୍ମା ପ୍ରାପ୍ତି ବା ସର୍ବ ଦୁଃଖରୁ ମୁକ୍ତି ।  ଏହି ୪ଟି ମାର୍ଗ ମଧ୍ୟରେ ମାନବ ଜୀବନ ପାଇଁ ମୁଖ୍ୟ ଯୋଗ ହେଉଛି ରାଜଯୋଗ । ରାଜଯୋଗରେ ମହର୍ଷି ପତଞ୍ଜଳି ଅଷ୍ଟାଙ୍ଗ ଯୋଗର ଅବତାରଣା କରିଛନ୍ତି ।



ଅଷ୍ଟାଙ୍ଗ ଯୋଗ- ୮ଟି ମାର୍ଗର ସମାହାର


  1. ଯମ
  2. ନିୟମ
  3. ଆସନ
  4. ପ୍ରାଣାୟମ
  5. ପ୍ରତ୍ୟାହାର
  6. ଧାରଣା
  7. ଧ୍ୟାନ
  8. ସମାଧି


ଯୋଗ ବିଜ୍ଞାନରେ  ଏହି ଆଠଟି ଅଙ୍ଗ ପରସ୍ପର ସହିତ ସଂଯୁକ୍ତ । ଯୋଗ ସାଧନାକାରୀମାନେ ଏହି ନିର୍ଦ୍ଦିଷ୍ଟ କ୍ରମରେ ଯୋଗ ସାଧନା କରିଥାନ୍ତି । 


Also Read: Scientific Benefits of Yoga: ଯୋଗ ଦୂର କରେ ରୋଗ


ଅଷ୍ଟାଙ୍ଗ ଯୋଗର ପ୍ରଥମ ସୋପାନ- ଯମ


ଯୋଗ ସାଧନାର ପ୍ରଥମ ଚରଣ ହେଉଛି ସଂଯମତା । ସାଧନାକାରୀ ପ୍ରଥମେ ନିଜକୁ ସଂସାରର ଆସକ୍ତିରୁ ମୁକ୍ତ ରଖିବା ଆବଶ୍ୟକ । ପ୍ରଥମ ସୋପାନରେ ସାଧକଙ୍କୁ ଅହିଂସା ବ୍ରତ ପାଳନ ସହିତ ସତ୍ୟଦ୍ରଷ୍ଠା ହେବା ବିଧେୟ ।


ଅଷ୍ଟାଙ୍ଗ ଯୋଗର ଦ୍ୱିତୀୟ ସୋପାନ- ନିୟମ


ଯୋଗର ଦ୍ଵିତୀୟ ସୋପାନରେ ସାଧକ ନିଜକୁ ଅନୁଶାସିତ କରିଥାଏ । ସଂସାର ପ୍ରତି ସନ୍ତୋଷ ଭାବ ସହ ସୁସଂହତ ଜୀବନଶୈଳୀ ଆପଣାଇ ଥାଆନ୍ତି ସାଧକ ।


Also Read: Pranayama: ପ୍ରାଣାୟାମ କଣ? ପ୍ରାଣାୟାମ କେତେ ପ୍ରକାର ଓ କିପରି କରାଯାଏ?


ଅଷ୍ଟାଙ୍ଗ ଯୋଗର ତୃତୀୟ ସୋପାନ- ଆସନ


ତୃତୀୟ ସୋପାନରେ ସାଧକ ନିଜ ଶରୀର ପ୍ରତି ଯତ୍ନବାନ ହୋଇଥାଏ । ଆଳସ୍ୟ ତ୍ୟାଗ ସହ ଶରୀରକୁ ଉତ୍ତମ ନିର୍ମାଣ ପାଇଁ ଯୋଗାସନ କରିଥାନ୍ତି ସାଧକ । କାରଣ ଯୋଗାସନ ଶରୀରକୁ ଆନନ୍ଦ ଦେଇଥାଏ ଏବଂ ସିଦ୍ଧ କରିଥାଏ । ଯୋଗାସନ ଶରୀର ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ଯାହା ଜୀବନ ଧର୍ମ ପାଳନ ପାଇଁ ଅନ୍ତ ପ୍ରେରଣା ଭରିଦେଇଥାଏ ।


ଅଷ୍ଟାଙ୍ଗ ଯୋଗର ଚତୁର୍ଥ ସୋପାନ- ପ୍ରାଣାୟାମ


ଯୋଗର ଚତୁର୍ଥ ସୋପାନ ପ୍ରାଣାୟାମ । ଯୋଗାସନ ପରେ ଶରୀରରେ ସ୍ଥିରତା, ଏକାଗ୍ରତା ଆସିଥାଏ । ଏହାପରେ ଜୀବନକୁ ଉତ୍ତରିତ ସୋପାନରେ ପହଞ୍ଚାଇବା ପାଇଁ ଶ୍ଵାସକୁ ନିୟନ୍ତ୍ରଣ କରାଯାଇଥାଏ । କାରଣ ପ୍ରାଣାୟାମ ମାନସିକ ଉନ୍ନତି ସହିତ ଶାରୀରିକ ଉନ୍ନତି ପାଇଁ ସହାୟକ ହୋଇଥାଏ । ପ୍ରାଣାୟମ ଦୁଇଟି ଶବ୍ଦର ସନ୍ଧିରେ ହୋଇଛି ଯଥା-ପ୍ରାଣ+ଆୟାମ । ପ୍ରାଣର ଅର୍ଥ ଜୀବନ ଓ  ଆୟମର ଅର୍ଥ ହେଲା ବିସ୍ତାର ।


Also Read: Sun Salutation: ସୂର୍ଯ୍ୟ ନମସ୍କାରର ସଠିକ୍ ବିଧି, ଯୋଗାସନ ଓ ମନ୍ତ୍ର


ଅଷ୍ଟାଙ୍ଗ ଯୋଗର ପଞ୍ଚମ ସୋପାନ- ପ୍ରତ୍ୟାହାର


ପ୍ରତ୍ୟ+ଆହାର= ପ୍ରତ୍ୟାହାର । ଅର୍ଥାତ ଇନ୍ଦ୍ରିୟ ଦ୍ଵାରା ଭୋଗ କରାଯାଉଥିବା ସମସ୍ତ ବାସନାର ପ୍ରତ୍ୟାହାର । ସଂସାରୀ ମଣିଷକୁ ଇନ୍ଦ୍ରିୟ ବାସନାମୂଖି କରିଥାଏ । ତେଣୁ ଯୋଗ ସାଧକ ବାହ୍ୟ ଜଗତର ଆକର୍ଷଣ ତ୍ୟାଗ ସହ ଇନ୍ଦ୍ରିୟ ଶକ୍ତିକୁ ଦମନ କରିଥାନ୍ତି ।


ଅଷ୍ଟାଙ୍ଗ ଯୋଗର ଷଷ୍ଠ ସୋପାନ- ଧାରଣା


ପୂର୍ବ ୫ଟି ସୋପାନ ଅତିକ୍ରମ ପରେ ସାଧକ ସଜ୍ଞାନ ହୋଇଉଠେ । ବାହ୍ୟ ଆକର୍ଷଣରୁ ମୁକ୍ତ ହୋଇସାରିଥିବା ମନକୁ ଏକାଗ୍ର କରିବାର ମାର୍ଗକୁ ଧାରଣା କୁହାଯ।ଏ । ଯୋଗୀ  ନିର୍ଦ୍ଦିଷ୍ଟ ବିନ୍ଦୁରେ ଦୃଷ୍ଟି ନିବଦ୍ଧ କରିବାରେ ସକ୍ଷମ ହୋଇଥାଏ ।


ଅଷ୍ଟାଙ୍ଗ ଯୋଗର ସପ୍ତମ ସୋପାନ- ଧ୍ୟାନ


ଯୋଗର ସପ୍ତମ ସୋପାନରେ ସାଧକ ଅନ୍ତଃଚେତନାର ଦର୍ଶନ କରିଥାନ୍ତି । ମନ ସ୍ଥିର ହେବା ପରେ ଧ୍ୟାନ ଫଳର ଚେତନାର ଉଦ୍ରେକ ହୋଇଥାଏ । ବାହ୍ୟ ଜଗତର ସମସ୍ତ ଆଲୋଡ଼ନଠାରୁ ସାଧକ ବହୁ ଉର୍ଦ୍ଧ୍ୱକୁ ଉଠିଯାଇ ଥାନ୍ତି । ଯେଉଁ ଅବସ୍ଥାରେ ମନ ସମ୍ପୂର୍ଣ୍ଣ  ବିଚାର ଶୂୂନ୍ୟ ହୋଇଯାଇଥାଏ ।


ଅଷ୍ଟାଙ୍ଗ ଯୋଗର ଅଷ୍ଟମ ସୋପାନ- ସମାଧି


ଏହି ସୋପାନରେ ପହଞ୍ଚିବା ପରେ ସାଧକ ସ୍ୱଶରୀର ଧାରଣ କରିଥିଲେ ବି ପରମାତ୍ମାଙ୍କୁ ପ୍ରାପ୍ତ କରିଥାନ୍ତି । ନିର୍ବେଦ, ନିର୍ବିକାର ସାଧକ ନିଜର ଅସ୍ତିତ୍ଵକୁ ମଧ୍ୟ ଭୁଲିଯାଆନ୍ତି । ବିଚାରଶୂନ୍ୟ ଚେତନାରେ ମହାନନ୍ଦର ଆଲୋକ ବର୍ତ୍ତିକା ପ୍ରଜ୍ୱଳିତ ହୁଏ । ଯାହାକୁ ସମାଧି ବା ଦିବ୍ୟ ଜ୍ଞାନ ପ୍ରାପ୍ତି କୁହାଯାଇଥାଏ ।


©ପ୍ରକାଶ ରଂଜନ ପରିଡ଼ା 



Also Read: List of Most Popular 84 Yoga Asanas or Yoga poses and Their Benefits

Yogashree explainer | Yogashree


 Ashtanga Yoga: Eight limbs Yoga darshan of Maharshi Patanjali


The original book of yoga philosophy is Yogasutra written by Maharshi Patanjali. According to the Yoga Sutras, there are 4 ways to achieve Yoga Siddhi.


  1. Karma Yoga
  2. Bhakti Yoga
  3. Gyana Yoga
  4. Raja Yoga


Philosophy of Ashtanga Yoga


The way in which the human body, mind, and spirit can be united. The real purpose of yoga is to attain the Supreme Self or to get rid of all suffering. Among these 4 ways, Raja yoga is the main yoga for human life. Maharshi Patanjali incarnated Ashtanga Yoga in Rajayoga.


Ashtanga Yoga - 8 limbs of Yoga

Yama, Niyama, Asana, Pranayama, Pratyahara, Dharana, Dhyana and Samadhi


In the science of yoga, these eight limbs are interconnected. Yoga practitioners perform yoga in this specific sequence.


The first step of Astanga Yoga is Yama


The first stage of yoga practice is restraint. The ascetic must first free himself from worldly attachment. In the first step, the ascetic is required to observe the vow of non-violence and to be truthful.


The second step of Ashtanga Yoga is Niyama


In the second stage of yoga, the practitioner disciplines himself. A sadhaka leads a harmonious lifestyle with satisfaction towards the world.


The third step of Astanga Yoga is Asana


In the third stage, the devotee takes care of his body. A sadhaka does yoga for the betterment of the body with a renunciation of laziness. Because yoga gives pleasure and perfects the body. Yoga has a positive effect on the body. Which fills the inner motivation to follow the religion of life.


Fourth step of Astanga Yoga - Pranayama


The fourth step of yoga is Pranayama. After yoga comes stability, and concentration in the body. Then the breath is controlled to bring life to the answered stage. Because Pranayama helps in mental improvement as well as physical improvement. Pranayama is a combination of two words i.e. Prana+Ayam. Prana means life and Ayam means expansion.


The Fifth Step of Astanga Yoga - Pratyahara


Pratya + Ahar = Pratyahara. It means the withdrawal of all speech enjoyed by the senses. The worldly man is sense-oriented. So the yogic practitioner relinquishes the attraction to the external world and suppresses the purposes.


The Sixth Step of Astanga Yoga - Dharana


After passing the previous 5 steps, the Sadhaka becomes enlightened. The way of concentrating the mind freed from external attraction is called meditation. A yogi is able to focus on a specific point.


The Seventh Step of Ashtanga Yoga – Dhyana 


In the seventh step of yoga, the sadhaka sees the inner consciousness. After the mind is fixed, meditation is the awakening of fruit consciousness. The sadhaka is elevated above all the temptations of the external world. The state in which the mind becomes utterly devoid of judgment.


8th step of Astanga Yoga – Samadhi


After reaching this stage, the sadhaka attains the Supreme Being even though he is in possession of his body. The nirveda, the nirvikar sadhaka forgets even his own existence. In the non-judgmental consciousness, the light of the Great River is kindled. That is called burial or divine knowledge.


Post a Comment

0 Comments