ଯୋଗ ପ୍ରାଚୀନ ଭାରତୀୟ ସଂସ୍କୃତିର ସ୍ଵତନ୍ତ୍ର ପରିଚୟ । ବୈଦିକ ମୁନୀ, ରୁଷି ଭାରତବାସୀଙ୍କୁ ଏହି ମହାନ ଜ୍ଞାନ ଅର୍ପଣ କରିଥିଲେ । ମହର୍ଷି ପତାଞ୍ଜଳିଙ୍କ ରଚିତ ଯୋଗସୂତ୍ର, ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ଅଭିପ୍ରେତ ହୋଇଛି । ଯୋଗ ଏବେ ସାରା ବିଶ୍ୱବାସୀଙ୍କ ପାଇଁ ସୁସ୍ଥ ରହିବା ପାଇଁ ଏକ ପ୍ରମୁଖ ମାଧ୍ୟମ ପାଲଟିଛି ।
ଯୋଗ କ’ଣ?
ଯେତେବେଳେ ଏହି ପ୍ରଶ୍ନ ମନକୁ ଆସେ, ସେତେବେଳେ ସର୍ବପ୍ରଥମେ ବିଭିନ୍ନ ଜଟିଳ ଅଙ୍ଗ ଭଙ୍ଗୀ ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କ ଚିତ୍ର ଆଖି ସାମ୍ନାକୁ ଚାଲିଆସେ । ଯଦିଓ ଏହା ଯୋଗର ବାସ୍ତବ ଚିତ୍ର ନୁହେଁ । ଏହା ଏକ ଅଂଶ ମାତ୍ର । କାରଣ ଯୋଗ ବିଜ୍ଞାନରେ ଦୃଶ୍ୟଠାରୁ ଅଦୃଶ୍ୟ ଶକ୍ତି ଅଧିକ । ଯାହା ଶରୀର-ମନ-ଆତ୍ମାର ମହାମିଳନ ଘଟାଇଥାଏ । ଅନ୍ତଃ ଶକ୍ତିକୁ ବିକଶିତ କରିବା ସହ ଶରୀରକୁ ବାହ୍ୟ ପ୍ରକୃତି ସହିତ ଯୋଡ଼ିଥାଏ ଯୋଗ ।
'ଯୋଗ'ର ଅର୍ଥ ଯୋଗାସନ କି?
ଯୋଗସୁତ୍ରର ରାଜଯୋଗରେ ବର୍ଣ୍ଣିତ ଅଷ୍ଟାଙ୍ଗ ଯୋଗ (ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ, ସମାଧି) ମଧ୍ୟରେ ଆସନ ବା ଯୋଗାସନକୁ ଏବେ ପାଶ୍ଚାତ୍ୟ ସଭ୍ୟତା 'ଯୋଗ' ମନେକରୁଛି । ଯୋଗ ଶବ୍ଦର ଅର୍ଥ ଯୋଗ, ଏକାତ୍ମତା ବା ମିଳନ । ଯୋଗ ଶବ୍ଦ ସଂସ୍କୃତ ଭାଷା 'ଯୁଜ'ରୁ ଆସିଛି, ଯାହାର ଅର୍ଥ ସଂଯୁକ୍ତ ।
କିନ୍ତୁ ଭାରତୀୟ ଯୋଗ ପାଶ୍ଚାତ୍ୟରେ ପହଞ୍ଚିବା ପରେ ଏହାର ଅର୍ଥ ବଦଳି ଯାଇଥିଲା । ପାଶ୍ଚାତ୍ୟବାସୀ ଯୋଗକୁ ଶାରୀରିକ ସୁସ୍ଥତା ପ୍ରାପ୍ତି ପାଇଁ ଏକ ସହଜ, ପାର୍ଶ୍ୱ ପ୍ରତିକ୍ରିୟାହୀନ, ସୁଲଭ ମାଧ୍ୟମ ଭାବେ ଗ୍ରହଣ କରିନେଇଛନ୍ତି । ଯାହାକୁ ଯେପରି ମନେହେଲା, ସେପରି ପରିବର୍ତ୍ତନ କରିଛନ୍ତି ଏବଂ ଅଙ୍ଗ ଭଙ୍ଗୀର ନାମକରଣ ମଧ୍ୟ କରିଛନ୍ତି । ଯାହା ଭାରତୀୟ ଯୋଗଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହି ପ୍ରକିୟାରେ ଅଭ୍ୟାସକାରୀଙ୍କୁ କେବଳ ଯୋଗର ଆଂଶିକ ସୁଫଳ ପ୍ରାପ୍ତି ହୋଇପାରେ କିନ୍ତୁ ଚିତ୍ତବୃତ୍ତିକୁ ରୋକିବାକୁ ଅକ୍ଷମ ହେବ ନିଶ୍ଚୟ ।
"ଯୋଗଶ୍ଚିତ ବୃତ୍ତିନିରୋଧଃ"
Also Read: Ashtanga Yoga: ମହର୍ଷି ପତଞ୍ଜଳିଙ୍କ ଅଷ୍ଟାଙ୍ଗ ଯୋଗ ଦର୍ଶନ
ଯୋଗୀଙ୍କୁ ଯୋଗ ସାଧକ କୁହାଯାଏ କାହିଁକି?
ଯୋଗସୁତ୍ର ଅନୁସାରେ ଯୋଗ କରୁଥିବା ବ୍ୟକ୍ତିଙ୍କୁ 'ଅଭ୍ୟାସକାରୀ' ବଦଳରେ 'ସାଧକ' କୁହାଯାଇଥାଏ । ଏହାର କାରଣ ଯୋଗ ଏକ ଦୀର୍ଘ ଯାତ୍ରା । କ୍ରମାନ୍ୱୟରେ ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରିବାକୁ ପଡ଼ିଥାଏ । ଯୋଗାସନ ଆରମ୍ଭ ପୂର୍ବରୁ ସାଧକ ଯମ (ସଂଯମ) ଓ ନିୟମ (ଆତ୍ମଶାସନ) ପରି ଦୁଇଟି ସୋପାନକୁ ଅତିକ୍ରମ କରିସାରିଥାଏ । ପୂର୍ବ ଦୁଇଟି ପର୍ଯ୍ୟାୟରେ ସାଧକ ସଜ୍ଞାନ ହୋଇଥାଏ । ନିଜ ଅନ୍ତଃକରଣକୁ ସୁଦ୍ଧ କରିଥାଏ । ଯାହାକୁ ଭୂତସୁଦ୍ଧି ବୋଲି କୁହାଯାଏ । ସାଧକ ନିଜର ସମସ୍ତ କର୍ମ ପ୍ରତି ସଚେତନ ହେବା ସହ ଜୀବନର ଆଧାର ପଞ୍ଚଭୂତ (ମାଟି, ଜଳ, ବାୟୁ, ଶୂନ୍ୟ, ଅଗ୍ନି) ପ୍ରତି ଶ୍ରଦ୍ଧାବାନ ହୋଇଥାଏ । ନିଜର ଆହାର, ବିହାର ପ୍ରତି ସଜାଗ ହେବା ସହ ପଞ୍ଚଇନ୍ଦ୍ରୀୟକୁ ସାଧକ ସର୍ବପ୍ରଥମେ ଦମନ କରିବାର ଅନ୍ତଃକୌଶଳ ଆୟତ କରିଥାଏ । ଏହାପରେ ତୃତୀୟ ପର୍ଯ୍ୟାୟରେ ଯୋଗାସନ ସାଧକକୁ ନିଜ ଅନ୍ତର ପ୍ରତି ଉନ୍ମୁଖ କରେ ।
ଯାହାକୁ ଶ୍ରୀମଦ୍ ଭଗବତ ଗୀତାରେ ଶ୍ରୀକୃଷ୍ଣ, ଅର୍ଜୁନକୁ ବୁଝାଇଛନ୍ତି- ଯୋଗ ହେଉଛି ନିଜକୁ ନିଜ ମାଧ୍ୟମରେ ନିଜ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଏକ ଯାତ୍ରା ।
"ୟାତ୍ରୋପାରମତେ ଚିତ୍ତା
ନିରୁଦ୍ଧ ଯୋଗ-ସେଭୟା
ୟାତ୍ରା ଚୈବ ଆତ୍ମମାନ
ପଶ୍ୟାନ୍ନ ଆତ୍ମାନୀ ତୁୟାତି"
verse (BG 6.20)
Also Read: Yoga for Beginners: ଯୋଗ ଆରମ୍ଭ ଓ ଶେଷ କରିବାବେଳେ କରନ୍ତୁ ଏହି ଯୋଗ ପ୍ରାର୍ଥନା 🙂
ମାନବ ଶରୀର ପାଇଁ ଯୋଗାସନର ମହତ୍ୱ ଓ ଗୁରୁତ୍ୱ | What is Yogasana or Yoga Asana?
ଚେତନାକୁ ଉତ୍ତରିତ ସୋପନରେ ପହଞ୍ଚାଇବା ପାଇଁ ଶରୀରକୁ ଉପଯୁକ୍ତ ମାଧ୍ୟମ ଭାବେ ଗଢ଼ାଯାଇଥାଏ । ବାସ୍ତବରେ ଶରୀର ହେଉଛି ପ୍ରତି ମାନବଙ୍କ ନିଜସ୍ୱ ନିର୍ମାଣ । ମଣିଷଙ୍କ ଆହାର, ଆଚାର, ବିହାର ଓ ଧାରଣା ହିଁ ତାଙ୍କୁ ଗୋଟିଏ ରୂପ ପ୍ରଦାନ କରିଥାଏ । କୌଣସି ସ୍ଥିତିରେ ଶରୀର ଯେପରି ପରମାତ୍ମା ମିଳନ ପ୍ରକିୟାରେ ସମସ୍ୟାର କାରଣ ନହେବ, ସେଥିପାଇଁ ଯୋଗାସନ ମାଧ୍ୟମରେ ଶରୀରକୁ ସନ୍ତୁଳିତ କରାଯାଏ । ଯୋଗ ବିଜ୍ଞାନ ଶରୀରକୁ ନିରୋଗ ରଖିବା ସହ କାର୍ଯ୍ୟରେ ବ୍ରତୀ ହେବା ପାଇଁ ପ୍ରେରିତ କରିଥାଏ ।
ଧରା ପୃଷ୍ଠରେ ପ୍ରତି ଜୀବନର ଏକ ନିର୍ଦ୍ଦିଷ୍ଟ ଅସ୍ତିତ୍ୱ ଥାଏ ବା ଭୌଗଳିକ ଉପସ୍ଥିତି ଥାଏ । ପୃଥିବୀର ମାଧ୍ୟାକର୍ଷଣ ଓ ସୂର୍ଯ୍ୟଙ୍କ ମହାକର୍ଷଣ ଭାର ସନ୍ତୁଳିତ କରୁଥିବାରୁ ଧରାପୃଷ୍ଠରେ ପଶୁ, ପକ୍ଷୀ, ଜନ୍ତୁ, ସରୀସୃପ, ଉଦ୍ଭିଦ ସଜୀବ ଅବସ୍ଥାରେ ଥାଆନ୍ତି । ଯୋଗାସନରେ କେବଳ ଅସ୍ତିତ୍ୱର ଅବଧାରଣାକୁ ନକଲ କରାଯାଏ । ସଂସାରରେ ଯେତେ ଜୀବ ଅଛନ୍ତି, ସେତେ ପ୍ରକାର ଯୋଗାସନ ରହିଛି । ଏହାର କୌଣସି ନିର୍ଦ୍ଦିଷ୍ଟ ସଂଖ୍ୟା ନାହିଁ ।
Also Read: Pranayama: ପ୍ରାଣାୟାମ କଣ? ପ୍ରାଣାୟାମ କେତେ ପ୍ରକାର ଓ କିପରି କରାଯାଏ?
ଯୋଗାସନର ଲାଭ | Benefits of Yogasanas
ଭାରତୀୟ ସାଧୁ, ସନ୍ଥମାନେ ୧୦୮ଟି ଶ୍ରେଷ୍ଠ ପର୍ଯ୍ୟାୟର ଯୋଗାସନର ସାଧନା କରିଥାନ୍ତି । ଯାହା ଶରୀରରେ ୧୦୮ଟି ଚକ୍ରକୁ ଉନ୍ମୁଖ କରିବାରେ ସାହାଯ୍ୟ କରିଥାଏ । ବର୍ତ୍ତମାନ ସମୟରେ ଅଭ୍ୟାସକାରୀମାନେ ପ୍ରାୟ ୮୪ଟି ଆସନ ଅଭ୍ୟାସ କରୁଛନ୍ତି । ଯୋଗାସନ କରିବା ଫଳରେ ଅଭ୍ୟାସକାରୀଙ୍କ ଶାରୀରିକ ଓ ମାନସିକ ବିକାଶ ହେଉଥିବା ଆଧୁନିକ ବିଜ୍ଞାନ ଦ୍ୱାରା ପ୍ରମାଣସିଦ୍ଧ ହୋଇସାରିଛି।
୮୪ଟି ଯୋଗାସନର ତାଲିକା | List of Most Popular 84 Yoga Asanas
- ଧନୁରାସନ - धनुरासन - Bow Pose
- ଭୂଜଙ୍ଗାସନ - भुजंगासन - Cobra Pose
- ଶୀର୍ଷାସନ - शीर्षासन - Headstand Pose
- ପଦ୍ମାସନ - पद्मासन - Lotus place Pose
- ଉତ୍ଥିତ ପାର୍ଶ୍ୱକୋଣାସନ - उत्थित पार्श्वकोणासन - Prolonged Aspect Angle Pose
- ନଟରାସନ - नटराजासन - Lord of the Dance Pose or Dancer Pose
- ହଳାସନ - हलासन - Plough Pose
- ବଜ୍ରଯାନ ଆସନ - वज्रयान आसन- Thunderbolt Pose, or Diamond Pose
- ବୀରଭଦ୍ରାସନ - वीरभद्रासन - Warrior Pose
- ଚକ୍ରାସନ - चक्रासन - Wheel Pose
- ସୂର୍ଯ୍ୟ ନମସ୍କାରାସନ - सूर्य नमस्कार आसन- Salute to the Sun Pose
- ଉତ୍ଥାନାସନ - उत्तानासन - Camel Pose
- ସିଦ୍ଧାସନ - सिद्धासन - Completed Pose
- ଭୈରବାସନ - भैरवासन - Formidable Pose
- ତାଡାସନ - ताड़ासन - Mountain Pose
- ଶବାସନ - शवासन - Corpse Pose
- ସର୍ବଙ୍ଗାସନ - सर्वांगासन - Shoulder Stand Pose
- ନୌକାସନ - नावासन - Boat Pose
- ପଶ୍ଚିମୋତ୍ତାନାସନ - पश्चिमोत्तानासन - Seated Ahead Bend, or Intense Dorsal Stretch Pose
- ସେତୁ ବନ୍ଧାସନ - सेतुबंधासन - Shoulder-supported bridge or just Bridge Pose
- ତ୍ରିକୋଣାସନ - त्रिकोणासन - Triangle Pose
- ବୃକ୍ଷାସନ - वृक्षासन - Tree Pose
- ବଦ୍ଧା କୋଣାସନ - बधा कोणासन - Certain Angle Pose
- ବିପରୀତ ଦଣ୍ତାସନ - विपरीत दंडासन - Inverted Employees Pose
- ଗୋମୁଖାସନ - गोमुखासन - Cow Face Pose
- ଚତୁରଙ୍ଗା ଦଣ୍ଡାସନ ଆସନ - चतुरंगा दण्डासनसन - 4-Limbed Employees Pose, or Low Plank Pose
- ସଲଭାସନ - सलभासन - Locust pose, or Grasshopper Pose
- ଅଷ୍ଟାଙ୍ଗ ସମସ୍କାରାସନ - अष्टांग नमस्कारासन - Eight Limbed Pose, or Caterpillar Pose
- ବକାସନ - बकासन - Crane Pose, or Crow Pose
- ଉତ୍କଟାସନ - उत्कटासन - Chair Pose
- ଉତ୍ଥିତ ହସ୍ତ ପାଦଙ୍ଗୁଷ୍ଠାସନ - उत्थित हस्त पादंगुष्ठासन - Standing Large Toe Maintain or Prolonged Hand-to-Large-Toe Pose
- ଉପବିଷ୍ଠା କୋଣାସନସନ- उपविस्ता कोणासनासन - Huge angle seated ahead bend pose
- ଉତ୍ଥାନାସନ - उत्तानासन - Standing Ahead Bend Pose
- ଦଣ୍ଡାସନ - दंडासन - Staff Pose
- ଅଞ୍ଜନେୟାସନ - अंजनेयासन - Crescent Moon Pose, or Equestrian Pose
- ଗର୍ଭା ପିଣ୍ଡାସନ - गर्भा पिंडासन - Embryo in Womb Pose
- ଗରୁଡ଼ାସନ - गरुड़ासन - Eagle Pose
- ଅଧୋମୁଖ ଶ୍ୱାନାସନ - अधोमुख श्वानासन - Downward Dog Pose
- କ୍ରୌଞ୍ଚାସନ - क्रोंचासन - Heron Pose
- ବୃଶ୍ଟିକାସନ - वृश्चिकासन - Scorpion pose
- ସ୍ୱସ୍ତିକାସନ - स्वस्तिकासन - Sitting cross-legged Pose
- ତ୍ରିବିକ୍ରମସାଣାସନ - त्रिविक्रमसाणासन - Standing splits Pose
- ବିଡଲାସନ - बिड़लासन - Cat Pose
- ଉର୍ଦ୍ଧ୍ୱମୁଖ ଶ୍ୱାନାସନ - ऊर्ध्व मुख श्वानासन - Upward-Facing Dog Pose
- ଅନନ୍ତାସନ - अनंतासन - Sleeping Vishnu Pose or Vishnu’s Sofa Pose
- ଜଠରା ପରିବର୍ତ୍ତନାସନ - जठरा परिवर्तनासन - Revolved Stomach Pose
- ମୟୁରାସନ - मयूरासन - Peacock pose
- ଭରଦ୍ୱାଜାସନ - भारद्वाजासन - Twisting Pose- devoted to the sage Bharadwaja
- ଭୈକାସନ - भेकासन - Frog Pose
- ମଳାସନ - मलासन - Garland Pose
- ଏକ ପଦ ରାଜକପୋତାସନ - एक पद राजकपोटासन - One-legged Pose, or King Pigeon Pose
- ସୁଖାସନ - सुखासन - Simple Pose
- ଜାନୁସୀରସାସନ - जानूसीरसासन - Head-to-Knee Pose
- କୂର୍ମାସନ - कुर्मासन - Tortoise Pose, or Turtle Pose
- ମତ୍ସାସନ - मत्स्यासन - Fish pose
- ପରିଧାସନ - परिघासन - Gate Pose
- ଉପବିଷ୍ଠା କୋଣାସନ - उपविष्टा कोणासन - Break up Pose or Gymnastics Pose
- ହନୁମାନାସନ - हनुमानासन - Monkey Pose
- ପାର୍ଶ୍ୱତାନାସନ - पार्श्वोत्तानासन - Intense Aspect Stretch Pose
- ସୁପ୍ତ ପଦଗୁଷ୍ଠାସନ - सुप्त पदंगुष्ठासन - Reclining Hand to Large Toe pose or Supine Hand to Toe pose
- ତୁଳାସନ - तुलासन - Stability pose, Scale pose, or Raised Lotus Pose
- ଅଷ୍ଠାବକ୍ରାସନ - अस्टावक्रासन- - Eight-Angle Pose
- ବାଳାସନ - बालासन - Little one Pose
- ପ୍ରସାରୀତ ପାଦୋତନାସନ - प्रसारिता पादोत्तनासन - Huge Stance Ahead Bend Pose
- ଟିଟ୍ଟିଭାସନ - टिट्टिभासना - Firefly Pose
- ମତ୍ସେନ୍ଦ୍ରାସନ - मत्स्येन्द्रासन - Lord of the Fishes Pose
- ପାସାସନ - पासासन - Noose Pose
- ସିଂହାସନ - सिंहासन - Lion Pose
- ଯୋଗନିଦ୍ରାସନ - योगनिद्रासन - Yogic Sleep Pose
- ଆକର୍ଣ୍ଣ ଧନୁରାସନ - आकर्ण धनुरासन - Archer pose, Bow and Arrow pose
- ଅର୍ଦ୍ଧ ଚନ୍ଦ୍ରାସନ - अर्ध चंद्रासन - Half Moon Pose
- ଦୂର୍ବାସସାନ - दुर्वाससान - Standing Pose
- ଉତ୍ଥିତ ବଶିଷ୍ଠାସନ - उत्थित वशिष्ठासन - Aspect Plank Pose
- ଅଧୋମୁଖ ବକ୍ସାସନ - अधो मुख व्रक्सासन - Handstand Pose
- ଗୋରକ୍ଷାସନ - गोरक्षासन - Cowherd Pose
- କପୋତ୍ତାସନ - कपोतासन - Pigeon Pose
- କୁକ୍କୁଟାସନ - कुक्कुटासन - Cockerel Pose, or Rooster Pose
- ଲୋଲାସନ - लोलासन - Pendant Pose
- ମରିଚ୍ୟାସନ - मरीच्यासन - Ahead bend Pose or Sage Marichi Pose
- ବିବରୀତ କରନୀ ଆସନ -विपरीत करनी आसन - Legs up the wall pose
- ବାରାସନ - विरासना - Hero Pose
- ଭୂଜପୀଡ଼ାସନ - भुजपीड़ासन - Shoulder urgent Pose
- କୌଣ୍ଡିନ୍ୟାସନ - कौंडिन्यासन - Flying Pigeon Pose, or Sage Kaundinya’s pose
- ମକରାସନ - मकरासन - Crocodile Pose
Also Read : Scientific Benefits of Yoga: ଯୋଗ ଦୂର କରେ ରୋଗ
ଯୋଗାସନ କରିବା ସମୟରେ ସତର୍କତା ଓ ସାବଧାନତା
କଣ କରିବେ? What to Do-
- ଯୋଗାସନ କରିବା ପୂର୍ବରୁ ନିଜ ଶରୀରକୁ ପ୍ରଥମେ ସୁଦ୍ଧ କରିବା ଆବଶ୍ୟକ ( ଜଳରେ ମୁଖ ଓ ପାଦ ନିଶ୍ଚୟ ଧୁଅନ୍ତୁ)
- ଯୋଗାସନ କରିବା ସମୟରେ ଆପଣଙ୍କ ପେଟ ଖାଲିଥିବା ଆବଶ୍ୟକ (ଖାଦ୍ୟ ଖାଇଥିଲେ ଅତି କମରେ ୫ରୁ ୬ ଘଣ୍ଟା ପରେ କରନ୍ତୁ)
- ଯୋଗାସନ କରିବା ପୂର୍ବରୁ ଓଁକାର କିମ୍ବା ଯୋଗ ମନ୍ତ୍ର ଅବଶ୍ୟ ଉଚ୍ଚାରଣ କରନ୍ତୁ (ଇଷ୍ଟଙ୍କ ଉଦ୍ଦେଶ୍ୟରେ କୌଣସି ବି ପ୍ରାର୍ଥନା ଗାନ କରନ୍ତୁ)
- ଯୋଗାସନ କରିବା ସମୟରେ ଆରାମ ଦାୟକ ଢିଲା ପୋଷାକ ପିନ୍ଧନ୍ତୁ (ମାଂସପେଶୀକୁ ଚାପିବା ପରି ପୋଷାକ ତ୍ୟାଗ କରନ୍ତୁ)
କଣ କରିବେ ନାହିଁ? What not to do -
- ଯୋଗାସନ କରିବା ସମୟରେ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ ।
- ଯୋଗାସନ କରିବା ପରେ ୪୦ ମିନିଟ ମଧ୍ୟରେ ନିଶ୍ଚୟ ସ୍ନାନ କରନ୍ତୁ ।
- ଋତୁମତୀ ନାରୀ ଯୋଗାସନ ନକରିବା ଉଚିତ ।
- ଶାରୀରିକ ପୀଡ଼ା ଅନୁଭୂତ ହେଉଥିବା ଯୋଗାସନ କରନ୍ତୁ ନାହିଁ ।
Also Read: List of Most Popular 84 Yoga Asanas or Yoga poses and Their Benefits
Yogasana: Significance and Importance of Yoga for the Human Body
What is Yoga?
Does 'Yoga' mean Yogasana?
Why is a Yogi called a Sadhaka?
What is Yogasana or Yoga Asana?
Benefits of Yogasanas
List of Most Popular 84 Yoga Asanas
- Dhanurasana - Bow Pose
- Bhujangasana - Cobra Pose
- Sirshasana - Headstand Pose
- Padmasana - Lotus place Pose
- Uthita Parswakonasana - Prolonged Aspect Angle Pose
- Natarasana - Lord of the Dance Pose or Dancer Pose
- Halasana - Plough Pose
- Vajrayana - Thunderbolt Pose, or Diamond Pose
- Virabhadrasana - Warrior Pose
- Chakrasana - Wheel Pose
- Surya Namaskar asana - Salute to the Sun Pose
- Uthhasana - Camel Pose
- Sidhhasana - Completed Pose
- Vairabasana - Formidable Pose
- Tadasana - Mountain Pose
- Shavasana - Corpse Pose
- Sarvangasana - Shoulder Stand Pose
- Nawasana - Boat Pose
- Paschimatasana - Seated Ahead Bend, or Intense Dorsal Stretch Pose
- Setu Bandha Sarbatangasana - Shoulder-supported bridge or just Bridge Pose
- Trikonasana - Triangle Pose
- Vrikshyasana - Tree Pose
- Bada Konasana - Certain Angle Pose
- Biparietal Dandasana - Inverted Employees Pose
- Gomukhasana - Cow Face Pose
- Chaturanga Dandasana - 4-Limbed Employees Pose, or Low Plank Pose
- Salbhasana - Locust pose, or Grasshopper Pose
- Astanga Namaskarasana - Eight Limbed Pose, or Caterpillar Pose
- Bakasana - Crane Pose, or Crow Pose
- Utkatasana - Chair Pose
- Uthita Hasta Padangusthasana - Standing Large Toe Maintain or Prolonged Hand-to-Large-Toe Pose
- Upabistha Konasana - Huge angle seated ahead bend pose
- Uttanasana - Standing Ahead Bend Pose
- Dandasana - Staff Pose
- Anjaneyasana - Crescent Moon Pose, or Equestrian Pose
- Garva Pindasana - Embryo in Womb Pose
- Garudasana - Eagle Pose
- Adhomukho Swanasana - Downward Dog Pose
- Krounchasana - Heron Pose
- Bruschikasana - Scorpion pose
- Swastikasana - Sitting cross-legged Pose
- Trivikramasanasana - Standing splits Pose
- Bidalasana - Cat Pose
- UrdhwaMukha Swanasana - Upward-Facing Dog Pose
- Anantasana - Sleeping Vishnu Pose or Vishnu’s Sofa Pose
- Jathara Parivartanasana - Revolved Stomach Pose
- Mayurasana - Peacock pose
- Varadwajasana - Twisting Pose- devoted to the sage Bharadwaja
- Vekasana - Frog Pose
- Malasana - Garland Pose
- Eka pada Rajakapotasana - One-legged Pose, or King Pigeon Pose
- Sukhasana - Simple Pose
- Janusirshasana - Head-to-Knee Pose
- Kurmasana - Tortoise Pose, or Turtle Pose
- Matsyasana - Fish pose
- Paridhasana - Gate Pose
- Upabistha Konasana - Break up Pose or Gymnastics Pose
- Hanumanasana - Monkey Pose
- Parswatanasana - Intense Aspect Stretch Pose
- Supta Padanguthasana - Reclining Hand to Large Toe pose or Supine Hand to Toe pose
- Tulisan - Stability pose, Scale pose, or Raised Lotus Pose
- Uthabakrasana - Eight-Angle Pose
- Balasana - Little one Pose
- Prasarita Padottanasana - Huge Stance Ahead Bend Pose
- Tithibasana - Firefly Pose
- Mastsyandrayasana - Lord of the Fishes Pose
- Pasasana - Noose Pose
- Sinhasana - Lion Pose
- Yoganidrasana - Yogic Sleep Pose
- Akarma Dhanurasana - Archer pose, Bow and Arrow pose
- Ardha Chandrasana - Half Moon Pose
- Durbasasana - Standing Pose
- Uthita Basisthasana - Aspect Plank Pose
- AdhoMukhoBraksasana - Handstand Pose
- Gorakhyasana - Cowherd Pose
- Kapotasana - Pigeon Pose
- Kukutasana - Cockerel Pose, or Rooster Pose
- Louisana - Pendant Pose
- Marichasana - Ahead bend Pose or Sage Marichi Pose
- Biparietal Karni Asana - Legs up the wall pose
- Virasana - Hero Pose
- Vujapidasana - Shoulder urgent Pose
- Koundinyasana - Flying Pigeon Pose, or Sage kaundinya's pose
- Makarasana - Crocodile Pose
Precautions while Yogasana
- Before doing yoga one must first purify one's body (must wash face and feet in the water).
- Your stomach should be empty while taking it (do it at least 5 to 6 hours after eating).
- Be sure to recite the Omkar or Yoga Mantra (chant any prayer to the east) before doing yoga.
- Wear comfortable clothing while doing yoga (avoid clothing that constricts muscles).
- Do not eat any food while doing yoga.
- Must take bath within 40 minutes after application.
- Menstrual women should not do yoga.
- Do not perform yoga that causes physical pain.
0 Comments